ETV Bharat / state

ETV Bharat Impact: ତୁଳସୀନଗରରେ ପହଞ୍ଚିଲା ବିକାଶ, ସରକାରଙ୍କ ଆଖିଆଢୁଆଳରେ ରହିଥିଲା 12ବର୍ଷ

author img

By

Published : Dec 5, 2022, 10:40 PM IST

ତୁଳସୀନଗରରେ ‘ଇଟିଭି ଭାରତ’ର ମହାପ୍ରଭାବ । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଦୀର୍ଘ 12 ବର୍ଷ ସରକାରଙ୍କ ଆଖିଆଢୁଆଳରେ ରହିଥିବା ତୁଳସୀନଗରରେ ପହଞ୍ଚିଛି ସରକାରୀ ଯୋଜନା । ଅଧିକ ପଢ଼ନ୍ତୁ

etv bharat impact district administration development in tulsi nagar gajapati
ETV Bharat Impact: ତୁଳସୀନଗରରେ ପହଞ୍ଚିଲା ବିକାଶ

ବ୍ରହ୍ମପୁର: ଗତ ଏକ ମାସ ତଳେ ଗଞ୍ଜାମ ଓ ଗଜପତି ଜିଲ୍ଲାର ସୀମାନ୍ତରେ ଲଖାରୀ ଜଙ୍ଗଲ ମଧ୍ୟରେ ରହିଥିବା ଆଦର୍ଶ ଓ ମଦମୁକ୍ତ ଗ୍ରାମ ତୁଳସୀନଗରର ଚିତ୍ର ରହିଥିଲା ଟିକେ ଭିନ୍ନ ଧରଣର । ଗ୍ରାମକୁ ପାଦରେ ଚାଲିଯିବାକୁ ରାସ୍ତାଟିଏ ନଥିଲା । ଯାହାକୁ ନେଇ ବର୍ଷ ତମାମ ନାନା ହଇରାଣ ହରକତ ହେଉଥିଲେ ଗ୍ରାମବାସୀ । ସରକାରଙ୍କ ଯୋଜନା ଏଠାରେ ଅପହଞ୍ଚ ହୋଇ ରହିଥିବା ଖବର ‘ଇଟିଭି ଭାରତ’ରେ ପ୍ରସାରଣ ହୋଇଥିଲା । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି । ଖବର ପ୍ରସାରଣ ପରେ ତୁଳସୀନଗର ଗ୍ରାମରେ ପଡ଼ିଛି ପ୍ରଶାସନର ପାଦ ।

ତୁଳସୀନଗରରେ ପହଞ୍ଚିଲା ବିକାଶ

ଗ୍ରାମକୁ ମାଟି ରାସ୍ତା ନିର୍ମାଣ କରାଯାଇ ମୁଖ୍ୟ ରାସ୍ତାକୁ ସଂଯୋଗ କରାଯାଇଥିବା ବେଳେ ରାସ୍ତା ପାର୍ଶ୍ବରେ ନାଳ ମଧ୍ୟ ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ରାସ୍ତାକୁ ମୋରମ ପକାଯାଇ ପକ୍କା କରାଯିବା ସହ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବାକୁ ନଳକୂପ ଖୋଳାଯିବ ବୋଲି ପ୍ରତିଶ୍ରୁତି ମିଳିଥିବା କହିଛନ୍ତି ଗ୍ରାମବାସୀ। ସେପଟେ ଏଭଳି ଆଦିବାସୀ ଗ୍ରାମର ଉନ୍ନତି ପାଇଁ ଦୀର୍ଘ ବର୍ଷ ଧରି ଲଗାତର ଉଦ୍ୟମ କରି ଆସୁଥିବା ଗାୟତ୍ରୀ ସେବାଶ୍ରମର କର୍ମକର୍ତ୍ତା ମାନେ ଆଗାମୀ ଦିନରେ ଏହାର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି । ଦୀର୍ଘ ୧୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପାହାଡ ଘେରା ଅଞ୍ଚଳ ଛାଡି ନିଜର ସୁବିଧା ପାଇଁ ଗଜପତି ଜିଲ୍ଲାର ଢେପାଗୁଡା ପଞ୍ଚାୟତର ୩୦ରୁ ଅଧିକ ପରିବାର ତୁଳସୀନଗରରେ ଆସି ବସବାସ କରୁଛନ୍ତି । ସେମାନଙ୍କ ରହୁଥିବା ସ୍ଥାନରେ ନିଜସ୍ୱ ଉଦ୍ୟମରେ ପ୍ରତ୍ୟେକ ଘର ସମ୍ମୁଖରେ ତୁଳସୀ ଗଛର ଚଉରା ରଖାଯାଇଛି। ଗ୍ରାମରରେ ସାମୂହିକ ପୂଜାର୍ଚ୍ଚନା କରିବା ସହ ଗ୍ରାମକୁ ମଦମୁକ୍ତ ଅଭିଯାନରେ ସାମିଲ କରିଥିଲେ । ଯାହାକି ଏହି ଗ୍ରାମରେ ନିୟମିତ ଭାବରେ ଆବାଳବୃଦ୍ଧ ବନୀତା ଭଗବାନଙ୍କ ନାମସଂକିର୍ତ୍ତନ କରିବା, ଗ୍ରାମକୁ କୌଣସି ଅତିଥି ପହଞ୍ଚିଲେ ପାରମ୍ପାରିକ ବାଦ୍ୟ ଓ ଗିନି ବଜାଇ ପାଛୋଟି ନେବା ଭଳି ଦେଖିବାକୁ ମିଳିଥାଏ । କିନ୍ତୁ ସରକାରଙ୍କ ଯୋଜନା ଯେପରି ତୁଳସୀନଗ ଗ୍ରାମବାସୀ ଅପହଞ୍ଚ ହୋଇରହିଥିଲା। ଗାଁକୁ ରାସ୍ତାଟିଏ ନଥିବାବେଳେ ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା, ସ୍ବାସ୍ଥ୍ୟ ସେବା ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ ଗ୍ରାମବାସୀ ।

