ETV Bharat / state

ଫେବୃଆରୀ ୧୫ରୁ ଯୋରନ୍ଦା ମେଳା, ଶ୍ରଦ୍ଧାଳୁଙ୍କୁ ମହିମାଗାଦି ମନା

author img

By

Published : Jan 29, 2022, 7:50 PM IST

Updated : Jan 29, 2022, 9:36 PM IST

Joranda Magha Mela: Only saints from Dhenkanal allowed
ଫେବୃଆରୀ ୧୫ରୁ ଜୋରନ୍ଦା ମେଳା, ଶ୍ରଦ୍ଧାଳୁଙ୍କୁ ମହିମାଗାଦି ମନା

ଆସନ୍ତା ଫେବୃଆରୀ ୧୫ ତାରିଖରୁ କଟକଣାରେ ଆରମ୍ଭ ହେବାକୁ ଯାଉଛି ବିଶ୍ବପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ପର୍ବ ଯୋରନ୍ଦା ମେଳା । କୋଭିଡ କଟକଣା ଯୋଗୁଁ ମହିମା ସାଧୁମାନେ ନିରାଶ । ଅଧିକ ପଢନ୍ତୁ

ଢେଙ୍କାନାଳ: ଆସନ୍ତା ଫେବୃଆରୀ ୧୫ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ପର୍ବ ଯୋରନ୍ଦା ମେଳା । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦାସ୍ଥିତ ମହିମା ଗାଦିରେ ଏହି ମେଳା ବେଶ ଧୁମଧାମ୍‌ରେ ତିନିଦିନ ଧରି ପାଳିତ ହୁଏ । ଏହି ମେଳାରେ ସାରା ବିଶ୍ବର ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ । ମାତ୍ର ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁଁ ମହିମା ସାଧୁମାନେ ନିରାଶ ହୋଇଛନ୍ତି ।

ଫେବୃଆରୀ ୧୫ରୁ ଜୋରନ୍ଦା ମେଳା, ଶ୍ରଦ୍ଧାଳୁଙ୍କୁ ମହିମାଗାଦି ମନା

ଏହି ଯୋରନ୍ଦା ମେଳା ଉପଲକ୍ଷେ ଶନିବାର ଢେଙ୍କାନାଳ ଜିଲ୍ଲାପାଳଙ୍କ ସଭାପତିତ୍ବରେ ଯୋରନ୍ଦା ମେଳା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକରେ କଟକଣା ସମ୍ପର୍କରେ ଘୋଷଣା କରାଯାଇଛି । ଫଳରେ ବୈଠକରେ ନିଷ୍ପତ୍ତି ମୁତାବକ ଚଳିତ ବର୍ଷ କେବଳ ମହିମା ସାଧୁ ମାନଙ୍କୁ ନେଇ ନୀତିକାନ୍ତି ମଧ୍ୟରେ ମେଳା ସୀମିତ ରହିବ ।

ମେଳା ଅବସରରେ ସାଧାରଣ ଲୋକଙ୍କୁ ମହିମା ଗାଦିକୁ ମନା । ଫଳରେ ମହିମା ସାଧୁମାନେ କେବଳ ମେଳା ପାଳିବେ । ଏହି ନିଷ୍ପତ୍ତି ହୋଇଥିବା ନେଇ ବୈଠକରେ ଉପସ୍ଥିତ ଥିବା ଯୋରନ୍ଦା ମହିମାଗାଦି କୌପନି ଧାରୀ ମହିମା ସମାଜର ମୁଖ୍ୟ ବାବା ରଘୁନାଥ ଦାସ କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Jan 29, 2022, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.