ETV Bharat / state

ଢେଙ୍କାନାଳରେ ପୂଜା ପାଉଛନ୍ତି ମା ଧନଲକ୍ଷ୍ମୀ

author img

By

Published : Oct 30, 2020, 10:02 PM IST

ଡେଙ୍କାନାଳରେ ପୂଜା ପାଉଛନ୍ତି ମା ଧନଲକ୍ଷ୍ମୀ
ଡେଙ୍କାନାଳରେ ପୂଜା ପାଉଛନ୍ତି ମା ଧନଲକ୍ଷ୍ମୀ

କୋଭିଡ କଟକଣା ମଧ୍ୟରେ ଢେଙ୍କାନାଳରେ ପୂଜା ପାଉଛନ୍ତି ମା ଗଜଲକ୍ଷ୍ମୀ । ଅଧିକ ପଢନ୍ତୁ...

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା । ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଁ ପ୍ରସ୍ତୃତ ହୋଇଛି ୩୮ ଗୋଟି ପୂଜା ମଣ୍ଡପ । କୋଭିଡ କଟକଣା ପୂଜା ମାହୋଲକୁ ଫିକା କରିଛି ସତ । କିନ୍ତୁ ଏହାରି ମଧ୍ୟରେ ଉତ୍ସାହ ଉଦ୍ଦୀପନାର ସହ ମଣ୍ଡପ କର୍ମକର୍ତ୍ତାଙ୍କ ଠାରୁ ସହରବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜକୁ ପ୍ରସ୍ତିତ କରୁଛନ୍ତି ।

ଜିଲ୍ଲାରେ ଚଳିତ ବର୍ଷ ୧୧ଦିନ ଧରି ଚାଲିବ ଏହି ପୂଜା । ଏହି ପୂଜା ଆସନ୍ତା ନଭେମ୍ବର ୮ ତାରିଖ ଯାଏଁ ଚାଲିବ । କୋଭିଡ କଟକଣା ପାଇଁ ଚଳିତ ବର୍ଷ ମିଳିତ ଭଷାଣି ଉତ୍ସବ ହେବନାହିଁ । ଏଣୁ ଆସନ୍ତା ୯ ତାରିଖ ସକାଳ ୧୧ଟା ସୁଦ୍ଧା ମାଙ୍କୁ ବିସର୍ଜନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମିଳିତ ଲଷ୍ମୀପୂଜା କମିଟିର ଅଧ୍ୟକ୍ଷ।

ଡେଙ୍କାନାଳରେ ପୂଜା ପାଉଛନ୍ତି ମା ଧନଲକ୍ଷ୍ମୀ

କଟକଣା ଯୋଗୁଁ ସାଜ୍ଜସଜ୍ଜା, ଦୋଳି, ବାଜା, ଦୋକାନ ବଜ଼ାର ଓ ସାଧାରଣ ଦର୍ଶନ ଉପରେ ସ୍ବତନ୍ତ ଭାବେ କଟକଣା କରିଛି ପ୍ରଶାସନ । ଏସବୁ ସତ୍ତ୍ବେ ରୀତିନୀତି ମୁତାବକ ପୂଜାର୍ଚ୍ଚନା କରି ଏହି ଐତିହାସିକ ଗଜଲଷ୍ମୀ ପୂଜାର ପରମ୍ପରା ରକ୍ଷା ପାଇଁ ମଣ୍ଡପ କର୍ମକର୍ତ୍ତା ଉଦ୍ୟମ କରୁଛନ୍ତି ।

ଏପରିକି ମଣ୍ଡପ ପ୍ରସ୍ତୁତି ସରିଥିବା ବେଳେ ସଂଧ୍ୟା ପରେ ମା ଧନଦାତ୍ରୀଙ୍କୁ ଆବାହନ ପାଇଁ ପ୍ରସ୍ତୁତି ଚାଲିଛି । ମାତ୍ର ଏହି କୋଭିଡର କଡା କଟକଣା ମାହୋଲକୁ ପୁରା ଫିକା କରିଦେଇଛି । କିନ୍ତୁ ମା’ଙ୍କ ଏହି ଆଗମନରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଉତ୍ସାହ ଉଦିପନାକୁ ବଢ଼ାଇ ଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.