ETV Bharat / state

୩ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣା: ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Nov 29, 2019, 10:54 PM IST

୩ ବର୍ଷର ଶିଶୁକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ । ଢେଙ୍କାନାଳର ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଶୁଣାଇଲେ ଦଣ୍ଡାଦେଶ ।

ଢେଙ୍କାନାଳ: ୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ଶୁକ୍ରବାର ଢେଙ୍କାନାଳର ସ୍ବତନ୍ତ୍ର ପୋକ୍ସୋ ଅଦାଲତ ରାୟ ଶୁଣାଣି କରିଛନ୍ତି । ଏହି ମାମଲାର ବିଚାର କରି ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ସୁରଭି ଗାଁର କାଳନ୍ଦି ସ୍ବାଇଁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଫଳରେ କାଳନ୍ଦିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ସହ ଆହୁରି ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।

୩ ବର୍ଷର ଶିଶୁକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ସୂଚନା ମୁତାବକ ଗତ ୨୦୧୫ ଅଗଷ୍ଟ ୮ତାରିଖରେ ଅଭିଯୁକ୍ତ କାଳନ୍ଦି ତାର ଜଣେ ସମ୍ପର୍କୀୟର 3ବର୍ଷର ଶିଶୁକୁ ଡାକି ନେଇ ଅନୈତିକ କାର୍ଯ୍ୟ କରିଥିଲା। ଫଳରେ ଶିଶୁ ଗୁରୁତର ହୋଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା । ପରେ ଶିଶୁର ପରିବାର ପକ୍ଷରୁ ଅଭିଯୋଗ ପାଇ ଘଟଣାର ଦୁଇ ଦିନ ପରେ ମୋଟଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଏହାସହ ପୋଲିସ କାଳନ୍ଦିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଢେଙ୍କାନାଳ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ଏହାର ବିଚାର ଚାଲିଥିଲା।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:୩ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ/ଢେଙ୍କାନାଳର ସ୍ବତନ୍ତ୍ର ପୋକସୋ ଅଦାଲତ ଶୁଣାଇଲେ ଦଣ୍ଡିଦେଶ
ଆଙ୍କର- ଏକ ୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ମାମଲାର ଶୁକ୍ରବାର ଢେଙ୍କାନାଳର ସ୍ବତନ୍ତ୍ର ପୋକସୋ ଅଦାଲତ ରାୟ ଶୁଣାଣୀ କରିଛନ୍ତି।Body:ଏହି ମାମଲାର ବିଚାର କରି ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ସୁରଭି ଗ୍ରାମର କାଳନ୍ଦି ସ୍ବାଇଁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଫଳରେ କାଳନ୍ଦିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ଆହୁରି ୬ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ମୁତାବକ ଗତ ୨୦୧୫ ମସିହା ଅଗଷ୍ଟ ୮ତାରିଖରେ କାଳନ୍ଦି ତାର ଜଣେ ସଂପର୍କୀୟର 3ବର୍ଷର ଶିଶୁକୁ ଡାକି ନେଇ ଅନୈତିକ କାର୍ଯ୍ୟ କରିଥିଲା। ଫଳରେ ଶିଶୁ ଗୁରୁତର ହୋଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତି ହୋଇଥିଲା।ପରେ ଶିଶୁର ପରିବାର ପକ୍ଷରୁ ଅଭିଯୋଗ ପାଇ ଘଟଣାର ଦୁଇ ଦିନ ପରେ ମୋଟଙ୍ଗା ଥାନା ଏକ ମାମଲା ରୁଜୁ କରିବା ସହ ପୁଲିସ କାଳନ୍ଦିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲାConclusion:ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ଏହାର ବିଚାର ଚାଲିଥିଲା।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.