ETV Bharat / state

ଢେଙ୍କାନାଳରେ ପ୍ରବଳ ବର୍ଷା, ରାଜପଥରେ ଲହଡି ମାରୁଛି ୩ ଫୁଟର ପାଣି

author img

By

Published : Sep 13, 2021, 10:55 PM IST

ଢେଙ୍କାନାଳରେ ପ୍ରବଳ ବର୍ଷା, ରାଜପଥରେ ଲହଡି ମାରୁଛି ୩ ଫୁଟର ପାଣି
ଢେଙ୍କାନାଳରେ ପ୍ରବଳ ବର୍ଷା, ରାଜପଥରେ ଲହଡି ମାରୁଛି ୩ ଫୁଟର ପାଣି

ଲଗାଣ ବର୍ଷାରେ ରାଜପଥରେ ଲହଡି ମାରୁଛି ୩ ଫୁଟର ପାଣି । ଏନଏଚ-୫୫ର ମୋଟଙ୍ଗା ଥାନା ମଶାଣିଆ ଛକରୁ ବିଆରଜି ଯାଏଁ ରାଜପଥ ଜଳମଗ୍ନ । କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଲଘୁଚାପ ଜନିତ ଲଗାଣ ବର୍ଷା ଢେଙ୍କାନଲ ଜିଲ୍ଲାରେ ଜନଜୀବନ ପୁରା ବେହାଲ ହୋଇପଡିଛି । ସହର ବଜାର ରାସ୍ତା ଘାଟ ଚାରିଆଡେ ପାଣି ଆଉ ପାଣି । ଏପରିକି ଏହି ଲଗାଣ ବର୍ଷା ଯୋଗୁଁ ରାଜପଥରେ ୩ ଫୁଟର ପାଣି ଲହଡି ମାରୁଛି । ରାଜ୍ୟର ଦୁଇ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ କଟକ ଓ ପଶ୍ଚିମ ଓଡିଶାର ବ୍ୟବସାୟିକ ପେଣ୍ଠସ୍ଥଳୀ ସମ୍ବଲପୁରକୁ ଯୋଗାଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ୫୫ ନମ୍ବର ଜାତୀୟ ରାଜପଥରେ ଏପରି ସ୍ଥିତି ପରିଲକ୍ଷିତ ହୋଇଛି ।

ଢେଙ୍କାନାଳରେ ପ୍ରବଳ ବର୍ଷା, ରାଜପଥରେ ଲହଡି ମାରୁଛି ୩ ଫୁଟର ପାଣି

୫୫ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ମଶାଣିଆ ଛକରୁ ବିଆରଜି କାରଖାନା ଛକ ଯାଏଁ ଜାତୀୟ ରାଜପଥରେ ୩ ଫୁଟର ବର୍ଷା ପାଣି ଲହଡି ମାରୁଛି । ଫଳରେ ଗାଡି ମଟର ଯାତାୟାତ ବାଧା ପ୍ରାପ୍ତ ହୋଇଥିବାବେଳେ ସନ୍ଧ୍ୟା ପରଠାରୁ ପାଣି ବଢିଯାଇଛି । ଯାହା ଫଳରେ କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.