ETV Bharat / state

ପୂର୍ବ ଶତୃତା ନେଇ ମରଣାନ୍ତକ ଆକ୍ରମଣ, ୨ ଗୁରୁତର

author img

By

Published : Oct 23, 2021, 10:53 AM IST

Updated : Oct 23, 2021, 5:45 PM IST

group-clashes
ଜମୁନାଘାଟ ବାଲିଘାଟରେ ଗୋଷ୍ଠୀ ସଙ୍ଘର୍ଷ, 6 ଆହତ

ଭୁବନ ଥାନା ଯମୁନା କୋର୍ଟ ଗ୍ରାମରେ ପୂର୍ବ ଶତୃତାକୁ ନେଇ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ବାପପୁଅ ଗୁରୁତର । ଅଧିକ ପଢନ୍ତୁ...

ଢେଙ୍କାନାଳ: ପୂର୍ବ ଶତୃତାକୁ ନେଇ ମରଣାନ୍ତକ ଆକ୍ରମଣ । ଗୁରୁତରଙ୍କୁ ଦୁଇ ଜଣଙ୍କୁ କଟକ ବଡ ମେଡିକାଲରେ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମରେ ।

ପୂର୍ବ ଶତୃତା ନେଇ ମରଣାନ୍ତକ ଆକ୍ରମଣ, ୨ ଗୁରୁତର

ପୂର୍ବ ଶତୃତାକୁ କେନ୍ଦ୍ରକରି ତୁମୁଳକାଣ୍ଡ । ଘରେ ପସି ସଂଘବଧ ଭାବରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ବାପପୁଅ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । ସୂଚନା ଅନୁଯାୟୀ ବାଲି ଘାଟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଗତକାଲି ରାତି ନଅଟା ସମୟରେ ସର୍ବେଶ୍ବର ବାରିକ (୫୬ ବର୍ଷ) ଘରେ ବସି ଟିଭି ଦେଖୁଥିବା ସମୟରେ ଗ୍ରାମର ପ୍ରତାପ ବେହେରା ଓ ତାର ସାଥୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ସର୍ବେଶ୍ବର ବାରିକ ଓ ତାଙ୍କ ପୁଅ ସଞ୍ଜିବ (୨୩ ବର୍ଷ) ଙ୍କୁ ମରଣାନ୍ତକ ଆକ୍ରମଣକରି ପ୍ରତାପ ଓ ତାର ସାଥୀମାନେ ଫେରାର ହୋଇଥିଲେ । ଗୁରୁତର ବାପପୁଅଙ୍କୁ ପରିବାର ଲୋକେ ପ୍ରଥମେ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ ।

ଏହା ପରେ ଭୁବନ ଡାକ୍ତର ଗୁରୁତର ବାପପୁଅଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ପ୍ରତାପ ବେହେରା ଓ ତାର ସାଥୀମାନେ ଫେରାର ଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Oct 23, 2021, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.