ETV Bharat / state

ଖବର ବାଜିଲା ପରେ ଚେତିଲା ପ୍ରଶାସନ, ଘରେ ବସି ଭତ୍ତା ପାଇବେ ଲବଙ୍ଗ

author img

By

Published : Aug 20, 2023, 1:41 PM IST

ଘରେ ବସି ଭତ୍ତା ପାଇବେ ଲବଙ୍ଗ
ଘରେ ବସି ଭତ୍ତା ପାଇବେ ଲବଙ୍ଗ

ଗଜପତିରେ ୯୫ ବର୍ଷୀୟା ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହାହେବା ଘଟଣା । ଖବର ବାଜିଲା ପରେ ଚେତିଲା ପ୍ରଶାସନ । ଅଧିକ ପଢନ୍ତୁ

ଖବର ବାଜିଲା ପରେ ଚେତିଲା ପ୍ରଶାସନ

ଗଜପତି: ପାରଳାଖେମୁଣ୍ଡିରେ ୯୫ ବର୍ଷୀୟା ବୃଦ୍ଧା ଲବଙ୍ଗ ଗୟା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟ୍ରଲିରେ ବୁହାହେବା ଘଟଣା ସମଗ୍ର ଅଞ୍ଚଳରେ ବେଶ୍ ଚର୍ଚ୍ଚାରେ ରହିଥିଲା । ଏ ସମ୍ପର୍କିତ ଖବର ପ୍ରସାରଣ ପରେ ବୃଦ୍ଧାଙ୍କୁ ତାଙ୍କ ଘର ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି ପୌର ଅଧିକାରୀ । କେନ୍ଦ୍ର ସରକାରଙ୍କ ଡାକ ବିଭାଗ ପକ୍ଷରୁ ଘର ନିକଟରେ ସେବା ଯୋଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପାରଳାଖେମୁଣ୍ଡି ଡାକ ବିଭାଗର କର୍ମଚାରୀମାନେ ଲବଙ୍ଗଙ୍କ ଘରେ ପହଞ୍ଚି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଏକ ଜିରୋ ଆକାଉଣ୍ଟ ଖୋଲିଛନ୍ତି । ଫଳରେ ଆସନ୍ତା ମାସରୁ ବୃଦ୍ଧା ଘରେ ବସି ଭତ୍ତା ପାଇପାରିବେ । ଆଉ ତାଙ୍କୁ ପୌର ପରିଷଦ କାର୍ଯ୍ୟାଳୟ ଯିବାକୁ ପଡିବ ନାହିଁ ।

ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ୧୨ ନମ୍ବର ୱାର୍ଡରେ ୯୫ ବର୍ଷୀୟା ଲବଙ୍ଗ ଗୟାଙ୍କ ଘର । ବୟସାଧିକ କାରଣରୁ ଅଣ୍ଟା ସଳଖି ଛିଡା ହୋଇପାରୁହାନ୍ତି । ଏପରି ସ୍ଥିତିରେ ଗତ ୩ ମାସ ହେଲା ସେ ବାର୍ଦ୍ଧକ୍ୟ ଭତ୍ତା ପାଇନଥିଲେ । ଭତ୍ତା ଟଙ୍କା ପାଇଁ ଲବଙ୍ଗଙ୍କ ନାତି ଅନେକ ଥର ବ୍ୟାଙ୍କ ଯାଇ ଖାଲି ହାତରେ ଫେରିଥିଲେ । ଟଙ୍କା ପୌର ପରିଷଦ କାର୍ଯ୍ୟାଳୟକୁ ଫେରି ଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜଣାଇଥିଲେ । ଏହାପରେ ବୃଦ୍ଧାଙ୍କ ଝିଅ ଓ ନାତି ଏକ ଟ୍ରଲିରେ ତାଙ୍କୁ ଭତ୍ତା ପାଇଁ ପୌର ପରିଷଦ ଅଫିସକୁ ବୋହି ନେଇଥିଲେ । ରାସ୍ତା ଉପରେ ଏହି ଦୃଶ୍ୟ ବିଚଳିତ କରିବା ଭଳି ଥିଲା ।

ଏହାମଧ୍ୟ ପଢନ୍ତୁ : ସେବେ ସୂର୍ଯ୍ୟ ଏବେ ଲବଙ୍ଗ: ଭତ୍ତା ପାଇଁ ଟ୍ରଲିରେ ବୁହା ହେଲେ ୯୫ ବର୍ଷୀୟା ବୃଦ୍ଧା

ପାରଳାଖେମୁଣ୍ଡି ଡାକ ବିଭାଗର କର୍ମଚାରୀମାନେ ଏହି ଖବର ଶୁଣିବା ପରେ ଶନିବାର ତାଙ୍କ ଘରେ ପହଞ୍ଚି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିଥିଲେ । ବର୍ତ୍ତମାନ ବୃଦ୍ଧା ଲାବଙ୍ଗା ଗୟା ପ୍ରତି ମାସରେ ବ୍ୟାଙ୍କ ଦୌଡିବା ପରିବର୍ତ୍ତେ ନିଜ ଘରେ ରହି ପେନସନ ପାଇବାକୁ ସକ୍ଷମ ହେବେ । ଏହି ସେବା ସୁବିଧା ପାଇଁ ଡାକ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ବୃଦ୍ଧାଙ୍କ ଝିଅ ।

ସେହିପରି ପାରଳା ପୌର ପରିଷଦ ଅଧିକାରୀ ତାଙ୍କ ଭତ୍ତା ବିଳମ୍ବର କାରଣ ତଦନ୍ତ କରିବା ସହ ଲବଙ୍ଗଙ୍କ ଘରକୁ ଯାଇଥିଲେ ଏବଂ ଏଣିକି ଘରେ ବସି ତାଙ୍କୁ ପେନସନ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.