ETV Bharat / state

ବାଇକ ଉପରେ ଚଢ଼ିଗଲା ଟ୍ରକ, ଖେଳ ଶିକ୍ଷକ ମୃତ

author img

By

Published : Nov 17, 2020, 12:44 PM IST

road accident in motang police station area NH-55, 1 dead
ବାଇକ ଉପରେ ଚଢ଼ିଗଲା ଟ୍ରକ, ଖେଳ ଶିକ୍ଷକ ମୃତ

NH-55ର ମୋଟଙ୍ଗା ଥାନା ଗୌଡ଼କାଟେଣି ନିକଟରେ ସଡ଼କ ଦୁର୍ଘଟଣା । ତାଳଚେରରୁ ପୁରୀ ଯାଉଥିବା ଏକ ବାଇକ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଢେଙ୍କାନାଳ: NH-55ର ମୋଟଙ୍ଗା ଥାନା ଗୌଡ଼କାଟେଣି ନିକଟରେ ଘଟିଛି ଦୁର୍ଘଟଣା । ବାଇକରେ ଯାଉଥିବା ଜଣେ ଖେଳ ଶିକ୍ଷକ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ହେଲେ ତାଳଚେର ଡିଏଭି ସ୍କୁଲର ଜଗନ୍ନାଥ ଦାସ । ସେ ତାଙ୍କ ବାଇକ ଯୋଗେ ତାଳଚେରରୁ ନିଜ ଘର ପୁରୀକୁ ଯାଉଥିଲେ । ତେବେ ବିପରୀତ ଦିଗରୁ ଏହି ଟ୍ରକଟି ବାଇକ ଉପରେ ଚଢ଼ି ଯାଇଥିବା ଜଣାପଡିଛି ।

ବାଇକ ଉପରେ ଚଢ଼ିଗଲା ଟ୍ରକ, ଖେଳ ଶିକ୍ଷକ ମୃତ

ଖବର ପାଇ ମୋଟଙ୍ଗା ପୁଲିସ ପହଞ୍ଚି ଦୁର୍ଗାଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ତେବେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସର ତଦନ୍ତ ଜାରି ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.