ETV Bharat / state

ଗଜପତିରେ କୋରୋନା ସ୍ଥିତି ସଙ୍ଗୀନ, ଲୋକେ ଆତଙ୍କିତ

author img

By

Published : May 7, 2021, 6:55 PM IST

ଗଜପତିରେ କୋରୋନା ସ୍ଥିତି ସଙ୍ଗୀନ,  ଲୋକେ ଆତଙ୍କିତ
ଗଜପତିରେ କୋରୋନା ସ୍ଥିତି ସଙ୍ଗୀନ, ଲୋକେ ଆତଙ୍କିତ

କୋରୋନାର ଦ୍ଵିତୀୟ ଲହର ଗଜପତି ଜିଲ୍ଲାରେ ତାର କାୟା ବିସ୍ତାର କରିବା ପର ଠାରୁ ଏହା ଅତ୍ୟନ୍ତ କ୍ଷୀପ୍ର ଗତିରେ ମାଡିଚାଲିଛି । ଏପ୍ରିଲ ମାସରେ ଜିଲ୍ଲାରେ 1035 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଲେ ମେ’ ମାସର ପ୍ରଥମ 7 ଦିନରେ ହିଁ ଜିଲ୍ଲାରେ 879 ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଅଧିକ ପଢନ୍ତୁ...

ଗଜପତି: କୋରୋନାର ଦ୍ଵିତୀୟ ଲହର ଗଜପତି ଜିଲ୍ଲାରେ ତାର କାୟା ଅତ୍ୟନ୍ତ କ୍ଷୀପ୍ର ଗତିରେ ବିସ୍ତାର କରି ଚାଲିଛି । ଏପ୍ରିଲ ମାସରେ ଜିଲ୍ଲାରେ 1035 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଲେ ମେ’ ମାସର ପ୍ରଥମ 7 ଦିନରେ ହିଁ ଜିଲ୍ଲାରେ 879 ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।

ଗଜପତିରେ କୋରୋନା ସ୍ଥିତି ସଙ୍ଗୀନ, ଲୋକେ ଆତଙ୍କିତ

ଏପ୍ରିଲ୍ 28 ତାରିଖରେ 95 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 29 ତାରିଖରେ 121 ଜଣ, 30 ତାରିଖରେ 123 ଜଣ ଚିହ୍ନଟ ହୋଇଥିଲେ । ସେହିପରି ମେ’ ମାସ 1 ତାରିଖରେ 156 ଜଣ, 2 ତାରିଖରେ 120 ଜଣ, 3 ତାରିଖରେ 164 ଜଣ, 4 ତାରିଖରେ 119 ଜଣ, 5 ତାରିଖରେ 116 ଜଣ ଏବଂ 6 ତାରିଖରେ 113 ଜଣ ଏବଂ 7 ତାରିଖରେ 91 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେଣୁ ସ୍ଥିତି ଅଧିକ ସଙ୍ଗୀନ ରହିଥିବା ସ୍ପଷ୍ଟ ହୋଇଛି ।

ସେହିପରି ବର୍ତ୍ତମାନ ସୁଦ୍ଧା ଦ୍ଵିତୀୟ ଲହରର ଆରମ୍ଭ ହେବା ପରଠାରୁ 4 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ଏହି ସଂଖ୍ୟା 20 ପାର ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସାଧାରଣ ଲୋକେ ଅଧିକ ଆତଙ୍କିତ ହୋଇପଡିଛନ୍ତି । ହେଲେ ଏବେବି କିଛି ଅମାନିଆ ସରକାରୀ ନିୟମକୁ ଫୁ କରି ବୁଲୁଥିବା ଦେଖିବାକୁ ମିଳିଛି । ତେଣୁ, ସେମାନଙ୍କୁ ପ୍ରଶାସନ ଧରି ଉଚିତ ଦଣ୍ଡବିଧାନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ଯଦିଓ ପୋଲିସ ଏବଂ ଜିଲ୍ଲା ପ୍ରଶାସନ କରେନାର ଗତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛନ୍ତି ତଥାପି କେତେକ ସ୍ଥାନରେ ସରକାରୀ ନିର୍ଦ୍ଦେଶନାମର ସଠିକ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି । ବିଶେଷ କରି ଆନ୍ତଃରାଜ୍ୟ ସୀମାରେ ଅବାଧ ଅନୁପ୍ରବେଶ ହେଉଥିବାରୁ ଏହା ଅଧିକ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆନ୍ଧ୍ର ଭେରିଏଣ୍ଟ ଅଧିକ ମାରାତ୍ମକ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଗଜପତି ଜିଲ୍ଲା ଆନ୍ଧ୍ର ସୀମାରେ ରହିଥିବା ବେଳେ ଏହାର ଏକ ଲମ୍ବା ଅଞ୍ଚଳ ସୀମାନ୍ତବର୍ତ୍ତି ଅଟେ ।

