ETV Bharat / state

କୋରୋନା ସ୍ଥିତି ନିୟନ୍ତ୍ରଣ ଥିବାରୁ ଗଜପତିରେ ଲକଡାଉନ ନିୟମ କୋହଳ

author img

By

Published : Jun 1, 2021, 4:43 PM IST

lockdown partial free in Gajapati
କୋରୋନା ସ୍ଥିତି ନିୟନ୍ତ୍ରଣଥିବାରୁ ଲକଡାଉନ୍ ନିୟମରେ କୋହଳ କରିଛନ୍ତି ସରକାର

ସରକାର ରାଜ୍ୟରେ ଲକଡାଉନ ଅବଧିକୁ ଆଉ ୧୬ ଦିନ ବୃଦ୍ଧି କରିଛନ୍ତି । ହେଲେ ରାଜ୍ୟର ୩ଟି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାରୁ ଲକଡାଉନ୍ ନିୟମରେ କୋହଳ କରିଛନ୍ତି ସରକାର । ଏହି ୩ଟି ଜିଲ୍ଲା ମଧ୍ୟରେ ଗଜପତି ଜିଲ୍ଲା ମଧ୍ୟ ରହିଛି । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି: କୋରୋନାର ଦ୍ବିତୀୟ ଲହରୀକୁ ନେଇ ସାରା ଦେଶ ଚିନ୍ତାରେ । ରାଜ୍ୟର ସ୍ଥିତି ବି ଜଟିଳ । ଏବେବି ସଂକ୍ରମଣ କମିବାର ନାଁ ଧରୁନାହିଁ । ତେଣୁ ସରକାର ରାଜ୍ୟରେ ଲକଡାଉନ୍ ଅବଧିକୁ ଆଉ ୧୬ ଦିନ ବୃଦ୍ଧି କରିଛନ୍ତି । ହେଲେ ରାଜ୍ୟର ୩ଟି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାରୁ ଲକଡାଉନ୍ ନିୟମରେ କୋହଳ କରିଛନ୍ତି ସରକାର । ଏହି ୩ଟି ଜିଲ୍ଲା ମଧ୍ୟରେ ଗଜପତି ଜିଲ୍ଲା ରହିଛି ।

କୋରୋନା ସ୍ଥିତି ନିୟନ୍ତ୍ରଣଥିବାରୁ ଲକଡାଉନ୍ ନିୟମରେ କୋହଳ କରିଛନ୍ତି ସରକାର

ଜିଲ୍ଲାରେ ଏପ୍ରିଲ ମାସରେ ୧୦୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମେ ମାସରେ ମୋଟ ୨୮୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ହେଲେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଏହା ଠାରୁ ଯଥେଷ୍ଟ ଅଧିକ । ମେ ମାସର ଶେଷ ସପ୍ତାହରେ ମାତ୍ର ୫୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ସରକାରଙ୍କ ନୂଆ ନିୟମ ଅନୁସାରେ ଆଜି ଠାରୁ ଜିଲ୍ଲାରେ ସମସ୍ତ ଦୋକାନ ବଜାର ଖୋଲା ରହିଥିବା ବେଳେ ଏହାର ଅବଧି ମଧ୍ୟ ବୃଦ୍ଧି ପାଇଛି । ଲକଡାଉନ ୧ ଓ ୨ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିଥିବା ବେଳେ ସକାଳ ୭ଟା ରୁ ୧୧ଟା ଯାଏଁ ଏହା ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିଲା । ତେବେ ନିୟମ କୋହଳ ହେବା ପରେ ଏହାର ଦିନ ୧ଟା ଯାଏଁ ସମସ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ସାଧାରଣ ଲୋକେ ଆଶ୍ବସ୍ତି ପ୍ରକାଶ କରିବା ସହ ଲକଡାଉନ୍ ନିୟମରେ କୋହଳ କରାଯାଇଥିବାରୁ ସ୍ଵାଗତ କରିଛନ୍ତି । ଏହା ଦ୍ବାରା ସାଧାରଣ ଲୋକଙ୍କ ଠାରୁ ବ୍ୟବସାୟୀଙ୍କ ଯାଏଁ ସମସ୍ତେ ଉପକୃତ ହୋଇପାରିଛନ୍ତି ।

ଜିଲ୍ଲାରେ ସାପ୍ତାହିକ ହାଟ, ପାର୍କ, ସେଲୁନ୍, ସ୍ପା ଭଳି କିଛି ଦୋକାନକୁ ବାଦଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ଖୋଲା ରହିଛି । ତେବେ କିଛି ଅମାନିଆ ଏବେବି କୋଭିଡ ନିୟମର ଉଲ୍ଲଘଂନ କରୁଥିବା ଦେଖିବାକୁ ମିଳିଛି । ତେଣୁ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ପାରଳାଖେମୁଣ୍ଡି ତହସିଲଦାର କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.