ETV Bharat / state

ଯୁଟ୍ୟୁବ୍ ଶିକ୍ଷା ସାତସପନ, ସ୍ମାର୍ଟ ଫୋନ୍ ନ ଥିବାରୁ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ

author img

By

Published : Jul 19, 2021, 9:45 PM IST

ଯୁଟ୍ୟୁବ୍ ଶିକ୍ଷା ସାତ ସପନ, ସ୍ମାର୍ଟ ଫୋନ୍ ନ ଥିବାରୁ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ
ଯୁଟ୍ୟୁବ୍ ଶିକ୍ଷା ସାତ ସପନ, ସ୍ମାର୍ଟ ଫୋନ୍ ନ ଥିବାରୁ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ

ଯୁଟ୍ୟୁବ୍ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ, ସ୍ମାର୍ଟ ଫୋନ୍ ନ ଥିବାରୁ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେବାସହ ଖେଳକୁଦରେ ବିତାଉଛନ୍ତି ସମୟ । ଅଧିକ ପଢନ୍ତୁ...

ଢେଙ୍କାନାଳ: କୋରୋନା ମହାମାରୀ ପାଇଁ ରାଜ୍ୟରେ ବନ୍ଦ ରହିଛି ସମସ୍ତ ଶିକ୍ଷାନୁଷ୍ଠାନ । ତେବେ କୋରୋନାର ଦ୍ବିତୀୟ ଲହର ପରେ ଜୁନ ୨୧ ତାରିଖଠାରୁ ୟୁଟ୍ୟୁବ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବାର ବ୍ୟବସ୍ଥା ହୋଇଛି । କିନ୍ତୁ ୟୁଟ୍ୟୁବ ମାଧ୍ୟମରେ କେତେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ତାହାର ତଦନ୍ତ ହେବା ନିତାନ୍ତ ଆବଶ୍ୟକ ହୋଇପଡିଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କୋମର୍ଦା ଗ୍ରାମରେ । ଯେଉଁଠି କି ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ପିଲାମାନେ ଆଦୌ ପାଠପଢି ନାହାନ୍ତି ।

ଯୁଟ୍ୟୁବ୍ ଶିକ୍ଷା ସାତ ସପନ, ସ୍ମାର୍ଟ ଫୋନ୍ ନ ଥିବାରୁ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ

ଆଉ ସେହି ଗ୍ରାମରେ ୟୁଟ୍ୟୁବ କଣ ଜାଣି ନାହାନ୍ତି ଛାତ୍ରଛାତ୍ରୀ । ଏହି ଗ୍ରାମରେ ୫୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ପର ଘରେ କାମ କରି ଏବଂ ଭାଗ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି ଗ୍ରାମବାସୀ । ଉକ୍ତ ଗ୍ରାମର ପ୍ରାଇମେରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢାର ବ୍ୟବସ୍ଥା ରହିଛି । ଚଳିତ ବର୍ଷ ଏହି ବିଦ୍ୟାଳୟରେ ମୋଟ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୩୫ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । କୋରୋନା ମହାମାରୀ ପାଇଁ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଗ୍ରାମର ଛାତ୍ରଛାତ୍ରୀ ପାଠ ପଢିବାରୁ ବଞ୍ଚିତ ହୋଇଛନ୍ତି । ପାଠ ପଢିବା ପାଇଁ କୌଣସି ବିକଳ୍ପ ଏହି ଗ୍ରାମରେ ନଥିବା ନେଇ ସୂଚନା ମିଳିଛି ।

ସେପଟେ ଗ୍ରାମର କୌଣସି ପରିବାରରେ ସ୍ମାର୍ଟ ଫୋନ ନଥିବା ଦେଖିବାକୁ ମିଳିଛି । କିନ୍ତୁ ସରକାର ଛାତ୍ରଛାତ୍ରୀମାନଙ୍କୁ ୟୁଟ୍ୟୁବ୍ ମାଧ୍ୟମରେ ପାଠପଢା ଆରମ୍ଭ କରିଦେଇଛନ୍ତି । ପାଖରେ ସ୍ମାର୍ଟ ଫୋନ ନଥିବାରୁ ପାଠ ପଢିବା ବଦଳରେ ପିଲାମାନେ ଖେଳକୁଦରେ ଦିନ କଟାଉଛନ୍ତି । ତେବେ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଯେ ସରକାର ବ୍ୟବସ୍ଥା କରିଦେଲେ ସତ କିନ୍ତୁ ଗ୍ରାମାଞ୍ଚଳର ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ୟୁ ଟ୍ୟୁବ ପାଠପଢା କିପରି ଚାଲିଛି ତାର ତଦନ୍ତ ହେବା ନିତାନ୍ତ ଆବଶ୍ୟକ । ତେବେ ଏହି ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ପ୍ରଶାସନ କଣ ସବୁ ବ୍ୟବସ୍ଥା ଗ୍ରହଣ କରୁଛି ତାହା ଦେଖିବାକୁ ବାକିରହିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.