ETV Bharat / state

ଢେଙ୍କାନାଳରେ ରାଜ୍ୟସ୍ତରୀୟ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ

author img

By

Published : Dec 3, 2019, 6:28 AM IST

ରାଜ୍ୟରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସଂପୂର୍ଣ୍ଣ ଟିକାକରଣ ଅଭିଯାନ ଢେଙ୍କାନାଳର କାଠଗଡା ଅର୍ବାନ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଶୁଭାରମ୍ଭ ହୋଇଛି ।

mission indradhanus
ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ସଂପୂର୍ଣ୍ଣ ଟିକାକରଣ ଅଭିଯାନ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଉପଲକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଢେଙ୍କାନାଳରେ ଏହାର ଶୁଭ ଉଦଘାଟନ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ସହର ଉପକଣ୍ଠ କାଠଗଡା ଅର୍ବାନ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ଉତ୍ସବରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ହର ପଟ୍ଟନାୟକ ଓ ନିର୍ଦ୍ଦେଶକ ଡା.ସମିର ଦାସ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ନିରଞ୍ଜନ ମିଶ୍ର ଏହି ଉତ୍ସବକୁ ପରିଚାଳନା କରିଥିଲେ।

ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ଢେଙ୍କାନାଳରେ ଚିହ୍ନଟ କରାଯାଇଥିବା ୧୬୩୦ ଜଣ ଗର୍ଭବତୀ ମହିଳା ଓ ଜନ୍ମରୁ ୨ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟିକାକରଣ କରାଯିବ। ଆଜି ଠାରୁ ଅର୍ଥାତ ସୋମବାର ଠାରୁ ଆରମ୍ଭ ଏହି ସଂପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ମାସ ଯାଏଁ ଚାଲିବ।

ମାସର ପ୍ରଥମ ୭ଟି କାର୍ଯ୍ୟ ଦିବସରେ ଏହି ଟିକାକରଣ କରାଯିବ ବୋଲି ଉତ୍ସବ ଅବସରରେ ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଆଶା, ଅଙ୍ଗନାଓ୍ବାଡି, ସ୍ବାସ୍ଥ୍ୟକର୍ମୀ ଓ ସ୍ବେଛାସେବୀମାନେ ଯୋଗଦେଇଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ/ ରାଜ୍ୟରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସଂପୂର୍ଣ୍ଣ ଟିକାକରଣ ଅଭିଯାନ ଆରମ୍ଭ
ଆଙ୍କର- ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ସଂପୂର୍ଣ୍ଣ ଟିକାକରଣ ଅଭିଯାନ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। Body:ଏହି ଉପଲକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଢେଙ୍କାନାଳରେ ଏହାର ଶୁଭ ଉଦଘାଟନ କରାଯାଇଛି। ଏହି ଅବସରରେ ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ଅର୍ବାନ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ଉତ୍ସବରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଳ ସ୍ବତନ୍ତ୍ର ସଚିବ ହର ପଟ୍ଟନାୟକ ଓ ନିର୍ଦ୍ଦେଶକ ଡା.ସମିର ଦାସ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ନିରଞ୍ଜନ ମିଶ୍ର ଏହି ଉତ୍ସବକୁ ପରିଚାଳନା କରିଥିଲେ। ଏହି ମିଶନ ଇନ୍ଦ୍ରଧନୁଷ୍ ମାଧ୍ୟମରେ ଢେଙ୍କାନାଳରେ ଚିହ୍ନଟ କରାଯାଇଥିବା ୧୬୩୦ ଜଣ ଗର୍ଭବତୀ ମହିଳା ଓ ଜନ୍ମରୁ ୨ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟିକାକରଣ କରାଯିବ। ଆଜି ଠାରୁ ଅର୍ଥାତ ସୋମବାର ଠାରୁ ଆରମ୍ଭ ଏହି ସଂପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ମାସ ଯାଏ ଚାଲିବ। ମାସର ପ୍ରଥମ ୭ କାର୍ଯ୍ୟ ଦିବସରେ ଏହି ଟିକାକରଣ କରାଯିବ ବୋଲି ଉତ୍ସବ ଅବସରରେ ସୂଚନା ଦିଆଯାଇଥିଲା।Conclusion:ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଆଶା ,ଅଙ୍ଗନାଓ୍ବାଡି ,ସ୍ବାସ୍ଥ୍ୟକର୍ମୀ ଓ ସ୍ବେଛାସେବୀମାନେ ଯୋଗଦେଇଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.