ETV Bharat / state

କାଳବୈଶାଖୀର କଳାଦିନ, ବଜ୍ରାଘାତରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ

author img

By

Published : May 5, 2022, 8:14 PM IST

କାଳବୈଶାଖୀର କଳାଦିନ, ବଜ୍ରାଘାତରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବ
କାଳବୈଶାଖୀର କଳାଦିନ, ବଜ୍ରାଘାତରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବ

ଢେଙ୍କାନାଳରେ ବଜ୍ରାଘାତ ଘଟି ଶଳା-ଭିଣୋଇ ମୃତ । ଅଧିକ ପଢନ୍ତୁ

ଢେଙ୍କାନାଳ: ବଜ୍ରାଘାତରେ ଶଳା ଭିଣୋଇ ମୃତ । ଢେଙ୍କାନାଳରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ଦ୍ବୟ କଙ୍କଡାହାଡ଼ ଥାନା ମକୁଆକାଟେଣି ଗ୍ରାମର ଦେବଦତ୍ତ ପଧାନ ଓ ଚକାପାଳ ଗ୍ରାମର ପ୍ରକାଶ ପଧାନ ବୋଲି ଜଣାପଡିଛି ।

ଆଜି(ଗୁରୁବାର) ଅପରାହ୍ନରେ ଶଳା ଓ ଭିଣୋଇ ସାଙ୍ଗ ହୋଇ ଚକାପାଳ ଗ୍ରାମ ନକିଟସ୍ଥ କାଜୁ ଜଙ୍ଗଲକୁ କାଜୁ ମଞ୍ଜି ଗୋଟାଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ମେଘ ଘୋଟାଇ ଆସିବା ସହ ବଜ୍ରାଘାତ ହୋଇଥିଲା । ଫଳରେ ଦେବଦତ୍ତ ଏବଂ ପ୍ରକାଶ ଆଶ୍ରୟ ନେବାକୁ ଗଛ ତଳକୁ ଚାଲି ଯାଇଥିଲେ । କିନ୍ତୁ ଏହି ସମୟରେ ବଜ୍ରାଘାତ ହେବାରୁ ଉଭୟ ଟଳି ପଡିଥିଲେ । ପରିବାର ଲୋକେ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।ତେବେ ଘଟଣାକୁ ନେଇ ମେଡିକାଲ ପରିସରରେ ଏକ ଶୋକାକୁଳ ପରିବେଶ ଦେଖାଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.