ETV Bharat / state

ଢେଙ୍କାନାଳରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, ୨୩୬ଟି ଷ୍ଟଲ ଚାଲିଛି ବିକ୍ରି

author img

By ETV Bharat Odisha Team

Published : Oct 30, 2023, 7:15 PM IST

pallishree mela
ପଲ୍ଲିଶ୍ରୀ ମେଳା

ଢେଙ୍କାନାଳରେ ଲଷ୍ମୀପୂଜା ଅବସରରେ ଓରମାସ ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇଛି । ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟିର ପ୍ରୟାସ କରାଯାଇଛି । ଅଧିକ ପଢନ୍ତୁ

ପଲ୍ଲିଶ୍ରୀ ମେଳା

ଢେଙ୍କାନାଳ: ଲକ୍ଷ୍ମୀପୂଜା ଅବସରରେ ଓରମାସ ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇଛି । ରବିବାର ସନ୍ଧ୍ୟାରେ ଏହି ପଲ୍ଲିଶ୍ରୀ ମେଳାକୁ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି। ସ୍ଥାନୀୟ ମହିଷା ପାଟ ପଡ଼ିଆରେ ଏହି ଜାତୀୟ ସ୍ତରୀୟ ମେଳାରେ ରାଜ୍ୟର ସମସ୍ତ ଜିଲ୍ଲା ସମେତ ୧୦ଟି ରାଜ୍ୟର ବ୍ୟବସାୟୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି।

ହସ୍ତଶିଳ୍ପ, ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରସ୍ତୁତ ସାମଗ୍ରୀ ଓ ସ୍ଥାନୀୟ ଅଞ୍ଚଳର ହସ୍ତକଳା ଆଦି ଏହି ମେଳାରେ ପ୍ରଦର୍ଶନ କାରାଯାଇଛି। ମେଳାରେ ୨୩୬ଟି ଷ୍ଟଲ ପଡିଥିବା ଦେଖିବାକୁ ମିଳିଛି। ଏହାବ୍ୟତୀତ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ମାନ ଖୋଲି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟିର ପ୍ରୟାସ କରାଯାଇଛି ।

ଓରମାସ ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଆୟୋଜିତ ହୋଇଛି । ରବିବାର ସନ୍ଧ୍ୟାରେ ଏହି ପଲ୍ଲିଶ୍ରୀ ମେଳାକୁ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ସେ କହିଛନ୍ତି, "ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଅନେକ ଯୋଜନା କରିଛନ୍ତି l ଏଥିସହ ଜିଲ୍ଲାରେ ମାଛ ଚାଷ, ଦୁଗ୍ଧ ଚାଷ ଓ ଧାନ ଚାଷଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି l ଯାହା ଜିଲ୍ଲାର ଅର୍ଥନୀତିକୁ ଆଗକୁ ନେବ l" ସମ୍ମାନିତ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗ ଦେଇ "ପଲ୍ଲିଶ୍ରୀ ମେଳା ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରୁଛି l ସେମାନେ ପ୍ରସ୍ତୁତ କରୁଥିବା ଉତ୍ପାଦ ଗୁଡିକୁ ପଲ୍ଲିଶ୍ରୀ ମେଳା ବଜାର ଯୋଗାଉଛି "ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...ଭୁବନେଶ୍ବରରେ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଉଦଘାଟିତ, ଜମୁଛି ଗ୍ରାହକଙ୍କ ଭିଡ

ସ୍ଥାନୀୟ ମହିଷା ପାଟ ପଡ଼ିଆରେ ଏହି ଜାତୀୟ ସ୍ତରୀୟ ମେଳାରେ ରାଜ୍ୟର ସମସ୍ତ ଜିଲ୍ଲା ସମେତ ୧୦ଟି ରାଜ୍ୟର ବ୍ୟବସାୟୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି। ହସ୍ତଶିଳ୍ପ, ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରସ୍ତୁତ ସାମଗ୍ରୀ ଓ ସ୍ଥାନୀୟ ଅଞ୍ଚଳର ହସ୍ତକଳା ଆଦି ପ୍ରଦର୍ଶନ କାରାଯାଇଛି। ମେଳାରେ ୨୩୬ ଟି ଷ୍ଟଲରେ ବ୍ୟବସାୟୀମାନେ ବିଭିନ୍ନ ସାମଗ୍ରୀ ବିକ୍ରି କରିଛନ୍ତି। ଲୋକମାନେ ନିଜ ମନ ପସନ୍ଦର ଜିନିଷ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି l ଚଳିତ ବର୍ଷ ମେଳାରେ ୫ କୋଟି ଟଙ୍କାର ବ୍ୟବସାୟ ଧାର୍ଯ୍ୟ କରାଯାଇଥିବା ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ପ୍ରକାଶ କରିଛନ୍ତି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.