ETV Bharat / state

ଜୀବନ ହାରିଲେ SSB ଯବାନ, ମାସେ ଛୁଟିରେ ଥିଲେ

author img

By

Published : Dec 16, 2022, 3:41 PM IST

ଜୀବନ ହାରିଲେ SSB ଯବାନ, ମାସେ ହେଲା ଛୁଟିରେ ଥିଲେ
ଜୀବନ ହାରିଲେ SSB ଯବାନ, ମାସେ ହେଲା ଛୁଟିରେ ଥିଲେ

ଜୀବନ ହାରିଲେ SSB ଯବାନ । ମାନସିକ ଚାପଗ୍ରସ୍ତ ହୋଇ ଯବାନ ଜଣକ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଜୀବନ ହାରିଲେ SSB ଯବାନ, ମାସେ ହେଲା ଛୁଟିରେ ଥିଲେ

ଭୁବନେଶ୍ବର/କଟକ: ଜୀବନ ହାରିଲେ SSB ଯବାନ । କମିଶନରେଟ ପୋଲିସର SSB ବାଟାଲିୟନର ଜଣେ ଯବାନ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଆଜି କଟକ ବଡ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି (SSB Jawan Allegedly Dies By Suicide) । ମୃତକ ହେଉଛନ୍ତି ସୁବାଶିଷ ସେଠୀ । ଘର ଢେଙ୍କାନାଳ ଜିଲ୍ଲା ନରସିଂହପୁରରେ । ସେ ମାସେ ହେଲା ଛୁଟିରେ ଥିଲେ । ତେବେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ବାରା ମାନସିକ ଚାପର ବଶବର୍ତ୍ତୀ ହୋଇ ସେ ଜୀବନ ହାରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ, ସୁବାଶିଷ ସେଠୀ ୨୦୧୦ ମସିହାରେ SSB ବାଟାଲିୟନରେ ଯୋଗ ଦେଇଥିଲେ । ଅସୁସ୍ଥତା କାରଣରୁ ସେ ମାସେ ଛୁଟିରେ ଥିଲେ । ପରେ କାର୍ଯ୍ୟରେ ଯୋଗ ଦେବାକୁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ବିଭିନ୍ନ ପ୍ରମାଣପତ୍ର ମଗାଯାଇଥିଲା । ପରେ ମାନସିକ ସ୍ତରରେ ସେ ଭାଙ୍ଗି ପଡିଥିଲେ । ଗତ ୧୩ ତାରିଖରେ ନିଜ ଢେଙ୍କାନାଳ ବାସଭବନରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ପରିବାର ଲୋକ ତୁରନ୍ତ ଢେଙ୍କାନାଳ ଓ ପରେ କଟକ ଏସସିବି ଭର୍ତ୍ତି କରିଥିଲେ । ଗତକାଲି(ଗୁରୁବାର) ତାଙ୍କର ମୃତ୍ୟୁ ଘଟିଥିଲା ।

ଏହାମଧ୍ୟ ପଢନ୍ତୁ: ଓଲଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୪୦ରୁ ଅଧିକ ଆହତ

ତେବେ ପତ୍ନୀଙ୍କ ସୂଚନା ମୁତାବକ ଛୁଟି ପରେ ପୁଣିଥରେ କାମରେ ଯୋଗ ଦେବାକୁ ଚାହୁଁଥିବା ବେଳେ ସୁବାଶିଷଙ୍କୁ ବାରଣ କରାଯାଇଥିଲା । ଏଥିପାଇଁ ସେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.