ETV Bharat / state

4କୋଟି ମୂଲ୍ୟର ଚାନ୍ଦିରେ ଝଟକୁଛନ୍ତି ଧନଦାତ୍ରୀ

author img

By

Published : Oct 23, 2019, 7:12 PM IST

ଢେଙ୍କାନାଳରେ 4କୋଟି ଟଙ୍କାର ଚାନ୍ଦିରେ ଝଟକୁଛନ୍ତି ଧନଦାତ୍ରୀ

ଚାନ୍ଦିର ଚମକରେ ଚମକୁଛନ୍ତି ମା' ଗଜଲକ୍ଷ୍ମୀ । ଚଳିତ ବର୍ଷ ଢେଙ୍କାନାଳରେ ୪ କୋଟି ଟଙ୍କାର ଚାନ୍ଦି ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣାରେ ଶୋଭା ପାଉଛନ୍ତି ଧନଦାତ୍ରୀ ।

ଢେଙ୍କାନାଳ: କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ୧୧ ଦିନ ଧରି ବେଶ ଧୂମଧାମରେ ପାଳନ କରୁଛନ୍ତି ଢେଙ୍କାନାଳବାସୀ । ରଙ୍ଗିନ ଆଲୋକମାଳା ସାଙ୍ଗକୁ ପୂଜା ପ୍ରତିଷ୍ଠାନର ସାଜସଜାରେ ସଂପୂର୍ଣ୍ଣ ସହର ଝଲସି ଉଠିଛି । ତେବେ କେତେକ ପୂଜା ମଣ୍ଡପରେ ପ୍ରସ୍ତୁତ ଚାନ୍ଦି ମେଢ ଆଉ ମା'ଙ୍କ ପାଖରେ ଲାଗିଥିବା ସୁନା ଅଳଙ୍କାର ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରୁଛି ।

ଢେଙ୍କାନାଳରେ 4କୋଟି ଟଙ୍କାର ଚାନ୍ଦିରେ ଝଟକୁଛନ୍ତି ଧନଦାତ୍ରୀ

ଚଳିତ ବର୍ଷ ୩୮ ଟି ମଣ୍ଡପରେ ମା'ଙ୍କ ମୃଣୟୀ ମୂର୍ତ୍ତି ପୂଜା ପାଉଛନ୍ତି । ସେମାନଙ୍କ ମଧ୍ୟରୁ 4ଟି ପୂଜାମଣ୍ଡପରେ ମା ଚାନ୍ଦିମେଢରେ ଦର୍ଶନ ଦେଉଛନ୍ତି । ତେବେ ୧୧ ଦିନ ଧରି ବନ୍ଧୁ ବାନ୍ଧବଙ୍କ ମେଳରେ ଢେଙ୍କାନାଳବାସୀ ଏହି ପୂଜା ଉତ୍ସବକୁ ବେଶ ଧୁମଧାମରେ ପାଳୁଛନ୍ତି । ପୂଜା ପ୍ରତିଷ୍ଠାନମାନଙ୍କ ପକ୍ଷରୁ ଆଲୋକ ସଜା ଠାରୁ ଆରମ୍ଭ କରି ନଭଚୂମ୍ଭୀ ତୋରଣ ଓ ମଣ୍ଡପର ସାଜସଜା ଚଳିତ ବର୍ଷ ବେଶ୍‌ ମନୋରମ ହୋଇଛି । ପୂଜା ବଜାରରେ ସୁସ୍ବାଦୁ ଖାଦ୍ୟ ସାଙ୍ଗକୁ ବିଭିନ୍ନ ଦୋଳିର ମଜା ନେଉଛନ୍ତି ଦର୍ଶକ ।

