ETV Bharat / state

ଆସନ୍ତା ୨୯ରୁ ଢେଙ୍କାନାଳରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା

author img

By ETV Bharat Odisha Team

Published : Oct 17, 2023, 8:45 AM IST

National Level Pallishree Mela
National Level Pallishree Mela

ଢେଙ୍କାନାଳରେ ଆସନ୍ତା ୨୯ ରୁ ଆରମ୍ଭ ହେବ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା । ଏନେଇ ଗତକାଲି ଜିଲ୍ଲାପାଳଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

National Level Pallishree Mela

ଢେଙ୍କାନାଳ: ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା । ଲଷ୍ମୀପୂଜା ଅବସରରେ ୧୦ ଦିନ ଧରି ଚାଲିବ ଏହି ମେଳା । ଏନେଇ ଗତକାଲି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ପଲ୍ଲିଶ୍ରୀ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଚଳିତ ବର୍ଷ ପଲ୍ଲିଶ୍ରୀ ମେଳା ଅକ୍ଟୋବର 29 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 7ତାରିଖ ପର୍ଯ୍ୟନ୍ତ ମହିଷାପାଟଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି ।

ତେବେ ରାଜ୍ୟ ସରକାରଙ୍କ ସହାୟତାରେ ଓରମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମେଳା ଆୟୋଜିତ ହେଉଛି । ଏହି ପଲ୍ଲିଶ୍ରୀ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଶିଳ୍ପ ଓ କାରୁକାର୍ଯ୍ୟ ସାଙ୍ଗକୁ ହାତ ତିଆରି ସାମଗ୍ରୀଗୁଡ଼ିକ ନେଇ ବିଭିନ୍ନ ବ୍ୟବସାୟୀ ଓ ଗୋଷ୍ଠୀ ଅଂଶ ଗ୍ରହଣ କରିବେ । ଏହା ସହିତ ପଲ୍ଲିଶ୍ରୀ ମେଳାରେ ପ୍ରତିଦିନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ଏହି ବୈଠକରେ ସ୍ଥିର କରାଯାଇଛି । ପ୍ରତିଦିନ ଲୋକଙ୍କ ଭିଡ଼କୁ ଆଖି ଆଗରେ ରଖି ଟ୍ରାଫିକ ବ୍ୟବସ୍ଥା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ସୂଚନା ଥାଉକି, ଏହି ମେଳାରେ ସମୁଦାୟ 200ଟି ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ମିଶନ ଶକ୍ତି ଷ୍ଟଲ୍‌ 20ଟି, ହସ୍ତଶିଳ୍ପ ଷ୍ଟଲ୍‌ 10ଟି ରହିବ । ଏହାଛଡ଼ା ଫୁଡ୍‌କୋର୍ଟରେ 12ଟି ଷ୍ଟଲ ରହିବ l ପ୍ରତିଦିନ ପଲ୍ଲିଶ୍ରୀ ମେଳାରେ 20000ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି l ଏହାଛଡ଼ା ପ୍ରତିଦିନ ସଫେଇ କାର୍ଯ୍ୟ କରିବା, ଆଗନ୍ତୁକମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିବା ଓ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି l

ଏହା ମଧ୍ୟ ପଢନ୍ତୁ- ନଭେମ୍ବର 14ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ସାମିଲ ହେବ ଓଡ଼ିଶା

ଏହାସହ ପଲ୍ଲିଶ୍ରୀ ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ବୈଠକରେ ସ୍ଥିର କରାଯାଇଛି l ପଲ୍ଲିଶ୍ରୀ ମେଳା ପାଇଁ 5କୋଟି ଟଙ୍କାର ବୀମା କରାଯିବ ବୋଲି ଓରମାସ ର ଡେପୁଟି ସିଇଓ ସୌରଭମୟ ଦାସ ସୂଚନା ଦେଇଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦିଲ୍ଲୀପ କୁମାର ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଢେଙ୍କାନାଳ ସଦର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.