ETV Bharat / state

ଆସୁଛି ବାତ୍ୟା: ଗଜପତିରେ ଓଡ୍ରାଫ ଟିମ ମୁତୟନ

author img

By

Published : May 11, 2022, 10:15 AM IST

ଆସୁଛି ବାତ୍ୟା: ଗଜପତିରେ ଓଡ୍ରାଫ ଟିମ ମୁତୟନ
ଆସୁଛି ବାତ୍ୟା: ଗଜପତିରେ ଓଡ୍ରାଫ ଟିମ ମୁତୟନ

ବାତ୍ୟା ଅସାନି କାକିନାଡା ଅଞ୍ଚଳରେ ସ୍ଥଳଭାଗ ଛୁଇଁବାକୁ ରହିଥିବାବେଳେ ଏହାରି ପ୍ରଭାବରେ ଓଡିଶାରେ ବର୍ଷା ଜାରି ରହିବ । ବାତ୍ୟା ଅସାନିର ଗତି ବଦଳିବା ପରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ଜୋରଦାର କରାଯାଇଛି । ଅଧିକ ପଢନ୍ତୁ

ଗଜପତି: ଗତି ବଦଳାଇଲା ବାତ୍ୟା ଅସାନି । ଏ ନେଇ ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କାକିନାଡା ଅଞ୍ଚଳରେ ସ୍ଥଳଭାଗ ଛୁଇଁବାକୁ ରହିଥିବାବେଳେ ଏହାରି ପ୍ରଭାବରେ ଓଡିଶାରେ ବର୍ଷା ଜାରି ରହିବ । ବାତ୍ୟା ଅସାନିର ଗତି ବଦଳିବା ପରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ଜୋରଦାର କରାଯାଇଛି ।

ଆସୁଛି ବାତ୍ୟା: ଗଜପତିରେ ଓଡ୍ରାଫ ଟିମ ମୁତୟନ

ସୂଚନାଅନୁସାରେ, ଆନ୍ଧ୍ର ଉପକୂଳରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବାରୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ବିଶେଷ କରି ଗଜପତି, ରାୟଗଡା ଏବଂ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗତକାଲି (ମଙ୍ଗଳବାର) ଠାରୁ ଜିଲ୍ଲାରେ ଝିପ୍ ଝିପ୍ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ଦିନ ତମାମ ବର୍ଷା ଲାଗି ରହିବା ସମ୍ଭାବନା ରହିଛି । ତେଣୁ ପ୍ରଶାସନ ନଦୀକୂଳିଆ ଏବଂ ସହର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚି ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।

ବର୍ତ୍ତମାନ ଜିଲ୍ଲାରେ ୩୨୧ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ରଖାଯିବା ସହ ୧୫ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି । ଗତ ରାତିରେ ଓଡ୍ରାଫର ଏକ ଟିମ୍ ଗଜପତିରେ ପହଞ୍ଚିଥିବାବେଳେ ତାଙ୍କୁ ଗୋଷାଣି ବ୍ଲକରେ ମୁତୟନ କରାଯାଇଛି । ସେହିଭଳି ଅନ୍ୟ ୬ଟି ବ୍ଲକର ଓ ପାରଳାଖେମୁଣ୍ଡି ପୌରାଞ୍ଚଳରେ ଅଗ୍ନିଶମ କର୍ମଚାରୀମାନେ ସଜାଗ ରହିଛନ୍ତି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ୭ଟି ବ୍ଲକର ସ୍ଥିତି ପରଖିବା ସହ ସେହି ଅନୁସାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ୩ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.