ETV Bharat / state

ହାତୀ ଆକ୍ରମଣରେ ମହିଳା ମୃତ

author img

By

Published : Dec 15, 2020, 9:10 PM IST

ହାତୀ ଆକ୍ରମଣରେ ମହିଳା ମୃତ
ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳରେ ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ମହିଳା । ଘଟଣାସ୍ଥଳରେ ଚାପା ଉତ୍ତେଜନା । ପଢନ୍ତୁ ଅଧିକ......

ଢେଙ୍କାନାଳ: ଦନ୍ତା ଆକ୍ରମଣରେ ଗଲା ମହିଳାଙ୍କ ଜୀବନ। ଏହି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ମହାବୀରରୋଡ ରେଞ୍ଜ ଜାମୁନାଳି କେନାଲ ନିକଟରେ । ମୃତ ମହିଳା ହେଲେ ରେଣ୍ଠାପାଟ ପଞ୍ଚାୟତ ପାଣି ଗେଙ୍ଗୁଟିଆ ଗ୍ରାମର କୁମ ବେହେରା । ଗତକାଲି ଠାରୁ କୁମ ଧାନ କାଟିବାକୁ ଯାଇ ଆଉ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ। ଆଜି ତାଙ୍କର ମୃତଦେହ ଜାମୁନାଳି ଗ୍ରାମ କେନାଲ ନିକଟରେ ଦେଖିବାକୁ ପାଇଥିଲେ ।

ହାତୀ ଆକ୍ରମଣରେ ମହିଳା ମୃତ

ପାରିପାର୍ଶ୍ବିକ ପରସ୍ଥିତିରୁ ହାତୀ ଆକ୍ରମଣ କରିଥିବା ଜାଣିବାକୁ ପାଇ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବିଳମ୍ବରେ ବନବିଭାଗ ପହଞ୍ଚିବା ଯୋଗୁ ସାମାନ୍ୟ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା ।

ମୃତାଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବା ଓ ନରହନ୍ତା ଦନ୍ତାକୁ ଏ ଅଞ୍ଚଳରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଥିଲେ ସ୍ଥାନୀୟ ଲୋକେ । ମହାବୀର ରୋଡ ରେଞ୍ଜର ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ପ୍ରତିଶୃତି ଦେବା ପରେ ଉତ୍ତେଜନା ଶାନ୍ତ ପଡିଥିଲା। ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇିଁ ପଠାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.