ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣା

author img

By ETV Bharat Odisha Team

Published : Nov 13, 2023, 8:14 PM IST

ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣା
ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣା

କଙ୍ଗେଇଲୋ ଜନତା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା । ନୂତନ ଶିକ୍ଷକ ନିଯୁକ୍ତି ଦାବି । ପ୍ରତିଶୃତି ପରେ ଆନ୍ଦୋଳନରୁ ହଟିଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣା

ଢେଙ୍କାନାଳ: ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ବାସ୍ତବରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । କେଉଁଠାରେ ଶ୍ରେଣୀ ଗୃହର ଅଭାବ ତ ଆଉ କେଉଁ ଠାରେ ଶିକ୍ଷକଙ୍କ ଘୋର ଅଭାବ । ଏହାର ଏକ ଜ୍ଜଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଜିଲ୍ଲା କାମାକ୍ଷାନଗର ବ୍ଲକ କଙ୍ଗେଇଲୋ ଜନତା ଉଚ୍ଚପ୍ରାଥମିକ ବିଦ୍ୟାଳୟ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକ ଗଣଧାରଣା ଦେଇଛନ୍ତି ।

ସୂଚନା ଯୋଗ୍ୟ କଙ୍ଗେଇଲୋ ଜନତା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୩ ଟି ଶ୍ରେଣୀରେ ମୋଟ ୧୫୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଶିକ୍ଷକ ମାତ୍ର ୩ ଜଣ ରହିଛନ୍ତି । ସରକାରୀ ନିୟମ ଅନୁଯାୟୀ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ହିସାବରେ ମୋଟ ୫ ଜଣ ଶିକ୍ଷକ ନିଯୁକ୍ତି ହେବା ନିୟମ ରହିଛି କିନ୍ତୁ ୩ ଜଣ ଶିକ୍ଷକ ମଧ୍ୟରୁ ଜଣେ ସିଆରସି ଥିବାବେଳେ ଆଉ ୨ଜଣ ଶିକ୍ଷକ ଶିକ୍ଷାଦାନ କରନ୍ତି । ଜଣେ ପ୍ରଧାନ ଶିକ୍ଷକ ଓ ଆଉ ଜଣେ ସହକାରୀ ଶିକ୍ଷକ । ଯଦି ପ୍ରଧାନ ଶିକ୍ଷକ କୌଣସି ସରକାରୀ କାର୍ଯ୍ୟରେ ଯାଇଥାନ୍ତି, ତାହାଲେ ଆଉ ମାତ୍ର ଜଣେ ଶିକ୍ଷକ ଶିକ୍ଷା ଦାନ କରିଥାନ୍ତି । ଫଳରେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବହୁ ଅସୁବିଧାର ସୃଷ୍ଟି ହେଉଛି । ପିଲାମାନେ ପ୍ରତିଦିନ ସ୍କୁଲ ଆସୁଛନ୍ତି ସତ କିନ୍ତୁ ଶିକ୍ଷକ ଅଭାବରୁ ପଠା ନପଢି ବୁଲାବୁଲି ଖେଳାକୁଦ କରି ଘରକୁ ଫେରୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।ଏହି ଛୋଟପିଲା ମାନେ ଆଗାମୀ ଦିନର ଭବିଷ୍ୟତ । ଏପରି ପାଠପଢା ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ'ଣ ହେବ ଏହାକୁ ନେଇ ଚିନ୍ତାରେ ଅଭିଭାବକ l

ଏହା ମଧ୍ୟ ପଢନ୍ତୁ ....ସ୍କୁଲକୁ ବିଳମ୍ବରେ ଆସୁଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ, ଗେଟ୍‌ ତାଲା ପକାଇଲେ ଗ୍ରାମବାସୀ

ଏନେଇ ଅଭିଭାବକଙ୍କ ତରଫରୁ ପୂର୍ବରୁ ବାରମ୍ବାର ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ହେଉନଥିବା ଅଭିଯୋଗ କରିଛନ୍ତି । ତେଣୁ ଆଜି ୧୦ ଟା ଠାରୁ ସ୍କୁଲ ମୁଖ୍ୟଫାଟକ ସମ୍ମୁଖରେ ଧାରଣା ବସିଥିଲେ ଛାତ୍ରଛାତ୍ରୀ । ଏପରିକି ସ୍କୁଲ ଭିତରକୁ ଶିକ୍ଷକଙ୍କୁ ମଧ୍ୟ ଛାଡିନଥିଲେ । ପରେ ଖବର ପାଇଁ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଆଗାମୀ ୩ ଦିନ ଭିତରେ ଜଣେ ଶିକ୍ଷକ ନିଯୁକ୍ତି ଦେବାର ପ୍ରତିଶୃତି ଦେଇଥିଲେ । ଏହା ପରେ ଧାରଣାରୁ ଉଠିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଯଦି ୩ ଦିନ ଭିତରେ ଦାବି ପୂରଣ ନ ହେଲା ,ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.