ETV Bharat / state

ପୂଜା ପାଇବନି ପ୍ଲାଷ୍ଟର ଅଫ ପ୍ୟାରିସ ଗଣେଷ ମୂର୍ତ୍ତି, କଟକଣା ଲଗାଇଲା ପ୍ରଶାସନ

author img

By ETV Bharat Odisha Team

Published : Sep 5, 2023, 5:36 PM IST

ଚଳିତ ବର୍ଷ ଗଣେଷ ପୂଜାରେ ପୂଜା ପାଇବନି ପ୍ଲାଷ୍ଟର ଅଫ ପ୍ୟାରିସରେ ତିଆରି ମୂର୍ତ୍ତି । କଟକଣା ଲଗାଇଲା ଗଜପତି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ganesh puja preparation
ganesh puja preparation

restrictions on Plaster of Paris idol in Gajapati

ଗଜପତି: ଆଉ ଦିନ କେଇଟା ପରେ ଗଣେଷ ପୂଜା। ଧାରପୃଷ୍ଠକୁ ଓହ୍ଳାଇ ଆସିବେ ପାର୍ବତୀ ନନ୍ଦନ ଗଜାନନ। ଏବେଠାରୁ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର। କେଉଁଠି ପାଷ୍ଟର ଅଫ ପ୍ୟାରିସରେ ମୂର୍ତ୍ତି ତିଆରି ହେଉଛି ତ ପୁଣି କେଉଁଠି ମାଟିରେ। କିନ୍ତୁ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଗଜପତି ଜିଲ୍ଲାରେ ପ୍ଲାଷ୍ଟର ଅଫ ପ୍ୟାରିସରେ ମୂର୍ତ୍ତି ନିର୍ମାଣକୁ ଜିଲ୍ଲା ପ୍ରଶାସନ ତରଫରୁ ବାରଣ କରାଯାଇଛି। ଏପରି ନିଷ୍ପତ୍ତିକୁ ସ୍ଥାନୀୟ ଲୋକ ମାନେ ପ୍ରଶଂସା କରିଛନ୍ତି।

ଗତ କିଛି ବର୍ଷ ହେଲା ଜିଲ୍ଲାରେ ଗଣେଶ ପୂଜା ସମୟରେ ହଜାର ହଜାର ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନିର୍ମିତ ପ୍ରତିମା ବିକ୍ରି କରାଯାଉଥିଲା । ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ପରିବେଶ ପାଇଁ ଅନୁକୂଳ ନୁହେଁ ବୋଲି ପରିବେଶବିତମାନେ କହୁଥିବା ବେଳେ ମାଟିରେ ତିଆରି ମୂର୍ତ୍ତି ପୂଜା କରିବା ପୂଜକ ମାନଙ୍କ ମତ । କିନ୍ତୁ ଆଜି ଯାଏଁ ଏହାକୁ କେହି ହେଲେ ଗୁରୁତ୍ବ ଦେଉନଥିବାରୁ ପ୍ରତିବର୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବିକ୍ରି ବୃଦ୍ଧି ପାଇବାରେ ଲାଗିଥିଲା । ଫଳରେ ମୂର୍ତ୍ତି କାରିଗରମାନେ କ୍ଷତିର ସମ୍ମୁଖୀନ ହେଉଥିଲେ । ତେବେ ଚଳିତ ବର୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଉପରେ ପ୍ରଶାସନ କଟକଣା ଜାରି କରିଛି।

ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ପାର୍ବତୀ ନନ୍ଦନ, ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର

ଏନେଇ ଜିଲ୍ଲାପାଳ କହିଛନ୍ତି ଯେ,ପ୍ଲାଷ୍ଟର ଅଫ ପ୍ୟାରିସ ପରିବେଶ ପାଇଁ ଅନୁକୂଳ ନୁହେଁ । ତେଣୁ ଚଳିତ ବର୍ଷ ପ୍ଲାଷ୍ଟର ଅଫ ପ୍ୟାରିସରି ତିଆରେ ମୂର୍ତ୍ତି ତିଆରିକୁ ବାରଣ କରାଯାଇଛି। ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏନେଇ ମୂର୍ତ୍ତି କାରିଗର କହିଛନ୍ତି ଯେ, ମାଟିରେ ମୂର୍ତ୍ତି ତିଆରି କରି ଆମେ ବିକ୍ରି କରୁଥିଲୁ। କିନ୍ତୁ ଯେଉଁଦିନ ଠାରୁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତି ବଜାରକୁ ଆସିଲା ଆମ ବ୍ୟବସାୟ ଉପରେ ତାର ପ୍ରଭାବ ପଡିଲା । ଫଳରେ ଆମେ ଆଉ ମୂର୍ତ୍ତି କରିବା ଏକ ପ୍ରକାର ବନ୍ଦ କରିଦେଲୁ । ଯେଉଁମାନେ ଆମକୁ ଅର୍ଡର କରୁଥଲେ ସେମାନଙ୍କ ପାଇଁ ହିଁ ମୂର୍ତ୍ତି ନିର୍ମାଣ କରୁଥିଲୁ । ଚଳିତ ବର୍ଷ ମଧ୍ୟ ତାହାହିଁ କରିଛୁ । ପ୍ରଶାସନ ଚଳିତ ବର୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବନ୍ଦ କରିବା ଦ୍ବାରା ମାଟି ମୂର୍ତ୍ତିର ଚାହିଦା ବୃଦ୍ଧି ପାଇବ । କିନ୍ତୁ ବିଳମ୍ବରେ ପ୍ରଶାସନ ଏଭଳି ଘୋଷଣା କରିଥିବାରୁ ଆଉ ମୂର୍ତ୍ତି ନିର୍ମାଣ ପାଇଁ ସମୟ ନାହିଁ । ଏହି ନିସ୍ପତ୍ତି ଯଦି ପୂର୍ବରୁ ନିଆଯାଇଥାନ୍ତା ତାହେଲେ ଆମେ ଅଧିକ ମୂର୍ତ୍ତି କରିପାରିଥାନ୍ତୁ ।

ଏନେଇ ବୁଦ୍ଧିଜୀବୀ କହିଛନ୍ତି ଯେ, ବିଳମ୍ବରେ ହେଉ ପଛେ ପ୍ରଶାସନ ଚଳିତ ବର୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଉପରେ କଟକଣା ଜାରି କରି ଏକ ଭଲ ପଦକ୍ଷେପ । ଏହା ପରିବେଶ ଉପରେ କୁପ୍ରଭାବ ପକାଉଥିଲା । ତେଣୁ ଏହା ବନ୍ଦ ହେବା ଦ୍ବାରା ପରିବେଶକୁ କିଛି ମାତ୍ରାରେ ସ୍ବଚ୍ଛ ହୋଇପାରିବ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.