ETV Bharat / state

ଅପହଞ୍ଚ ଅଞ୍ଚଳକୁ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

author img

By

Published : Mar 16, 2021, 8:22 AM IST

ଢେଙ୍କାନାଳ ଜିଲ୍ଲା ଜିଲ୍ଲାର ଭୁବନ ବ୍ଲକର ଅପହଞ୍ଚ ଅଞ୍ଚଳ ଥୋରିଆଛନ୍ଦା ଓ ଛାଟିଆସାହିର ଦୁଇଟି ଗ୍ରାମକୁ ଯାତାୟତର ସୁବିଧା ପାଇଁ ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି । ଅଧିକ ପଢନ୍ତୁ...

ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଢେଙ୍କାନାଳ: ଜିଲ୍ଲାର ଭୁବନ ବ୍ଲକର ଅପହଞ୍ଚ ଅଞ୍ଚଳ ଥୋରିଆଛନ୍ଦା ଓ ଛାଟିଆସାହିର ଦୁଇଟି ଗ୍ରାମକୁ ନଥିଲା ଗମନାଗମନ ସୁବିଧା । ଗାଁକୁ ଗମନାଗମନ ସୁବିଧା ପାଇଁ ନୂତନ ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି ।

ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ସ୍ବାଧୀନତାର 74 ବର୍ଷ ପରେ ବି ଅନେକ ଗାଁ ଏବେ ମୌଳିକ ସୁବିଧାରୁ ବଞ୍ଚିତ ରହିଛି । ନା ଅଛି ଭଲ ରାସ୍ତା ନା ଅଛି ପିଇବାକୁ ପାଣି । ସେଇ ଭିତରେ ରହିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଥୋରିଆଛନ୍ଦା ଓ ଛାଟିଆସାହି ଦୁଇଟି ଗାଁ । ଭଳ ରାସ୍ତା ନ ଥିବାରୁ ଆଦିବାସୀ ଅଧୁସିତ ଏହି ଗ୍ରାମବାସୀଙ୍କ ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଏକପ୍ରକାର ଠପ ହୋଇଯାଇଥିଲା।

ଅନେକ ବାର ରାସ୍ତା ପାଇଁ ଦାବି ହୋଇଥିଲା । ତେବେ ବହୁ ବିଳମ୍ବ ହେଉ ପଛେ ଅଞ୍ଚଳବାସୀଙ୍କ ପାଇଁ ସରକାରଙ୍କ ନିଦ ଭାଙ୍ଗିଛି ।ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତି ରହି ଏହି ଗ୍ରାମକୁ ନୂତନ ରାସ୍ତା ନିର୍ମାଣ ପାଇଁ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଯମୁନାକୋଟଠାରୁ କୃଷ୍ଣପୁର ପର୍ଯ୍ୟନ୍ତ ଏହା ରାସ୍ତା ନିର୍ମାଁ ହେବ । ରାସ୍ତା ନିର୍ମାଣ ପାଇଁ 8କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।

ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ବାରା ନିର୍ମାଣ ହେବାକୁ ଥିବା ଏହି ରାସ୍ତାଟି ଛଅମାସ ମଧ୍ୟରେ ଶେଷ ହେବାରୁ ଲକ୍ଷ୍ୟ ରଖାଯାଇଛି । ଅନେକ ଦିନ ପରେ ସରକାର ଗାଁ ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଥିବାରୁ ଏହାକୁ ନେଇ ଅଞ୍ଚଳବାସୀ ବେଶ ଖୁସି ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.