ସହରରେ ଚଳିତ ବର୍ଷ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମୀନା ବଜାର ପୂଜା ମଣ୍ଡପ । ଏଠାରେ 1961 ମସିହାରୁ ମା ଗଜଲକ୍ଷ୍ମୀଙ୍କ ଚାନ୍ଦିମେଢ କରାଯାଉଛି । ଅପର ପକ୍ଷରେ ଏହି ମଣ୍ଡପରେ ମା' ରାଜଲକ୍ଷ୍ମୀଙ୍କ ସୁନା ମୁକୁଟ, ହାର, କିରିଟ ଓ ଚିତା ଆଦି ଠାରୁ ସଖିଙ୍କର ହାର ଆଦି ସୁନା ଅଳଙ୍କାରର ଓଜନ ଅନୁନ୍ୟ ସାଢେ ଚାରି କିଲୋଗ୍ରାମର ଥିବାବେଳେ ଯାହାର ଆନୁମାନିକ ମୂଲ୍ୟ ୧୮ ଲକ୍ଷରୁ ଉର୍ଦ୍ଧ୍ବ ପୂଜା ମଣ୍ଡପ କର୍ତ୍ତୃପକ୍ଷ କହିଛନ୍ତି । ଚଳିତ ବର୍ଷ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚାନ୍ଦିରେ ମା' ଲକ୍ଷ୍ମୀ ଶୋଭା ପାଉଥିବା ବେଳେ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାରରେ ଆଭୂଷିତ ହୋଇଥିବା ନେଇ କହିଛନ୍ତି ପୂଜା କମିଟି କର୍ତ୍ତୃପକ୍ଷ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:
ଚାନ୍ଦିର ଚମକରେ ଚମକୁଛନ୍ତି ମା' ଗଜଲକ୍ଷୀ / ଢେଙ୍କାନାଳ ଲକ୍ଷୀପୂଜା ବଜାରରେ ଚାନ୍ଦି ମେଢର ଆକର୍ଷଣ /  ୪ କୋଟି ଚାନ୍ଦି ମେଢ ଆଉ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୂନା ଗହଣାରେ ଶୋଭା ପାଉଛନ୍ତି ଧନଦାତ୍ରୀ ।
ଆଙ୍କର- କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ୧୧ ଦିନ ଧରି ବେଶ ଧୂମଧାମରେ ପାଳନ କରୁଛନ୍ତି ଢେଙ୍କାନାଳ ବାସୀ । ରଙ୍ଗିନ ଆଲୋକମାଳା  ସାଙ୍ଗକୁ ପୂଜା ପ୍ରତିଷ୍ଠାନର ସାଜସଜାରେ ସଂପୂର୍ଣ୍ଣ ସହର ଝଲସି ଉଠିଛି । ତେବେ କେତେକ ପୂଜା ମଣ୍ଡପରେ ପ୍ରସ୍ତୁତ ଚାନ୍ଦି ମେଢ ଆଉ ମା'ଙ୍କ ପାଖରେ ଲାଗିଥିବା ସୁନା ଅଳଙ୍କାର ଦର୍ଶକ ମାନଙ୍କୁ ବେଶ ଆକର୍ଶିତ କରୁଛି । କହିବାକୁ ଗଲେ ୪ କୋଟିରୁ ଉର୍ଦ୍ଧ ଟଙ୍କାର ଚାନ୍ଦି ଓ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଆଭୁଷଣର ଚମକରେ ପୁରା ଚକ୍କି ଉଠୁଛନ୍ତି ମା' ଲକ୍ଷ୍ମୀ ।
Body:
ଭିଓ- ୧: କୁମାର ପୂର୍ଣ୍ଣିମା ଅବସରରୁ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଢେଙ୍କାନାଳର ଏହି ପାରମ୍ପରିକ ଗଜଲକ୍ଷ୍ମୀ ପୂଜା । ଚଳିତ ବର୍ଷ ୩୮ ଟି ମଣ୍ଡପରେ ମା' ଙ୍କ ମୃଣୟ ମୂର୍ତ୍ତୀ ପୂଜା ପାଉଛନ୍ତି । ୧୧ ଦିନ ଧରି ବନ୍ଧୁ ବାନ୍ଧବଙ୍କ ମେଳରେ ଢେଙ୍କାନାଳବାସୀ ଏହି ପୂଜା ଉତ୍ସବକୁ ବେଶ ଧୁମଧାମରେ ପାଳୁଛନ୍ତି । ପୂଜା ପ୍ରତିଷ୍ଠାନମାନଙ୍କ ପକ୍ଷରୁ ଆଲୋକ ସଜା ଠାରୁ ଆରମ୍ଭ କରି ନଭଚୂମ୍ଭୀ ତୋରଣ ଓ ମଣ୍ଡପର ସାଜସଜା ଚଳିତ ବର୍ଷ ବେଶ ମନୋରମ ହୋଇଛି । ପୂଜା ବଜାରରେ ବିଭିର୍ଣ୍ଣ ବ୍ୟବସାୟୀ ଉଠା ଦୋକାନୀମାନଙ୍କ ଠାରୁ ଆରମ୍ଭ କରି , ଫାଷ୍ଟଫୁଡ୍ ଓ ବିଭିର୍ଣ୍ଣ କିସମର ଦୋଳିର ମଜା ନେଉଛନ୍ତି ଦର୍ଶକ । ଏସବୁ ମଧ୍ୟରେ ଚଳିତ ବର୍ଷ  ୪ ଟି ପୂଜା ପ୍ରତିଷ୍ଠାନ ମା' ଙ୍କ ପାଇଁ ପ୍ରସ୍ଥୁତ କରିଥିବା ଚାନ୍ଦି ମେଢ ଓ ସୁନା ଅଳଙ୍କାରରେ ମା' ଲକ୍ଷ୍ମୀ ପୁରା ଝଲସି ଉଠୁଛନ୍ତି । ଆଉ ଏହି ଚାନ୍ଦି ମେଢର ଚମକରେ ମା' ଲକ୍ଷ୍ମୀ ଚମକି ଉଠୁଥିବାରୁ ଏହି ମଣ୍ଡପମାନଙ୍କ ପ୍ରତି ଦର୍ଶକମାନେ ବେଶ ଆକର୍ଶିତ ହେଉଥିବା ପରିଲକ୍ଷିତ ହେଉଛି ।
ବାଇଟ୍-୧:ନିଗମାନନ୍ଦ ନନ୍ଦ,ସହରବାସୀ,ଢେଙ୍କାନାଳ
ଭିଓ-୨: ବିଶେଷ ଭାବେ କଟକ ଚୌଧରୀ ବଜାର ପରେ ଓଡିଶାର ଦ୍ବିତୀୟ ଚାନ୍ଦି ମେଢ କୁହାଯାଉଥିବା ଢେଙ୍କାନାଳର ମଉଡମଣୀ ପୂଜା ଭିଓ-୨: ବିଶେଷ ଭାବେ କଟକ ଚୌଧରୀ ବଜାର ପରେ ଓଡିଶାର ଦ୍ବିତୀୟ ