ETV Bharat / state

ଦନ୍ତା ହାତୀ ଆକ୍ରମଣରେ ୨ ମଇଁଷି ଗୁରୁତର

author img

By

Published : Jun 19, 2022, 8:13 PM IST

ଦନ୍ତା ହାତୀ ଆକ୍ରମଣରେ ୨ ମଇଁଷି ଗୁରୁତର
ଦନ୍ତା ହାତୀ ଆକ୍ରମଣରେ ୨ ମଇଁଷି ଗୁରୁତର

ଢେଙ୍କାନାଳ ବନଖଣ୍ଡ ଯୋରନ୍ଦା ନିକଟ ଆତିଣ୍ଡା ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଗ୍ରାମର ଖଣ୍ଡିଆ ପ୍ରଧାନଙ୍କ ୨ ମଇଁଷି ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଯୋରନ୍ଦା ନିକଟ ଆତିଣ୍ଡା ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଗ୍ରାମର ଖଣ୍ଡିଆ ପ୍ରଧାନଙ୍କ ୨ ମଇଁଷି ଗୁରୁତର ଆହତ ହୋଇଛନ୍ତି । ହାତୀ ଆକ୍ରମଣ ଯୋଗୁଁ ଗୋଟିଏ ମଇଁଷିର ଅନ୍ତବୁଜୁଳା ବାହାରିପଡିଥିବା ଜଣାପଡିଛି । ମଇଁଷି ଗ୍ରାମ ନିକଟରେ ଥିବା ଗୋଠରେ ବନ୍ଧା ହୋଇଥିବାବେଳେ ହାତୀ ଆକ୍ରମଣ କରିଥିଲା ।

ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗ୍ରାମ ନିକଟ ଜଙ୍ଗଲରେ ସବୁବେଳେ ହାତୀ ରହୁଛନ୍ତି, ସବୁବେଳେ ଅଞ୍ଚଳରେ କିଛି ନା କିଛି କ୍ଷୟକ୍ଷତି କରୁଛନ୍ତି ଏଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନହେଲେ ଅଞ୍ଚଳବାସୀ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.