ETV Bharat / state

ଗଜଲକ୍ଷ୍ମୀ ପୂଜାର ଅନ୍ତିମ ଦିନ, ବିନା ବାଜା ରୋଷଣୀରେ ମେଲାଣି ନେବେ ମା'

author img

By

Published : Nov 8, 2020, 10:03 PM IST

ମା'ଙ୍କୁ  ମେଲାଣି
ମା'ଙ୍କୁ ମେଲାଣି

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି ଅନ୍ତିମ ଦିବସ । ଆସନ୍ତାକାଲି(ସୋମବାର) ଧରାଧାମରୁ ବିଦାୟ ନେବେ ମା' ଧନଦାତ୍ରୀ ।

ଢେଙ୍କାନାଳ: ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି(ରବିବାର) ଅନ୍ତିମ ଦିବସ । ଆସନ୍ତାକାଲି(ସୋମବାର) ଧରାଧାମରୁ ବିଦାୟ ନେବେ ମା' ଧନଦାତ୍ରୀ । ଯାହାକୁ ନେଇ ପୂଜାମଣ୍ଡପ ମାନଙ୍କରେ ମା' ଙ୍କୁ ମେଲାଣି ଦେବାକୁ ଚାଲିଛି ପ୍ରସ୍ତୁତି । ମାତ୍ର ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ସାମୁହିକ ଭାଷାଣି ଉତ୍ସବ ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି ।

ମେଲାଣି ନେବେ ମା'

ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ଅକ୍ଟୋବର 30 ତାରିଖରେ କୁମାର ପୂର୍ଣ୍ଣିମା ଅବସରରେ ଢେଙ୍କାନାଳର ଏହି ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥାଏ । ସାଧାରଣ ଦର୍ଶନ ବନ୍ଦ ହୋଇଥିବାବେଳେ ପରମ୍ପରା ବଜାୟ ରଖିବାକୁ ଢେଙ୍କାନାଳରେ ୩୮ ଗୋଟି ପୂଜାମଣ୍ଡପରେ ମା'ଙ୍କ ମୃଣାୟୀ ମୂର୍ତ୍ତି ପୂଜା ପାଉଥିଲେ ।

ଗଜଲଷ୍ମୀ ପୂଜାର ଅନ୍ତିମ ଦିନ
ଗଜଲଷ୍ମୀ ପୂଜାର ଅନ୍ତିମ ଦିନ

କେବଳ ନୀତିକ୍ରାନ୍ତିରେ ୧୦ଦିନ ଧରି ମା'ଙ୍କ ପୂଜାର୍ଚ୍ଚନାରେ ଚଳିତବର୍ଷ ଗଜଲକ୍ଷ୍ମୀ ସୀମିତ ରହିଥିଲା । ଫଳରେ ଆସନ୍ତାବର୍ଷକୁ ପୁଣି ମା'ଙ୍କ ଅଗମାନକୁ ଅପେକ୍ଷା କରିବେ ବୋଲି ପ୍ରକାଶ କରନ୍ତି ସ୍ଥାନୀୟ ବାସିନ୍ଦା । ଆସନ୍ତାକାଲି ମା'ଙ୍କ ଭଷାଣି ଉତ୍ସବ ଥିବାବେଳେ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ମିଳିତ ଭଷାଣି ଉତ୍ସବ ହେବ ନାହିଁ ।

ଫଳରେ ସକାଳ ୧୧ଟା ସୁଦ୍ଧା ମା' ଙ୍କୁ ପୂଜାମଣ୍ଡପ ନିକଟସ୍ଥ ଜଳାଶ୍ରୟରେ କୋଭିଡ ଗାଇଡ଼ଲାଇନ ମୁତାବକ ବିସର୍ଜନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ପୂଜା କମିଟିର ଅଧ୍ୟକ୍ଷ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.