ETV Bharat / state

ନବୀନ-ଜଗନ ଆଲୋଚନା, ଗଜପତି ସମସ୍ୟା ସ୍ଥାନ ନ ପାଇବାରୁ ନିରାଶ ହେଲେ ବିଧାୟକ

author img

By

Published : Nov 10, 2021, 4:56 PM IST

ଗଜପତିକୁ ନେଇ ଆଲୋଚନା କଲେନି ମୁଖ୍ୟମନ୍ତ୍ରୀ: ପାରଳାଖେମୁଣ୍ଡି ବିଧାୟକ
ଗଜପତିକୁ ନେଇ ଆଲୋଚନା କଲେନି ମୁଖ୍ୟମନ୍ତ୍ରୀ: ପାରଳାଖେମୁଣ୍ଡି ବିଧାୟକ

ଗତ ମଙ୍ଗଳବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ଆନ୍ଧ୍ରକୁ ନେଇ ଗଜପତିରେ ଅନେକ ସମସ୍ୟା ରହିଥିବା ବେଳେ ଏହାକୁ ନେଇ ଆଲୋଚନା ହୋଇନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

ଗଜପତି: ବିଭିନ୍ନ ପ୍ରସଙ୍ଗକୁ ନେଇ ଗତକାଲି(ମଙ୍ଗଳବାର) ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଉଭୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ତେବେ ଗଜପତି ଜିଲ୍ଲାରେ ମଧ୍ୟ ଆନ୍ଧ୍ର ପ୍ରଦେଶକୁ ନେଇ ଅନେକ ସମସ୍ୟା ରହିଛି । ହେଲେ ଏନେଇ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିନଥିବା ଅଭିଯୋଗ ହୋଇଛି । ଏହାକୁ ନିନ୍ଦା କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ।

ଗଜପତିକୁ ନେଇ ଆଲୋଚନା କଲେନି ମୁଖ୍ୟମନ୍ତ୍ରୀ: ପାରଳାଖେମୁଣ୍ଡି ବିଧାୟକ

ଗଜପତି ଜିଲ୍ଲାର ସୀମାନ୍ତ ଗାଁ ଗୁଡ଼ିକରେ ଆନ୍ଧ୍ର ପ୍ରବେଶ କରି ଦାଦାଗିରି ଚଳାଇଛି । ଗାଁ ଭିତରେ ପଶି ଧମକ ଦେଉଛନ୍ତି ଆନ୍ଧ୍ର ଅଧିକାରୀ ଓ ନେତା । ଏନେଇ ମୁଖ୍ୟମନ୍ତ୍ରୀ କାହିଁକି ପ୍ରଶ୍ନ ଉଠାଇଲେ ନାହିଁ ବୋଲି କହିଛନ୍ତି ବିଧାୟକ । ସେହିଭଳି ବଂଶଧାରା ନଦୀରେ ନେରେଡି ବ୍ୟାରେଜ୍ ପାଇଁ କୋର୍ଟରେ ଆନ୍ଧ୍ର ସପକ୍ଷରେ ରାୟ ଦେବା ପରେ ଗଜପତିର ଗାଁ ଗୁଡ଼ିକୁ ସଠିକ କ୍ଷତି ପୂରଣ ଦେବା ବିଷୟରେ ମଧ୍ୟ ଆଲୋଚନା କଲେନି ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀ । ଏହି ଆଲୋଚନାରେ ଗଜପତି ଜିଲ୍ଲାର ସୀମା ବିବାଦ ନେଇ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ।

ସେହିପରି ନେରେଡୀ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା କାଶୀନଗର ବ୍ଲକର ଗାଁ ଲୋକଙ୍କୁ କ୍ଷତିପୂରଣ ଦେବା ବାବଦରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଆଶା କରିଥିଲେ ଗ୍ରାମବାସୀ । ତାହା ହୋଇନଥିବାରୁ ନିରାଶ ହୋଇଛନ୍ତି କାଶୀନଗର ବ୍ଲକର ଅନେକ ଗ୍ରାମବାସୀ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.