ଏହା ମଧ୍ୟ ପଢ଼ନ୍ତୁ: ବିକାଶ ଅପେକ୍ଷାରେ 12ବର୍ଷ: ଆଦର୍ଶ ଗ୍ରାମକୁ ଭୁଲିଗଲେ ସରକାର, ନାହିଁ ନାହିଁରେ ପାହାଡ ଉପରେ କଟୁଛି ଜୀବନ

ଲୋକଙ୍କ ସମସ୍ୟା ନେଇ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ବିକାଶର ମୁଖ୍ୟ ସ୍ରୋତରେ ତୁଳସୀନଗର ଗ୍ରାମବାସୀଙ୍କୁ ସାମିଲ କରିବାକୁ ଆରମ୍ଭ ହୋଇଛି ଅଭିଯାନ । ଗମନାଗମନ ପାଇଁ ଗାଁକୁ ରାସ୍ତା ତିଆରି ହେଉଥିବାବେଳେ ଅନ୍ୟ ସୁବିଧା ମଧ୍ୟ ଖୁବ ଶୀଘ୍ର ମିଳିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

ଏନେଇ ଗ୍ରାମବାସୀ କହିଛନ୍ତି, "ପୂର୍ବରୁ ଏହି ଗ୍ରାମରେ ପ୍ରଶାସନର ପାଦ ପଡ଼ିନଥିଲା । ଗ୍ରାମବାସୀ ଅନେକ ସମସ୍ୟା ସେଇ ଗତି କରୁଥିଲେ । ବିଭିନ୍ନ ଯୋଜନା ଠାରୁ ଦୂରରେ ଥିଲେ । ମାତ୍ର ଖବର ପ୍ରସାରଣ ପରେ ପ୍ରଶାସନ ଏଠାକାର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ।" ଗ୍ରାମରେ ରାସ୍ତା ତିଆରି ହୋଇଥିବାବେଳେ ପିଲାଙ୍କ ପାଇଁ ଅଙ୍ଗନବାଡ଼ି ତିଆରି କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଆଦର୍ଶ ଏବଂ ସଂସ୍କୃତିର ଗାଁ ତୁଳସୀନଗର । ଜଙ୍ଗଲ ଜମିରେ ମକାଠାରୁ ଆରମ୍ଭ କରି ମାଣ୍ଡିଆ ପର୍ଯ୍ୟନ୍ତ ବିଭିନ୍ନ ଚାଷ କରି ପରିବାର ପ୍ରତିପୋଷଣରେ କରୁଥିବା ଏଠାକାର ବାସିନ୍ଦା । ଏହାରି ମଧ୍ୟରେ ଗ୍ରାମର ଚିତ୍ର ପରିବର୍ତ୍ତନ ହେବାକୁ ଯାଉଥିବାରୁ ଏ ସମସ୍ତ ଦିଗକୁ ଦୃଷ୍ଟିରଖି ସରକାର ଏବଂ ପ୍ରଶାସନ କିଛି ପଦକ୍ଷେପ ନେବେ ବୋଲି ଆଶା ରଖଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.