ETV Bharat / state

ମାତିଛନ୍ତି ଦନ୍ତା, ଗୋଟିଏ ଦିନରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ

author img

By

Published : Mar 11, 2022, 7:49 PM IST

ମାତିଛନ୍ତି ଦନ୍ତା: ଗୋଟିଏ ଦିନରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ
ମାତିଛନ୍ତି ଦନ୍ତା: ଗୋଟିଏ ଦିନରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ ବନଖଣ୍ଡରେ ଗୋଟିଏ ଦିନରେ ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ହିନ୍ଦୋଳ ରେଞ୍ଜ ଅଫିସର ପହଞ୍ଚି ଉଭୟ ମୃତକ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାରୁ ଉତ୍ତେଜନା ଥମିଥିଲା । ଅଧିକ ପଢନ୍ତୁ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡରେ ମାତିଛନ୍ତି ଦନ୍ତା ହାତୀ । ଏପରିକି ଏହି ଦନ୍ତାଙ୍କ ପୃଥକ ସ୍ଥାନରେ ଆକ୍ରମଣ ଯୋଗୁଁ ଦୁଇଜଣଙ୍କ ପ୍ରଣାହାନୀ ଘଟିଛି । ହିନ୍ଦୋଳ ବନାଞ୍ଚଳର ତର୍କାବେଡା ଗ୍ରାମର ଚକ୍ରଧର ବେହେରା ନାମକ ଜଣେ ବୃଦ୍ଧଙ୍କୁ ଏକ ଦନ୍ତାହାତୀ ଗ୍ରାମ ନିକଟରେ ଟେକି କଚାଡି ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ମାତିଛନ୍ତି ଦନ୍ତା: ଗୋଟିଏ ଦିନରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ

ସେପଟେ ସେହି ହିନ୍ଦୋଳ ବନଖଣ୍ଡର ନିମିଧା ନୂଆଗାଁ ନିକଟରେ ଅନ୍ୟ ଏକ ଦନ୍ତାହାତୀ ସତ୍ୟନନ୍ଦ ବେହେରା ନାମକ ଜଣେ ଯୁବକଙ୍କୁ ପାଦରେ ଦଳି ଚକଟି ମାରିଦେଇଥିବା ଜଣାପଡିଛି । ଯାହାକୁ ନେଇ ଉଭୟ ସ୍ଥାନରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ହିନ୍ଦୋଳ ରେଞ୍ଜ ଅଫିସର ପହଞ୍ଚି ଉଭୟ ମୃତକ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାରୁ ଉତ୍ତେଜନା ଥମିଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.