ETV Bharat / state

ଧରାବତରଣ କଲେ ମା ଧନଦାତ୍ରୀ

author img

By

Published : Oct 31, 2020, 8:19 PM IST

ଧରାବତରଣ କଲେ ମା ଧନଦାତ୍ରୀ
ଧରାବତରଣ କଲେ ମା ଧନଦାତ୍ରୀ

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଶୁକ୍ରବାର ରାତିରୁ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନ ପକ୍ଷରୁ ମା ଧନଲକ୍ଷ୍ମୀଙ୍କୁ ଆବାହନ କରାଯାଇଛି । ଅଧିକ ପଢନ୍ତୁ:

ଢେଙ୍କାନାଳ: ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । କୋଭିଡ କଟକଣାରୁ ମାହୋଲ ଫିକା ସତ୍ୱେ ଆଧ୍ୟାତ୍ମିକ ପରିବେଶରେ ବୁଡି ରହୁଛି ଢେଙ୍କାନାଲ ସହର । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ଧନଦାତ୍ରୀ । ଶାନ୍ତି ଶୃଙ୍ଖଳା ପାଇଁ ୭ ପ୍ଲାଟୁନ ପିଲିସ ଫୋର୍ସ ମୂତୟନ କରାଯାଇଛି ।

ଧରାବତରଣ କଲେ ମା ଧନଦାତ୍ରୀ
ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଶୁକ୍ରବାର ରାତିରୁ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନ ପକ୍ଷରୁ ମା ଧନଲକ୍ଷ୍ମୀଙ୍କୁ ଆବାହନ କରାଯାଇଛି । ମାନସିକଧାରୀମାନେ ମଣ୍ଡପରେ ଶୁଭକଳସ ସ୍ଥାପନ କରିଛନ୍ତି । ଘଟ ସ୍ଥାପନପରେ ମଣ୍ଡପ ମାନଙ୍କରେ ହୋମ ଯଜ୍ଞ ଧୂପ ଦୀପ ନୈବେଦ୍ୟ ସାଙ୍ଗକୁ ପୂଜକର ମନ୍ତ୍ର ଧ୍ୱନୀରେ ସାରା ଢେଙ୍କାନାଳ ସହର ଏକ ଆଧ୍ୟାତ୍ମିକ ପରିବେଶରେ ବୁଡିରହିଛି । କୋରୋନା କଟକଣା ମଧ୍ୟରେ ୩୮ଟି ମଣ୍ଡପରେ ଧରାବତରଣ କରି ମା ଧନଦାତ୍ରୀ ପୂଜା ପାଉଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ପୂଜା ଚାଲିବ। ୯ ତାରିଖରେ ମାଙ୍କୁ ବିସର୍ଜନ କରିବେ ଢେଙ୍କାନାଲବାସୀ ।

ତେବେ ମଣ୍ଡପ ଚାରିପଟେ ପରଦା ଆଢୁଆଳରେ ମାଙ୍କର ପୂଜାର୍ଚନା ଚାଲି ଥିବାବାରୁ ମାଙ୍କ ସିଧାସଳଖ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ଏପଟେ କଡା କଟକଣା ରହିଥିବାରୁ ଲକ୍ଷ୍ମୀପୂଜାକୁ ଆକର୍ଷଣ କରୁଥିବା ଦୋଳି, ଫାଷ୍ଟ ଫୁଡ଼, ମିନା ବଜାର ଆଦି ଦେଖିବାକୁ ମିଳୁ ନଥିବାରୁ ଶ୍ରଦ୍ଧାକୁ ମାନଙ୍କୁ ନିରାଶ କରିଛି । ଏସବୁ ସତ୍ୱେ ଶାନ୍ତି ଶୃଙ୍ଖଳା ପାଇଁ ସହରକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଟ୍ରାଫିକ ବ୍ୟବସ୍ଥା କରାଯାଇ ୭ଟି ଅସ୍ଥାୟୀ ଫାଣ୍ଡି ସ୍ଥାପନ କରାଯାଇଛି। ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇ ପୋଲିସ ବ୍ୟବସ୍ଥା କଡାକଡି କରାଯାଇଛି ।

ଫଳରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଯାଇଥିଲେ ମଧ୍ୟ ପୂଜା ମାହୋଲ ସମ୍ପୂର୍ଣ୍ଣ ଫିକା ପଡିଯାଇଛି । କେବଳ ମାଙ୍କ ପୂଜାର୍ଚନାରେ ଚଳିତ ବର୍ଷ ଏହି ଲକ୍ଷ୍ମୀପୂଜା ଉତ୍ସବ ସୀମିତ ରହିଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.