ETV Bharat / state

‘ଟ୍ରିବ୍ୟୁନାଲ ରାୟ ବିରୁଦ୍ଧରେ ସୁପ୍ରମିକେର୍ଟରେ ରିଟ ପିଟିସନ ଦାୟର କରନ୍ତୁ ସରକାର’

author img

By

Published : Jul 3, 2021, 5:43 PM IST

Bjp pressmeet on bamsadhara issue in gajapati
ଟ୍ରିବୁନାଲ ରାୟ ବିରୁଦ୍ଧରେ ସୁପ୍ରମିକେର୍ଟରେ ରିଟପିଟିସନ ଦାୟର କରନ୍ତୁ ସରକାର

ବଂଶଧାରା ନଦୀରେ ଆନ୍ଧ୍ର ପ୍ରଦେଶ ସରକାର ବ୍ୟାରେଜ ନିର୍ମାଣ ପାଇଁ ପାଇ ସାରିଛନ୍ତି ସବୁଜ ସଂକେତ । ଏହି ପରିପ୍ରେକ୍ଷୀରେ କ୍ଷତିଗ୍ରସ୍ତ ଅ଼ଞ୍ଚଳ ପରିଦର୍ଶନ କରିଛି ବିଜେପି ପ୍ରତିନିଧି ଦଳ ।

ପାରଳାଖେମୁଣ୍ଡି: ବଂଶଧାରା ନଦୀ ଉପରେ ଆନ୍ଧ୍ରର ନେରେଡି ପାଇଁ ଟ୍ରିବ୍ୟୁନାଲ ସବୁଜ ସଂକେତ ଦେବା ପରେ ଏଥିପାଇଁ ପଥ ପରିଷ୍କାର ହୋଇଛି । ଫଳରେ ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାର ବ୍ୟାପକ କ୍ଷତି ହେବା ନିଶ୍ଚିତ । ଗତକାଲି ରାଜ୍ୟ ବିଜେପି ପ୍ରତିନିଧି କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏନେଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ଟ୍ରିବୁନାଲ ରାୟ ବିରୁଦ୍ଧରେ ସୁପ୍ରମିକେର୍ଟରେ ରିଟପିଟିସନ ଦାୟର କରନ୍ତୁ ସରକାର

ଶୁକ୍ରବାର ବିଜେପିର ଏକ ପ୍ରତିନିଧି ଦଳ ବଂଶଧାରା ନଦୀରେ ନିର୍ମାଣ ହେବାକୁ ଥିବା ବ୍ୟାରେଜ କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଛି । ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛି ବିଜେପି । ବଂଶଧାରା ନଦୀରେ ଆନ୍ଧ୍ରପ୍ରଦେଶ ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲ ଦେଇଛନ୍ତି ରାୟ । କ୍ଷତିଗ୍ରସ୍ତ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏଯାଏଁ ସରକାର ସେମାନଙ୍କ ଦୁଃଖ ଶୁଣିନାହାଁନ୍ତି । ଏହାର ସମାଧାନ ଦିଗରେ ମଧ୍ୟ କୌଣସି ପଦକ୍ଷେପ ନେଉନାହାଁନ୍ତି । ଏ ସଂପର୍କରେ ରାଜ୍ୟ ସରକାର ନିଜର ମତ ମଧ୍ୟ ସ୍ପଷ୍ଟ ନକରିବା ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି ବୋଲି ବିଜେପି ଦାବି କରିଛି । କହିବାକୁ ଗଲେ ଓଡିଶାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ । ତେଣୁ ପଡୋଶୀ ରାଜ୍ୟମାନେ ଏହାର ଫାଇଦା ନେଉଛନ୍ତି । ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଜ୍ୟ ସରକାର ବିଫଳ। ତେଣୁ ତୁରନ୍ତ ରାଜ୍ୟ ସରକାର ବଂଶଧାରା ସଂପର୍କରେ ତୁରନ୍ତ ନିଜର ମତ ସ୍ପଷ୍ଟ କରିବା ସହ ଏହି ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ ଟ୍ରିବୁନାଲ ରାୟ ବିରୁଦ୍ଧରେ ସୁପ୍ରମିକେର୍ଟରେ ରିଟପିଟିସନ ଦାୟର କରନ୍ତୁ ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଦାବି କରିଛନ୍ତି ।

ଓଡିଶାର ୧୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଆନ୍ଧ୍ର ପାଣି ନେଉଛି । କିନ୍ତୁ ଏହି ବାବଦକୁ ପ୍ରାୟ ୪ କୋଟି ୧୬ ଲକ୍ଷ ଟଙ୍କା ବାକି ରଖିଥିଲେ ମଧ୍ୟ ଓଡିଶା ସରକାର ଏହାକୁ ଆଦାୟ ମଧ୍ୟ କରୁନାହାନ୍ତି । ଏସବୁ ଦେଖିଲେ ଆନ୍ଧ୍ର କରୁଥିବା ମନମାନିକୁ ଓଡିଶା ସରକାର ପରୋକ୍ଷରେ ସହଯୋଗ କରୁଥିବା ଭଳି ମନେ ହେଉଛି ବୋଲି ବିଜେପି ନେତା ଦାବି କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.