ETV Bharat / state

ଢେଙ୍କାନାଳର ଐତିହାସିକ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ଶୁଭମାଟି ଅନୁକୂଳ

author img

By

Published : Aug 30, 2020, 5:15 PM IST

ଢେଙ୍କାନାଳର ଐତିହାସିକ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ଶୁଭମାଟି ଅନୁକୂଳ
ଢେଙ୍କାନାଳର ଐତିହାସିକ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ଶୁଭମାଟି ଅନୁକୂଳ

ଢେଙ୍କାନାଳର ପାରମ୍ପରିକ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ଶୁଭମାଟି ଅନୁକୂଳ ହୋଇଯାଇଛି । ଚଳିତ ବର୍ଷ ମହାମାରୀ କୋରୋନା ଯୋଗୁଁ କଟକଣା ରହିଥିବାରୁ ଲକ୍ଷ୍ମୀପୂଜା ଉତ୍ସବ ପରମ୍ପରାର ବିଧି ରକ୍ଷା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ପାରମ୍ପରିକ ଲକ୍ଷ୍ମୀପୂଜା ଉତ୍ସବର ପହିଲି ପର୍ବ କୁହାଯାଉଥିବା ପବିତ୍ର ସୁନିଆରେ ମାଙ୍କ ମୃଣୟ ମୂର୍ତ୍ତୀ ତିଆରି ପାଇଁ ଶୁଭ ମାଟି ଅନୁକୂଳ ହୋଇଛି । କୁଆଁର ପୂର୍ଣ୍ଣମୀ ଅର୍ଥାତ ଆସନ୍ତା ଅକ୍ଟୋବର ୩୧ତାରିଖରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳର ଐତିହାସିକ ଲକ୍ଷ୍ମୀପୂଜା ଉତ୍ସବ ।

ଢେଙ୍କାନାଳ ଲକ୍ଷ୍ମୀପୂଜା ପରମ୍ପରା ମୁତାବକ ୧୨ଦିନ ବ୍ୟାପୀ ବେଶ ଧୁମଧାମରେ ପାଳନ୍ତି ଢେଙ୍କାନାଳବାସୀ । ମାତ୍ର ଚଳିତ ବର୍ଷ ମହାମାରୀ କୋରୋନା ଯୋଗୁଁ କଟକଣା ରହିଥିବାରୁ ଲକ୍ଷ୍ମୀପୂଜା ଉତ୍ସବ ପରମ୍ପରାର ବିଧି ରକ୍ଷା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ହୋଇଯାଇଛି । ଲକ୍ଷ୍ମୀପୂଜାର ପରମ୍ପରା ମୁତାବକ ପୂଜା ଉତ୍ସବର ପହିଲି ଅବା କୁହାଯାଉଥିବା ଶୁଭ ମାଟି ଅନୁକୂଳ କରାଯାଇଛି । ଢେଙ୍କାନାଳ ଲକ୍ଷ୍ମୀପୂଜା ପବିତ୍ର ସୁନିଆଁ ଅବସରରେ ପୂଜା ପ୍ରତିଷ୍ଠାନମାନେ ମାଙ୍କ ମୃଣୟ ମୂର୍ତ୍ତୀ ତିଆରି ପାଇଁ ଶୁଭ ମାଟି ଅନୁକୂଳ କରିଛନ୍ତି । ମହାମାରୀ କୋରୋନା ପାଇଁ କଟକଣା ରହିଥିବାରୁ ପୂଜା ପ୍ରତିଷ୍ଠାନମାନେ ନିରାଡ଼ମ୍ବର ଭାବେ ଏହି ପ୍ରଥାକୁ ପାଳନ କରିଛନ୍ତି । କୋଭିଡ ନିୟମ ମଧ୍ୟରେ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ପରମ୍ପରା ମୁତାବକ ବ୍ରାହ୍ମଣୀ ନଦୀକୂଳ କମାଗରା ଘାଟରେ ପୂଜାର୍ଚ୍ଚନା କରିଛନ୍ତି । ପରେ ମାଙ୍କ ମୃଣୟ ମୂର୍ତ୍ତୀ ତିଆରି ପାଇଁ ଶୁଭମାଟି ଅନୁକୂଳ କରିଥିଲେ ।

ଢେଙ୍କାନାଳର ଐତିହାସିକ ଲକ୍ଷ୍ମୀପୂଜା ଉତ୍ସବ ପାଇଁ ଶୁଭମାଟି ଅନୁକୂଳ

ଏହି ମାଟିକୁ ଆଜିଠାରୁ ପୂଜା ମଣ୍ଡପରେ ପ୍ରତିଷ୍ଠା କରି ଦୈନିକ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି । ମାଙ୍କ ମୂର୍ତ୍ତୀ ତିଆରିବେଳେ କାରିଗର ମାଙ୍କ ଏହି ଶୁଭମାଟିକୁ ମୂର୍ତ୍ତୀରେ ମିଶାଇ ମାଙ୍କ ମୃଣୟ ମୂର୍ତ୍ତୀ ତିଆରି କରିବାର ପ୍ରଥା ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.