ETV Bharat / state

ପ୍ରସ୍ତାବିତ ଷ୍ଟୋନ କ୍ରସରକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : May 4, 2021, 10:11 PM IST

stone craser protest by villagers in dhenkanal
ପ୍ରସ୍ତାବିତ କ୍ରସରକୁ ଵିରୋଧ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ତହସିଲ ଅନ୍ତର୍ଗତ ନୂଆ କଷ୍ଟିପାଳ ଓ ଶ୍ରୀମନ୍ତପୁର ଗ୍ରାମ ନିକଟରେ ହେବାକୁ ଥିବା ଏକ ଷ୍ଟୋନ କ୍ରସରକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଢେଙ୍କାନାଳ: ପ୍ରସ୍ତାବିତ ଷ୍ଟୋନ କ୍ରସରକୁ ଵିରୋଧ । ପ୍ରଦୂଷଣ ଓ ଜୀବନ ସୁରକ୍ଷା ପାଇଁ ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ତହସିଲ ଅନ୍ତର୍ଗତ ନୂଆ କଷ୍ଟିପାଳ ଓ ଶ୍ରୀମନ୍ତପୁର ଗ୍ରାମବାସୀଙ୍କ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଛନ୍ତି ।

ପ୍ରସ୍ତାବିତ କ୍ରସରକୁ ଵିରୋଧ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ତହସିଲ ଅନ୍ତର୍ଗତ ନୂଆ କଷ୍ଟିପାଳ ଓ ଶ୍ରୀମନ୍ତପୁର ଗ୍ରାମ ନିକଟରେ ହେବାକୁ ଥିବା ଏକ ଷ୍ଟୋନ କ୍ରସରକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଏନେଇ ଉଭୟ ଗ୍ରାମବାସୀ ଢେଙ୍କାନାଲ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସେମାନଙ୍କ ଜୀବନ ଓ ଚାଷ ଜମିର ସୁରକ୍ଷା ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ହେଲା ପ୍ରସ୍ତାବିତ ଏହି କ୍ରସର ୟୁନିଟ ତାଙ୍କ ଗ୍ରାମ ଅତି ନିକଟରେ ହେଉଥିବାରୁ ପ୍ରଦୂଷଣରେ ଚାଷ ଜମି ନଷ୍ଟ ହେବା ସହ ଲୋକମାନେ ଅଣନିଶ୍ୱାସୀ ହୋଇପଡିବେ ।

ଅପରପକ୍ଷରେ କ୍ରସର ଯୋଗୁଁ ପଥର ବ୍ଲଷ୍ଟିଂରେ ଗୃହପାଳିତ ପଶୁଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଅସୁରକ୍ଷିତ ହୋଇ ପଡିବ । ଏପରିକି ପସ୍ଥାବିତ କ୍ରସର ୟୁନିଟ୍ ଜାଗା ତଳେ ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ ରହିଥିବାରୁ କ୍ରସର ଭାଇବ୍ରେସନ ଫାଟି ଯିବାର ସମ୍ଭାବନା ସୃଷ୍ଟି କରିଛି । ଏହା ଘଟିଲେ ଅନେକ ଲୋକଙ୍କ ଜୀବନ ସଙ୍କଟ ରେ ବୋଲି ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.