ଆନ୍ଧ୍ରରୁ ଗଜପତି ଜିଲ୍ଲାରେ ପ୍ରବେଶ ପାଇଁ ଏକାଧିକ ରାସ୍ତା ରହିଥିବାରୁ ସବୁ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । କିନ୍ତୁ, ଗଳାବାଟ ଦେଇ ଏବେବି ଅନୁପ୍ରବେଶ ଜାରି ରହିଛି । ତେଣୁ, ଏହା ହିଁ ଗଜପତି ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି । ସେହିପରି ନାକାରେ ପ୍ରବାସୀଙ୍କୁ ଅଟକାଯାଉଥିବା ବେଳେ ସେମାନଙ୍କୁ ପରୀକ୍ଷା ପାଇଁ କୌଣସି ଡାକ୍ତରୀ ଟିମ୍ ଦିନ ତମାମ ରହୁନଥିବାରୁ ସମସ୍ୟା ଦେଖାଦେଇଛି । ତେଣୁ, ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ପ୍ରଥମ ଲହର ସମୟ ଭଳି ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ ବୋଲି ଲୋକେ ଦାବି କରିଛନ୍ତି ।

କରୋନାର ଦ୍ଵିତୀୟ ଲହର ପାଇଁ ସାରା ଦେଶରେ ଏବେ ଲକଡାଉନ୍ ପରିସ୍ଥିତି । ତେଣୁ, କାମଧନ୍ଦା ପାଇଁ ବାହାରକୁ ଯାଇଥିବା ପ୍ରବାସୀମାନେ ଏବେ ଘର ମୁହାଁ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ପାରଳାଖେମୁଣ୍ଡିରେ ଏକ ସଙ୍ଘରୋଧ କେନ୍ଦ୍ର ଖୋଲାଯାଇ ସେଠାରେ ପ୍ରବାସୀଙ୍କୁ ରଖାଯିବ । 14 ଦିନ ରହିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଘରକୁ ଛଡାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ହେଲେ ଗଳାବାଟରେ ଆସୁଥିବା ପ୍ରବାସୀଙ୍କୁ ଧରିବା ପ୍ରଶାସନ ପାଇଁ ସହଜ ହେଉନାହିଁ । ତେଣୁ, ସେମାନ ହିଁ ଗଜପତି ଜିଲ୍ଲା ପାଇଁ ବିପଦ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି ।

ତେବେ ଜିଲ୍ଲାର ସମସ୍ତ ଆନ୍ତଃରାଜ୍ୟ ପ୍ରବେଶ ପଥରେ ନାକା କରାଯାଇ ଯାଞ୍ଚ କରାଯାଉଛି । ଆସୁଥିବା ପ୍ରବାସୀଙ୍କୁ ସମସ୍ତ ପ୍ରକାର ସୁବିଧାରେ ସଙ୍ଗରୋଧରେ ରଖାଯାଉଛି । ଗଜପତି ଜିଲ୍ଲାର ପ୍ରାୟ 80 କି.ମି ଅଞ୍ଚଳ ଆନ୍ଧ୍ର ସୀମାରେ ରହିଛି । ତେଣୁ, ଏକାଧିକ ଗଳାବାଟ ମଧ୍ୟ ରହିଛି । ତେଣୁ ସବୁ ସ୍ଥାନ ଉପରେ ନଜର ରଖାଯାଇଛି ଏବଂ ଆବଶ୍ୟକ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରଶାସନ ପକ୍ଷରୁ କୋଭିଡ୍ ପରୀକ୍ଷା ଜୋରଦାର କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ସାନିଟାଇଜ୍ ମଧ୍ୟ କରାଯାଉଥିବା ସେ କହିଛନ୍ତି ।

ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତା’ ସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯାହାକି ସମସ୍ତ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏହାକୁ ନିଯନ୍ତ୍ରଣ କରିବା ପାଇଁ କେବଳ ପ୍ରଶାସନ ପ୍ରୟାସ କଲେ ହେବ ନାହିଁ, ବରଂ ସାଧାରଣ ଲୋକେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.