ETV Bharat / state

ପୋଲ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Aug 16, 2021, 6:59 PM IST

Updated : Aug 16, 2021, 7:05 PM IST

youth dead body found suspected murder in dhenkanal
ପୋଲ ନିକଟରୁ ଅଜଣା ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜାତୀୟ ରାଜପଥ-୫୫ର ଢେଙ୍କାନାଳ ଶକ୍ତିସୁଗାର ନିକଟରେ ପଡିଛି ଏକ ଅଜଣା ଯୁବକଙ୍କ ମୃତଦେହ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଏନଏଚ-୫୫ ପାର୍ଶ୍ବରୁ ଯୁବକଙ୍କ ମୃତଦେହ ଠାବ । ଢେଙ୍କାନାଳ ଶକ୍ତିସୁଗାର ନିକଟରେ ପଡିଛି ଏହି ଅଜଣା ଯୁବକଙ୍କ ଉଲଗ୍ନ ମୃତଦେହ।

ପୋଲ ନିକଟରୁ ଅଜଣା ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜାତୀୟ ରାଜପଥ-୫୫ର ଢେଙ୍କାନାଳ ଶକ୍ତିସୁଗାର ନିକଟରେ ପଡିଛି ଏକ ଅଜଣା ଯୁବକର ମୃତଦେହ । ଶକ୍ତିସୁଗାର ନିକଟରେ ଥିବା ଏକ ପୋଲ ନିକଟରୁ ୫୦ମିଟର ଦୂରରେ ପଡିଛି ମୃତଦେହ । ମୃତଦେହଟି ସମ୍ପୂର୍ଣ୍ଣ ଉଲଗ୍ନ ଥିବାବେଳେ ଗଳିତ ଅବସ୍ଥାରେ ପଡିଛି । ମୃତ ଯୁବକର ପରିଚୟ ମିଳିପାରିନାହିଁ । ମୃତ୍ୟୁର ସଠିକ କାରଣ କଣ ଜଣା ପଡିନଥିଲେ ମଧ୍ୟ ଏହି ଯୁବକକୁ କେହି ହତ୍ୟା ପରେ ଯୋଜନାବଦ୍ଧ ଭାବେ ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଇଛି । ସଦର ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଢେଙ୍କନାଳାରୁ ଉର୍ମିଳା ପାତ୍ର,ଇଟିଭି ଭାରତ

Last Updated :Aug 16, 2021, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.