ETV Bharat / state

ଚୋରି ଗାଡି ଉଦ୍ଧାର, ଦୁଇ ଜଣଙ୍କୁ ଗିରଫ କଲା ଟାଉନ ପୋଲିସ

author img

By

Published : Apr 9, 2021, 9:10 AM IST

two arrested with vehicle in dhenkanal
ଚୋରି ବୋଲେରୋ ପିକ ଅପ ସହ କାର ଉଦ୍ଧାର, ଦୁଇ ଜଣଙ୍କୁ ଗିରଫ କଲା ଟାଉନ ପୋଲିସ

ଚୋରି ବୋଲେରୋ ପିକଅପ ସହ କାର ଉଦ୍ଧାର । ଖୋର୍ଦ୍ଧା ବେଗୁନିଆରୁ ଦୁଇଜଣଙ୍କୁ ଗିରଫ କରିଛି ଢେଙ୍କାନାଳ ଟାଉନ ପୋଲିସ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଚୋରି ବୋଲେରୋ ପିକଅପ ସହ କାର ଉଦ୍ଧାର । ଖୋର୍ଦ୍ଧା ବେଗୁନିଆରୁ ଦୁଇଜଣଙ୍କୁ ଗିରଫ କଲା ଢେଙ୍କାନାଳ ଟାଉନ ପୋଲିସ ।

ଢେଙ୍କାନାଳ ସହରର ରଥଗଡ଼ାରୁ ଏକ ବୋଲେରୋ ପିକ ଅପ ଭ୍ୟାନ ଚୋରି ଘଟଣାରେ ଟାଉନ ପୁଲିସ ଚୋରି ଘଟଣାର ପର୍ଦ୍ଧାଫାସ କରିଛି । ଚୋରି ହୋଇଥିବା ପିକ ଅପ ଭ୍ୟାନକୁ ଉଦ୍ଧାର କରିଥିବା ସହ ଚୋରି ଘଟଣାରେ ବ୍ୟବହୃତ ଅନ୍ୟ ଏକ ଚୋରା ହୁଣ୍ଡାଇ ଆସେଣ୍ଟ କାର କୁ ମଧ୍ୟ ଜବତ କରିଛି । ଏହି ଚୋରି ଘଟଣା କୁ ତଦନ୍ତ କରି ଖୋର୍ଦ୍ଧା ବେଗୁନିଆ ଅଂଚଳରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ଆହୁରି ଅଧିକ ସମ୍ପୃକ୍ତ ଥିବାରୁ ପୁଲିସ ଗିରଫ ଦୁଇ ଲୁଟେରାଙ୍କ ନାମ ଗୋପନ ରଖିଛି ।

ଚୋରି ବୋଲେରୋ ପିକ ଅପ ସହ କାର ଉଦ୍ଧାର, ଦୁଇ ଜଣଙ୍କୁ ଗିରଫ କଲା ଟାଉନ ପୋଲିସ

ସୂଚନା ମୁତାବକ ଗତ ୨୧ତାରିଖ ରାତିରେ ଢେଙ୍କାନାଲ ସହରର ରଥଗଡା ଠାରୁ ଏହି ବୋଲେରୋ ପିକ ଅପ ଭ୍ୟାନ କୁ ଚୋରି କରିନେଇଥିଲେ ବୋଲି ଗାଡ଼ି ମାଲିକ ପ୍ରକାଶ କରିଛନ୍ତି । ତେବେ ପୁଲିସ ମୋବାଇଲ ଟ୍ରାକ କରି ଏହି ଗାଡିକୁ ଉଦ୍ଧାର କରିଥିବା ଢେଙ୍କାନାଲ ଏସ ଡ଼ିପିଓ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.