ETV Bharat / state

ଢେଙ୍କନାଳରୁ ଖଇରା କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Apr 5, 2021, 7:12 AM IST

suspecious death of a minor student in dhenkanal
ଖଇରା କଲେଜର ବିଜ୍ଞାନ ଛାତ୍ରୀଙ୍କ ମୃତଦେହ ଢେଙ୍କନାଳରୁ ଉଦ୍ଧାର,ହତ୍ୟା ସନ୍ଦେହ

ବାଲେଶ୍ବର ଖଇରା କଲେଜର ନାବାଳିକା ଛାତ୍ରୀଙ୍କ ସନ୍ଦେହ ଜଣକ ମୃତ୍ୟୁ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ମୃତଦେହ ଜବତ କଲା ସଦର ଥାନା ପୋଲିସ । ସଦର ଥାନା ବନ୍ଧନୂଆଗାଁର ଜଣେ ଯୁବକକୁ ଅଟକ ରଖି ସଦର ପୋଲିସର ଛାନଭିନ ଜାରି । ଅଧିକ ପଢନ୍ତୁ...

ଢେଙ୍କାନାଳ: ବାଲେଶ୍ଵର ଜିଲ୍ଲା ଖାଇରା ଥାନା ଅଞ୍ଚଳରୁ ନିଖୋଜ । ଆଉ ତିନିଦିନ ପରେ ଢେଙ୍କାନାଳରୁ ମୃତଦେହ ଉଦ୍ଧାର । ଜଣେ ନାବାଳିକା କଲେଜ ଛାତ୍ରୀର ସନ୍ଦେହ ଜନକ ଭାବେ ମୃତ୍ୟୁକୁ ନେଇ ଢେଙ୍କାନାଳ ସଦର ଥାନା ଓ ବାଲେଶ୍ବର ଖଇରା ଥାନା ପୁଲିସ ଛାନଭିନ ଆରମ୍ଭ କରିଛନ୍ତି । ଏପରିକି ଛାତ୍ରୀର ମୃତଦେହକୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ସଦର ଥାନା ପୋଲିସ ଜବତ କରିଥିବାବେଳେ ଏହି ନାବଳିକାର ମୃତ୍ୟୁକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି ।

ଖଇରା କଲେଜର ବିଜ୍ଞାନ ଛାତ୍ରୀଙ୍କ ମୃତଦେହ ଢେଙ୍କନାଳରୁ ଉଦ୍ଧାର,ହତ୍ୟା ସନ୍ଦେହ

ମୃତ ନାବାଳିକା ଜଣଙ୍କ ବାଲେଶ୍ବର ଜିଲ୍ଲା ଖାଇରା କଲେଜର ଯୁକ୍ତ ଦୁଇ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ସାମଲ ବୋଲି ଜଣାପଡିଛି । ପ୍ରିୟଙ୍କା ଖାଇରା ଥାନା ଅନ୍ତର୍ଗତ ସାରୁଗାଁ ଗ୍ରାମର ଅଭିମନ୍ୟୁ ସାମଲଙ୍କ କନ୍ୟା । ତେବେ ସେ ଗତ ୧ତାରିଖ ଗୁରୁବାର ଠାରୁ ସାଇକେଲ ଧରି ହସ୍ପିଟାଲ ଯାଉଛି କହି ଘରୁ ଆସି ଆଉ ଫେରିନଥିଲେ । ଫଳରେ ପରିବାର ପକ୍ଷରୁ ଖାଇରା ଥାନାରେ ଝିଅ ଗାଏବ ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ଖାଇରା ପୁଲିସ ଚୁପ ହୋଇ ବସିରହିଥିଲା । ଝିଅର ମୃତ୍ୟୁ ସମ୍ପର୍କରେ ଢେଙ୍କାନାଳ ସଦର ପୁଲିସ ଠାରୁ ସୂଚନା ପାଇ ବାପା ଅଭିମନ୍ୟୁ ସାମଲ ରବିବାର ସନ୍ଧ୍ୟାରେ ଆସି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି । ମୃତ୍ୟୁର ସଠିକ କାରଣ ଜଣ ତାହା ମୃତଦେହ ବ୍ୟବଚ୍ଛେଦରେ ସୀମିତ ରହିଛି । ମାତ୍ର ମୃତ ଛାତ୍ରୀର ମୁଣ୍ଡପଛ ପଟେ କ୍ଷତ ହୋଇଥିବା ସାଙ୍ଗକୁ ନାକରୁ ରକ୍ତଶ୍ରାବ ହେଉଥିବା ଏହା ଏକ ହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଇଛି ।

ଏସମ୍ପର୍କରେ ଢେଙ୍କାନାଳ ସଦର ପୋଲିସ ଓ ଖାଇରା ପୋଲିସ କିଛି ପାଟି ଖୋଳୁନଥିବା ଏହି ମୃତ୍ୟୁ ଘଟଣାର ସମ୍ବେଦନଶୀଳତାକୁ ବଢ଼ିବାରେ ଲାଗିଛି । ତେବେ ପ୍ରିୟଙ୍କାଙ୍କ ମୃତଦେହକୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ଜିତୁ ନାୟକ ନାମକ ଜଣେ ଯୁବକକୁ ଢେଙ୍କାନାଳ ସଦର ଥାନା ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଟକ ଯୁବକ ଘର ସଦର ଥାନା ଅନ୍ତର୍ଗତ ବନ୍ଧ ନୂଆଗାଁର ବୋଲି ଜଣାପଡିଛି । ଗତ ତିନିଦିନ ହେଲା ପ୍ରିୟଙ୍କା ଏହି ଜିତୁ ନାୟକଙ୍କ ଘରେ ରହିଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ତେବେ ପ୍ରିୟଙ୍କାଙ୍କ ସହ ଜିତୁ ନାୟକଙ୍କ ସମ୍ପର୍କ କଣ ଓ ସେ ବାଲେଶ୍ବରରୁ କିପରି ତାଙ୍କ ଘରକୁ ଆସିଲେ ଓ କାହିଁକି ଆସି ରହିଥିଲେ ? ତାଙ୍କର କିପରି ମୃତ୍ୟୁ ହେଲା ଏପରି ଅନେକ ପ୍ରଶ୍ନ ଏହି ନାବାଳିକା ଛାତ୍ରୀର ମୃତ୍ୟୁ ର ସସପେନ୍ସ ବଢ଼ିବାରେ ଲାଗିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.