ETV Bharat / state

ଡିଭାଇଡରରେ ପିଟି ହୋଇ ଓଲଟିଲା ମିନିଟ୍ରକ: 20 ଶ୍ରମିକ ଆହତ, 5 ଗୁରୁତର

author img

By

Published : May 27, 2022, 12:16 PM IST

Updated : May 27, 2022, 1:38 PM IST

severe road accident in dhenkanal
ଓଲଟିଲା ଶ୍ରମିକ ବୋଝେଇ ଟ୍ରକ: ୨୦ ଆହତ ୫ ଜଣ ଗୁରୁତର

ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ନିକଟରେ ସଡ଼କ ଦୁର୍ଘଟଣା । ଢେଙ୍କାନାଳ ଜିଲ୍ଲା ବଡଝରା ଗ୍ରାମ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ମିନିଟ୍ରକ । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଢେଙ୍କାନାଳ ଜିଲ୍ଲା ବଡଝରା ଗ୍ରାମ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ମିନିଟ୍ରକ । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।

ଡିଭାଇଡରରେ ପିଟି ହୋଇ ଓଲଟିଲା ମିନିଟ୍ରକ: 20 ଶ୍ରମିକ ଆହତ, 5 ଗୁରୁତର

ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ଶ୍ରମିକ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲାର ବୋଲି ଜଣାପଡିଛି । ଏମାନେ ଏକ ନିର୍ମାଣଧିନ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରକସନ କମ୍ପାନୀର ଶ୍ରମିକ ଭାବେ ନିୟୋଜତ ଥିଲେ। ଆଜି ୨୪ରୁ ଉର୍ଦ୍ଧ୍ବ ଶ୍ରମିକ ମୁକ୍ତାପଶି କ୍ୟାମ୍ପରୁ ରେଲଓ୍ବେ କାର୍ଯ୍ୟ ପାଇଁ କମଳାଙ୍ଗ ଗାଁ ସ୍ଥିତ ରେଲଓ୍ବେ ପ୍ରୋଜେକ୍ଟକୁ ଯାଉଥିଲେ । ବଡଝରା ନିକଟରେ ଗୋଟିଏ ଟ୍ରକକୁ ଓଭରଟେକ କରୁଥିବା ବେଳେ ରୋଡ ଡିଭାଇଡରରେ ପିଟି ହୋଇ ଟ୍ରକଟି ରାସ୍ତାରେ ଓଲଟି ପଡିଥିଲା ।

ତେବେ ଡ୍ରାଇଭରର ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଶ୍ରମିକ ମାନଙ୍କୁ ଅସୁରକ୍ଷିତ ଭାବେ ଟ୍ରକରେ ନେବା ନେଇ ତଦନ୍ତ ହେବା ଆବଶ୍ୟକ ଏବଂ ପ୍ରଶାସନ ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :May 27, 2022, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.