ETV Bharat / state

କପିଳାଶ ପୀଠ: କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରୀ ପାଳିତ

author img

By

Published : Mar 1, 2022, 9:48 PM IST

କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରୀ ହେଉଛି ପାଳିତ
କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରୀ ହେଉଛି ପାଳିତ

ମହାଶିବରାତ୍ରୀ ପାଇଁ ଚଳ ଚଞ୍ଚଳ କପିଳାଶ ପୀଠ । ଭୋର ୪ ଟା ୨୦ ରେ ଉଠିବ ମହାଦୀପ । କୋଭିଡ କଟକଣା ମଧ୍ୟରେ ପାଳନ ହେଉଠି ଜାଗର । ଅଧିକ ପଢନ୍ତୁ

ଢେଙ୍କାନାଳ: ମହାଶିବରାତ୍ରୀ ପାଇଁ ଚଳ ଚଞ୍ଚଳ କପିଳାଶ ପୀଠ । ଭୋର ୪ ଟା ୨୦ ରେ ଉଠିବ ମହାଦୀପ । କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ଜାଗର ।

କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରୀ ହେଉଛି ପାଳିତ

ମହାଶିବରାତ୍ରୀ ଅବସରରେ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ପୀଠ ଜାଗର ଯାତ୍ରାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ଫଳରେ କୋଭିଡ ସଂକ୍ରମଣ ଆଶଙ୍କାରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ମଧ୍ୟ କଟକଣା ଜାରି କରିଛି । ପୀଠକୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ୧୦ ବର୍ଷରୁ କମ ଶିଶୁଙ୍କୁ ବାରଣ କରାଯାଇଛି । ଏହା ସହ ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କୁ ମନା ଥିବାବେଳେ ଶ୍ରଦ୍ଧାଳୁମାନେ ସମସ୍ତେ ନିଜ ନିଜର ଆଧାର କାର୍ଡ ସାଥିରେ ରଖିଥିବା ବାଧ୍ୟତା ମୂଳକ କରାଯାଇଛି । ତେବେ ପରମ୍ପରା ମୁତାବକ କପିଳାଶ ପୀଠର ଅଧିଷ୍ଠାତା ପ୍ରଭୁ ଚନ୍ଦ୍ର ଶେଖରଜୀଉ ଙ୍କର ନୀତିକାନ୍ତି ଆଜି ଭୋର ସମୟରୁ ଆରମ୍ଭ ହୋଇଯାଇଛି।

ଚାରି ପ୍ରହର ଷୋଡଶ ଉପଚାରରରେ ପୂଜାର୍ଚନା ହୋଇଥାଏ ବୋଲି ମୁଖ୍ୟ ସେବାୟତ କହିଛନ୍ତି । ଶ୍ରଦ୍ଧାଳୁମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ମହାଦୀପ ବେଢା ପରିକ୍ରମା କରାଯାଇ ୪ଟା ୨୦ରେ ମନ୍ଦିର ଚୁଡାକୁ ଉଠିବ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ତେବେ ଆଜି ସକାଳୁ ସକାଳୁ ଉଭୟେ ପାହାଚ ଓ ବାର ବାଙ୍କ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ଓ ମାନସିକଧାରୀମାନେ ନିଜର ମାନସିକ ପୂରଣ ପାଇଁ ପ୍ରଭୁଙ୍କ ନିକଟରେ ଦୀପ ଜାଳି ପ୍ରଭୁ ଚନ୍ଦ୍ରଶେଖରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ରାସ୍ତା ଘାଟ, ପାନୀୟ ଜଳ ଓ ଆଲୋକୀକରଣ କରାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ମୁତୟନ ବ୍ୟବସ୍ଥା କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.