ETV Bharat / state

ବ୍ୟବସାୟୀଙ୍କୁ ବୋମା ମାଡ କରି ଲୁଟେରା ଗୁରୁତର

author img

By

Published : Aug 24, 2021, 10:22 PM IST

lootera serious about the bombing in dhenkanal
ବ୍ୟବସାୟୀଙ୍କୁ ବୋମା ମାଡ଼ କରି ଲୁଟିବାବେଳେ ଲୁଟେରା ଗୁରୁତର

ବ୍ୟବସାୟୀଙ୍କୁ ବୋମା ମାଡ଼ କରି ଲୁଟିବାବେଳେ ଲୁଟେରା ଗୁରୁତର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମେଣ୍ଢାପଦା ରାସ୍ତାର ଗଣ୍ଠି ନିକଟରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ...

ଢେଙ୍କାନାଳ: ବ୍ୟବସାୟୀଙ୍କ ଠାରୁ ବୋମା ମାଡ଼ କରି ଲୁଟିବା ବେଳେ ଲୁଟେରା ଗୁରୁତର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମେଣ୍ଢାପଦା ରାସ୍ତାର ଗଣ୍ଠି ନିକଟରେ ଘଟିଛି ଏହି ଘଟଣା । ଗୁରୁତର ଲୁଟେରାଙ୍କୁ ଅନୁଗୁଳ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଦୁଇ ଲୁଟେରାଙ୍କୁ କାବୁ କଲା ପୋଲିସ ।

ବ୍ୟବସାୟୀଙ୍କୁ ବୋମା ମାଡ଼ କରି ଲୁଟିବାବେଳେ ଲୁଟେରା ଗୁରୁତର

ଜଣେ ବ୍ୟବସାୟୀଙ୍କ ଉପରେ ବୋମାମାଡ କରି ଲୁଟ କରୁଥିବା ବେଳେ ଖୋଦ ଜଣେ ଲୁଟେରା ଗୁରୁତର ହୋଇଛି । ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ-ମେଣ୍ଢାପଦା ରାସ୍ତାରେ ଜଣେ ବ୍ୟବସାୟୀ ନିଜ କାର୍ଯ୍ୟସାରୀ ଘରକୁ ଫେରୁଥିଲେ । ତେବେ ଏକ ବଜାଜ ପଲସରରେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗଣ୍ଠି ନିକଟରେ ଅଟକାଇଥିଲେ । ପରେ ବ୍ୟବସାୟୀଙ୍କୁ ଲୁଟିବା ପାଇଁ ଭୟଭୀତ କରିବା ଉଦ୍ଦେଶ୍ୟରେ ବୋମା ମାଡ଼ କରିଥିଲେ । ମାତ୍ର ଏହି ବୋମା ମାଡ଼ ଫଳରେ ଜଣେ ଲୁଟେରା ଗୁରୁତର ହୋଇଥିବା ଜଣାପଡିଛି । ଅପର ପକ୍ଷରେ ବ୍ୟବସାୟୀ ଜଣଙ୍କ ସୁରକ୍ଷିତ ଥିବାବେଳେ ତାଙ୍କଠାରୁ ୮ ହଜାର ଟଙ୍କା ଓ ମୋବାଇଲ ଲୁଟିନେଇ ପୋଲସର ଯୋଗେ ଗୁରୁତର ଲୁଟେରାଙ୍କୁ ନେଇ ଅନ୍ୟ ଦୁଇଜଣ ଚମ୍ପଟ ମାରିଥିଲେ ।

ବ୍ୟବସାୟୀ ଜଣଙ୍କ ପରଜଙ୍ଗ ଥାନା ମେଣ୍ଢାପଦା ଗାଁର ଅଭୟ ବିଶ୍ବାଳ ବୋଲି ଜଣାପଡିଛି । ଅଭୟ ଙ୍କୁ ଲୁଟିବାବେଳେ ସେ ପ୍ରତିବାଦ କରିବାରୁ ଜଣେ ଲୁଟେରା ଏହି ବୋମା ମାଡ଼ କରିଥିଲେ । ଦୁର୍ଭାଗ୍ୟବଶତଃ ବୋମାଟି ଗୋଡ଼ରେ ପଡି ନିଜେ ଲୁଟେରା ଗୁରୁତର ହୋଇଥିଲେ । ଏ ନେଇ ଅଭୟ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସକୁ ଜଣାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା ।

ତେବେ ଜଣେ ଲୁଟେରା ଗୁରୁତର ଥିବାରୁ ପୋଲିସ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଲୁଟେରା ବଅଁରପାଳ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ଥାନୀୟ ପୋଲିସର ସହାୟତାରେ ପରଜଙ୍ଗ ପୋଲିସ ଲୁଟେରା ମାନଙ୍କୁ ଧରିବାରେ ସଫଳ ହୋଇଥିଲା । ପୋଲିସ ଧରିଥିବା ଲୁଟେରାର ଅବସ୍ଥା ଗୁରୁତର ଥିବାରୁ ତାକୁ ପ୍ରଥମେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.