ETV Bharat / state

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ଚାଳକ ମୃତ

author img

By

Published : Apr 9, 2022, 12:52 PM IST

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ଚାଳକ ମୃତ
ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ଚାଳକ ମୃତ

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର । ଘଟଣାସ୍ଥଳରେ ଚାଳକର ମୃତ୍ୟୁ । ଅଧିକ ପଢନ୍ତୁ

ଢେଙ୍କାନାଳ: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର । ଘଟଣାସ୍ଥଳରେ ଚାଳକର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତଣ୍ଡିମୁଣ୍ଡା ଗ୍ରାମ ନିକଟରେ ଏହି ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ମୃତକ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମର ସନ୍ତୋଷ ସାସମଲ।

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ଚାଳକ ମୃତ

ସୂଚନାଅନୁସାରେ, ସନ୍ତୋଷ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ କାରନେଇ ଯାଇ ଆଉ ଫେରିନଥିଲେ । ହେଲେ ତଣ୍ଡିମୁଣ୍ଡା ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ କଙ୍କଡାହାଡ ଥାନା ତଣ୍ଡିମୁଣ୍ଡା ଗ୍ରାମ ନିକଟରେ କାରଟି ଦୁର୍ଘଟଣା ଘଟିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ସାହାଯ୍ୟରେ ମୃତଦେହ ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.