ETV Bharat / state

ମୋହନା ପୋଲିସ ଜବତ କଲା ୧୩ ବସ୍ତା ଗଞ୍ଜେଇ

author img

By

Published : Aug 16, 2020, 10:36 PM IST

ମୋହନା ପୋଲିସ ଜବତ କଲା ୧୩ ବସ୍ତା ଗଞ୍ଜେଇ
ମୋହନା ପୋଲିସ ଜବତ କଲା ୧୩ ବସ୍ତା ଗଞ୍ଜେଇ

ଗଜପତିର ଜିଲ୍ଲା ରା.ଉଦୟଗିରିରୁ ବ୍ରହ୍ମପୁରକୁ ଚୋରାଚାଲାଣବେଳେ ମୋହନା ପୋଲିସ ୧୩ ବସ୍ତା ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି: ୧୩ ବସ୍ତା ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ଏସପି ଭାବେ ତପନ କୁମାର ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିବା ପରେ ଲଗାତାର ମୋହନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣକୁ ରୋକିବାରେ ସଫଳ ହୋଇଛନ୍ତି ।

ଗଜପତି ଏସପିଙ୍କ ନିର୍ଦେଶ କ୍ରମେ ରା.ଉଦୟଗିରି ଉପଖଣ୍ଡ ଅଧିକାରୀ ଓ ମୋହନା ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ୧୩ ବସ୍ତା ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ୍ୟ ଟଙ୍କା ହେବ । ମୋହନା ଥାନା ଅନ୍ତର୍ଗତ ଲୁହଗୁଡି ଓ ଚାନ୍ଦିପୁଟର କଳା ମେରୀ ଗାଁରେ ପେଟ୍ରୋଲିଂ ସମୟରେ ଟାଟା ଡାଇକର ଗାଡିରୁ ଗଞ୍ଜେଇ ଜବତ କରିବା ସହ ଗାଡି ମାଲିକ ପାଓଲ ପାଣି ଓ ଡ୍ରାଇଭର ଅନୁଗ୍ରହ ଲିମା ଉଭୟଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ରା. ଉଦୟଗିରିର ବୋଲି ଜଣାପଡିଛି ।

ଏହି ଗଞ୍ଜେଇ ଚୋରା ଚାଲାଣ ରା.ଉଦୟଗିରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ମୋହନା ପୋଲିସ ଥାନା ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.