ETV Bharat / state

ଗଜପତି ଜିଲ୍ଲାରେ ବିନା ଦ୍ବିଧାରେ ପ୍ରବେଶ କରୁଛନ୍ତି ଆନ୍ଧ୍ରବାସୀ, ସୀମାରେ ନାହିଁ ଚେକିଂ

author img

By

Published : May 10, 2021, 4:19 PM IST

Andhra Pradesh residents enter Gajapati  without hesitation on cvid19 stuation
ଗଜପତି ଜିଲ୍ଲାରେ ବିନା ଦ୍ବାଧାରେ ପ୍ରବେଶ କରୁଛନ୍ତି ଆନ୍ଧ୍ରବାସୀ, ସୀମାରେ ନାହିଁ ନାକା

ଗଜପତି ଜିଲ୍ଲାରେ କେବଳ ମୁଖ୍ୟ ରାସ୍ତାରେ ଥିବା ନାକା ଗେଟରେ କରାଯାଉଥିବା ବେଳେ ଅନ୍ୟ ରାସ୍ତାକୁ ମୁକୁଳା ଛାଡ଼ି ଦିଆଯାଇଛି । ଅବାଧରେ ପ୍ରବେଶ କରୁଛନ୍ତି ଲୋକେ । ସୀମାରେ ଥିବା ଗଜପତି ଜିଲ୍ଲାପାଇଁ ଆନ୍ଧ୍ର ଭ୍ୟାରିଏଣ୍ଟ ଅଧିକ ବିପଜ୍ଜନକ ହୋଇଛି । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି: କୋରୋନାର ଦ୍ଵିତୀୟ ଲହର ସାରା ଦେଶକୁ ନୟାନ୍ତ କଲାଣି । ଏହା ଯେଭଳି ବେଗରେ ସଂକ୍ରମିତ କରୁଛି, ସେଭଳି ବେଗରେ ଲୋକଙ୍କ ଏ ଜୀବନ ମଧ୍ୟ ନେଉଛି । ଏହାରି ଭିତରେ ଆନ୍ଧ୍ର ଭ୍ୟାରିଏଣ୍ଟ ଆହୁରି ସମସ୍ୟା ଆତଙ୍କ ଖେଳାଇଛି । ବିଶେଷ କରି ଆନ୍ଧ୍ର ସୀମାରେ ଥିବା ଗଜପତି ଜିଲ୍ଲାପାଇଁ ଏହି ଭ୍ୟାରିଏଣ୍ଟ ଅଧିକ ବିପଜ୍ଜନକ । ସେଥିପାଇଁ ଆନ୍ତଃରାଜ୍ୟ ସୀମାରେ ଯାଞ୍ଚକୁ କଡାକଡି କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଗଜପତି ଜିଲ୍ଲାରେ ବିନା ଦ୍ବାଧାରେ ପ୍ରବେଶ କରୁଛନ୍ତି ଆନ୍ଧ୍ରବାସୀ, ସୀମାରେ ନାହିଁ ନାକା

ଗଜପତି ଜିଲ୍ଲାର ପ୍ରାୟ ୮୦ କିମି ଅଂଚଳ 3 ଆନ୍ଧ୍ର ସୀମାନ୍ତବର୍ତି ହୋଇଥିବା ବେଳେ ପ୍ରାୟ ୫ଟି ମୁଖ୍ୟ ରାସ୍ତାରେ ନାକା ଗେଟ ନିର୍ମାଣ କରାଯାଇଛି । ସେହିଭଳି ଆଉ କିଛି ରାସ୍ତାରେ ମଧ୍ୟ ଗେଟ ନିର୍ମାଣ ହୋଇଛି । ନାକାରେ ପୋଲିସ ଏବଂ ଶିକ୍ଷକମାନେ ରହି ଆସୁଥିବା ଲୋକଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଦ୍ଵିତୀୟ ଡୋଜ୍ ଟୀକା ଗ୍ରହଣର ପ୍ରମାଣପତ୍ର ଯାଞ୍ଚ କରୁଛନ୍ତି । ଯେଉଁମାନଙ୍କର ନାହିଁ, ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି । ଏହା କେବଳ ମୁଖ୍ୟ ରାସ୍ତାରେ ଥିବା ନାକା ଗେଟରେ କରାଯାଉଥିବା ବେଳେ ଅନ୍ୟ ରାସ୍ତାକୁ ମୁକୁଳା ଛାଡ଼ି ଦିଆଯାଇଛି । ଫଳରେ ଆନ୍ଧ୍ରର ଲୋକେ ବିନା ଦ୍ବିଧାରେ ଗଜପତି ଜିଲ୍ଲା ମଧ୍ୟକୁ ଅନୁପ୍ରବେଶ କରିବା ସହ ପ୍ରତିଦିନ ଯାତାୟତ କରୁଛନ୍ତି । ଆଉ କିଛି ଲୋକଙ୍କ ପାଇଁ ସୁବିଧା ହୋଇଛି ଗଳାବାଟ । ଦୀର୍ଘ ସୀମାନ୍ତ ଅଞ୍ଚଳରେ ଏକାଧିକ ଗଳାବାଟ ରହିଥିବା ଯୋଗୁଁ ସେମାନେ ଅନାୟସରେ ଓଡିଶାକୁ ଯାତାୟତ କରୁଛନ୍ତି । ତେବେ ପ୍ରଶାସନ କେବଳ ମୁଖ୍ୟ ରାସ୍ତାକୁ ଜଗି ବାକି ସବୁକୁ ଛାଡିଦେବା ଆଗକୁ ଗଜପତି ଜିଲ୍ଲା ତଥା ସାରା ଓଡିଶା ପାଇଁ ବିପଦ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି ।

ସେପଟେ ପୋଲିସ ଗତ ଥର ଯେଭଳି ନିଜର କର୍ତ୍ତବ୍ୟ ସଂପାଦନ କରୁଥିଲା ଏଥର ତାହା ମଧ୍ୟ ଦୃଷ୍ଟିଗୋଚର ହେଉନାହିଁ । କେବଳ ନାମକୁ ମାତ୍ର ସହର ମଧ୍ୟରେ ବୁଲି କିଛି ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରି ନିଜର ଦାୟିତ୍ବ ସାରିଦେଉଛି । ତେଣୁ ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । ତେଣୁ ପ୍ରଶାସନ ଏବଂ ପୁଲିସର ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ସାଧାରଣ ଲୋକେ ମତ ପ୍ରକାଶ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.