ETV Bharat / state

9ମ ଶ୍ରେଣୀ ଛାତ୍ରୀ ସୌଦାମୀନି ରଇତଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ

author img

By

Published : Mar 7, 2023, 6:31 AM IST

ହତ୍ୟା ଅଭିଯୋଗ ଆଣିଲେ ପରିବାର
ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାରଳାଖେମୁଣ୍ଡି ଜବହାର ନବୋଦୟ ବିଦ୍ୟାଳୟର 9ମ ଶ୍ରେଣୀ ଛାତ୍ରୀ ସୌଦାମୀନି ରଇତଙ୍କ ମୃତ୍ୟୁ ଘଟଣା । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଅଧିକ ପଢ଼ନ୍ତୁ

ସୌଦାମୀନି ରଇତଙ୍କ ମୃତ୍ୟୁ ଘଟଣା, ପରିବାରକୁ 50ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି

ଗଜପତି: ପାରଳାଖେମୁଣ୍ଡି ଜବହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମୀନି ରଇତଙ୍କ ମୃତ୍ୟୁ ଘଟଣା । ମୃତ୍ୟୁକୁ ୧୫ ଦିନ ବିତି ଯାଇଥିବା ବେଳେ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ ମୃତ୍ୟୁ ପଛର କାରଣ । ସ୍କୁଲ କର୍ତ୍ତୁପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଯାଏଁ ଘଟଣା ପଛର ସତ୍ୟ ଲୋକଲୋଚନକୁ ଆସିପାରି ନାହିଁ । ଯାହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ସିପିଆଇ(ଏମ) । ତେବେ ଘଟଣାର ସତ୍ୟ ଉନ୍ମୋଚନ କରିବା ସହ ପିଡିତାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ସିପିଆଇ ନେତା ସମ୍ପାଦକ ଦଣ୍ଡପାଣି ରଇତ କହିଛନ୍ତି ।

ତେବେ ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା କାଶୀନଗର ବ୍ଳକର ଅଲଡା ଗ୍ରାମର ଡେଭିଡ ରଇତଙ୍କ ବଡ ଝିଅ ସୌଦାମିନି ପାରଳାଖେମୁଣ୍ଡି ସ୍ଥିତ ଜବାହର ନବଦୋୟ ବିଦ୍ୟାଳୟରେ ପଢୁଥିଲେ । ନବଦୋୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପ୍ରତିଦିନ ଭଳି ସକାଳ 5ଟାରୁ ବ୍ୟାୟାମ କରିବାକୁ ଯାଇଥିଲେ । ହେଲେ ସେଦିନ ସୌଦାମିନିଙ୍କୁ ନଦେଖି ପିଲାଏ ତାକୁ ଖୋଜିବା ସମୟରେ ହଷ୍ଟେଲ କୋଠାର ସିଡି ନିକଟରେ ତାକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହାପରେ ପାଟିତୁଣ୍ଡ ଶୁଣି ସ୍କୁଲ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୌଦାମୀନି ଜଣେ ଭଲ ଛାତ୍ରୀ ଥିଲା । ସେ ଭଲ ପାଠ ପଢିବା ସହ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସ୍ବତଃପ୍ରବୃତ ଭାବେ ସାମିଲ ହେଉଥିଲେ । ହେଲେ ସେ ହଠାତ୍ ଏମିତି କାହିଁକି କଲେ ତାହା ଏବେବି ସନ୍ଦେହ ଘେରରେ ଥିବା କଥା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ।

ଅନ୍ୟପଟେ, ସୌଦାମିନିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ତାଙ୍କ ବାପା ଡେଭିଡ୍ । ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ସୌଦାମିନିଙ୍କ ବାପା ଡେଭିଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ସେପଟେ ନ୍ୟାୟ ଦାବିରେ ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏପରିକି କେତେକ ଆଦିବାସୀ ଲୋକେ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିଶୀଘ୍ର ପିଡିତାଙ୍କ ପରିବାରକୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭିି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.