ETV Bharat / state

ଗଜପତିରେ ବୁଲିଛି ମହାରାଷ୍ଟ୍ରର ମହାବଳ; 4 ରାଜ୍ୟ ଡେଇଁ ଓଡ଼ିଶା ଆସିଛି

author img

By ETV Bharat Odisha Team

Published : Nov 25, 2023, 12:57 PM IST

Updated : Nov 25, 2023, 1:03 PM IST

4ଟି ରାଜ୍ୟ ଡେଇଁ ଓଡିଶା ଆସିଲା ବାଘ
4ଟି ରାଜ୍ୟ ଡେଇଁ ଓଡିଶା ଆସିଲା ବାଘ

4ଟି ରାଜ୍ୟ ଅତିକ୍ରମ କରି ଓଡ଼ିଶା ଆସିଲା ମହାରାଷ୍ଟ୍ରର ମହାବାଳ ବାଘ । ଅଧିକ ପଢନ୍ତୁ

ଗଜପତିରେ ବୁଲିଛି ମହାରାଷ୍ଟ୍ରର ମହାବଳ

ଭୁବନେଶ୍ବର: ମହାରାଷ୍ଟ୍ର ମହାବଳ ବାଘ ଏବେ ଓଡ଼ିଶାରେ । 4ଟି ରାଜ୍ୟ ଓ ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି ବାଘ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ହୋଇଥିବା ଜଣାପଡିଛି । ତେବେ ବାଘଟି ଏତେ ବାଟ ଅତିକ୍ରମ କରି କେମିତି ଓଡ଼ିଶାରେ ପହଞ୍ଚିଲା ସେନେଇ ଚର୍ଚ୍ଚା ଜୋର ଧରିଛି । ସାଥୀ କିମ୍ବା ଉତ୍ତମ ପରିବେଶ ଅନ୍ବେଷଣରେ ମହାବଳ ବାଘ ଆସିଥାଇପାରେ ବୋଲି କୁହାଯାଉଛି ।

୨୦୨୧ ମସିହାରେ ମହାରାଷ୍ଟ୍ରର କ୍ୟାମେରା ଟ୍ରାପରେ ମହାବଳ ବାଘଟି ଚିହ୍ନଟ ହୋଇଥିଲା । ତେବେ ମହାରାଷ୍ଟ୍ରରୁ ଓଡ଼ିଶା ଆସିବା ସମୟରେ ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଏବଂ ପାଖାପାଖି 750 କିଲୋମିଟର ଅତିକ୍ରମ କରି ପହଞ୍ଚିଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏତେ ବାଟ ଅତିକ୍ରମ କରି ବାଘଟି ଓଡିଶାରେ ପହଞ୍ଚିଛି ସେନେଇ ଜଣାପଡିନଥିବା ବେଳେ ସାଥୀ କିମ୍ବା ଉତ୍ତମ ପରିବେଶ ସନ୍ଧ୍ୟାରେ ଏଠାକୁ ଆସିଥିବା ଅନୁମାନ କରାଯାଉଛି ।

ତେବେ ମହାବଳ ବାଘଟି ଏତେ ଦୂରରୁ ନଦୀନାଳ, କୃଷି କ୍ଷେତ୍ର, ରାସ୍ତା ଓ ଜନବସତି ଡେଇଁ ଏତେ ବାଟ ଅତିକ୍ରମ କରିବା ଖୁବ୍ ବିରଳ ବୋଲି କୁହାଯାଉଛି । ବାଟରେ ଏହା କୌଣସି ମଣିଷକୁ ଆକ୍ରମଣ କରିବାର ମଧ୍ୟ କୌଣସି ସୂଚନା ମିଳିନି । ଭାରତରେ ବାଘ ଅତିକ୍ରମ କରିଥିବା ଏହା ଦ୍ବିତୀୟ ଦୀର୍ଘ ପଥ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ: ଗଜପତିକୁ ଫେରିଲା ମହାବଳ, ଧରାପକାଇ ଦେଲା ଟ୍ରାପ କ୍ୟାମେରା

ଏନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ଯେ, ପାରଳାଖେମୁଣ୍ଡିରେ ଠାବ ହୋଇଥିବା ବାଘ କେଉଁଠୁ ଆସିଛି ବୋଲି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା । ତେବେ ଏହାର ଷ୍ଟ୍ରାଇପକୁ ଦେଖି ଏହା ମହାରାଷ୍ଟ୍ରର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ବୋଲି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୁନିଶ୍ଚିତ କରିଛି । ହୁଏତ ଏହି ମହାବଳ ବାଘଟି ନିଜସ୍ଵ ଟେରିଟୋରୀ ସୃଷ୍ଟି କରିବାକୁ କିମ୍ବା ସାଥୀ ଖୋଜିବାକୁ ଓଡ଼ିଶା ଆସିଥାଇପାରେ । ଏମିତିବି ହୋଇଥାଇପାରେ, ଆମ ରାଜ୍ୟରେ ଭଲ ଜଙ୍ଗଲ ପରିବେଶ ରହିଥିବାରୁ ମହାବଳ ବାଘଟି ଓଡ଼ିଶା ମୁହାଁ ହୋଇଛି । ଓଡ଼ିଶାରେ ମହାବଳ ବଂଶ ବିସ୍ତାର ପାଇଁ ଏକ ଭଲ ଖବର ବୋଲି କହିଛନ୍ତି ପିସିସିଏଫ ।

ଅନ୍ୟପଟେ ଗଜପତିରେ ଏହି ମହାବଳ ବାଘକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବାଘକୁ ଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ କ୍ୟାମେରାରେ ଗାଈକୁ ମାରି ଖାଉଥିବାର ଚିତ୍ର କିଛି ଦିନ ତଳେ କଏଦ ହୋଇଥିଲା । ତେବେ ବାଘ ଉପରେ ବନ ବିଭାଗ ତୀକ୍ଷ୍ମ ନଜର ରଖିଛି । ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିବା ଗଜପତି ବନ ବିଭାଗ ପକ୍ଷରୁ କୁହାଯାଇଛି ।


ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 25, 2023, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.