ETV Bharat / state

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ, ଆଧୁନିକ କୃଷି ଯନ୍ତ୍ରପାତି ସମ୍ପର୍କରେ ଜାଣିଲେ ଚାଷୀ

author img

By

Published : Feb 14, 2023, 10:09 PM IST

ଉଦଯାପିତ ହୋଇଛି ଗଜପତି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ଚାଷୀଙ୍କୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

ଗଜପତି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା
district level agriculture machinery fair in gajapati

ଉଦଯାପିତ ହୋଇଛି ଗଜପତି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

ଗଜପତି: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ଗତ 4ଦିନ ଧରି ଚାଲିଥିବା ଗଜପତି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇଯାଇଛି । କୃଷକମାନଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ସଂପର୍କରେ ଜଣାଇବା ଏବଂ କିଭଳି ସହଜରେ ଉପଲବ୍ଧ କରାଇବା ନେଇ ଏହି ମେଳା ଅନୁଷ୍ଠିତ ହୋଇଥିଲା । ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ସିଏମସି ଅଫିସର-କର୍ପୋରେଟର ବିବାଦ, ଅହରାତ୍ର ଧାରଣାରେ ବିରୋଧୀ କର୍ପୋରେଟର

ଗତ 10 ତାରିଖରୁ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ପରିସରରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଥିଲା । ମିଶ୍ରିତ ଫସଲ ଚାଷ, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତିର ସଠିକ ଉପଯୋଗ ଓ ପରିଚଳନା, ଉନ୍ନତ ମାନର ଯାନ୍ତ୍ରିକ ସୁବିଧା ଓ ସୁଯୋଗ ନେବା ପାଇଁ ଚାଷୀଙ୍କୁ ଏହା ମାଧ୍ୟମରେ ପରାମର୍ଶ ଦିଆଯାଇଥିଲା । ଏହି ଜିଲ୍ଲା ସ୍ତରୀୟ ଚାରି ଦିନିଆ ମେଳାରେ 56 ଜଣଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଇଥିବା ବେଳେ 129 ଜଣ କୃଷକ ଅନଲାଇନ ମାଧ୍ୟମରେ ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ଆବେଦନ କରିଛନ୍ତି । ଯାହାର ମୂଲ୍ୟ 1 କାଟି 90 ଲକ୍ଷ 78 ହଜାର 688 ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Pulwama attack: ଶହୀଦ ମନୋଜ ବେହେରାଙ୍କୁ ଝୁରୁଛି ନିଆଳି ମାଟି, କମ୍ ବୟସରେ ଦେଶ ପାଇଁ ଜୀବନ ଦେଇଥିଲେ

ଏହି କୃଷି ଯନ୍ତ୍ରପାତି ମେଳାରେ 50ଟି ଷ୍ଟଲ ଖୋଲାଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ସହିତ ରିହାତି ଦରରେ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାର ବିଭିନ୍ନ ବିଭାଗ ତଥା ଉଦାନ କୃଷି, ମତ୍ସ, ପ୍ରାଣୀ ସମ୍ପଦ ବିକାଶ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ଓଡିଶା କୃଷି ଶିଳ୍ପ ନିଗମ, ମିଶନ ଶକ୍ତି ଓ ଓଡିଶା ମିଲେଟ୍ ମିଶନ ଭଳି ବିଭିନ୍ନ ବିଭାଗ ନିଜ ନିଜ ବିଭାଗର ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା । ଫଳରେ ଚାଷୀମାନେ ବିଭିନ୍ନ ଚାଷ ସଂପର୍କରେ ଜ୍ଞାନ ଅର୍ଜନ କରିଥିଲେ। ତେଣୁ ଏହି ମେଳା ଦ୍ବାରା ସେମାନେ ଢେର ଲାଭ ପାଇଥିବା ଚାଷୀମାନେ କହିଛନ୍ତି । କୃଷିର ବିକାଶ ପାଇଁ ପ୍ରତିବର୍ଷ ଏଭଳି ମେଳା ହେବା ଏବଂ ଏହା ମାଧ୍ୟମରେ କୃଷକଙ୍କୁ ସଚେତନ କରାଯିବା ନିଶ୍ଚିତ ଭାବେ ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ହୋଇଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.