ETV Bharat / state

ଢେଙ୍କାନାଳରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

author img

By

Published : Dec 19, 2020, 10:49 PM IST

ରୋଗୀ ମୃତ୍ୟୁକୁ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା । ପୋଲିସର ବୁଝାସୁଝା ଜାରି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ
ଢେଙ୍କାନାଳରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପୁରୁଷ ଭେଷଜ ବିଭାଗରେ ଚିକିତ୍ସା ଅବହେଳା ଅଭିଯୋଗ ଆସିଛି । ଏପରିକି ଏହି ୱାର୍ଡରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଇତ୍ତେଜନା ପ୍ରକାଶ ପାଇଛି । ମୃତକ ରୋଗୀଜଣକ ରାଜ କିଶୋର ବେହେରା ବୋଲି ଜଣାପଡିଛି ।

ଢେଙ୍କାନାଳରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ରାଜ କିଶୋରଙ୍କ ଘର ଆଠଗଡ଼ ମାଣିଆବନ୍ଧ ଗ୍ରାମରେ । ତାଙ୍କୁ ଅସୁସ୍ଥ ଅବସ୍ଥାରେ ତାଙ୍କ ପରିବାର ପକ୍ଷରୁ ଆଜି(ଶନିବାର) ପୂର୍ବାହ୍ନ ୧୧ଟା ରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ପୁରୁଷ ଭେଷଜ ବିଭାଗରେ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କେବଳ ଗୋଟିଏ ସାଲାଇନ ଲଗାଇଦେଇ ଆଉ କେହି ଡାକ୍ତର ବା ନର୍ସ ଦେଖିବାକୁ ଆସିନଥିଲେ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ ଉଠାଇଛନ୍ତି । ଫଳରେ ଚିକିତ୍ସା ଅବହେଳାରୁ ରାଜକିଶୋରଙ୍କର ସନ୍ଧ୍ୟାରେ ମୃତ୍ୟୁ ଘଟିଛି । ଏହି ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ଡାକ୍ତର ଓ ନର୍ସଙ୍କୁ ଦାୟୀ କରିଛନ୍ତି । ତେବେ ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଓ ଅନ୍ୟ ରୋଗୀଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଟାଉନ ପୋଲିସ ଡାକ୍ତରଖାନାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.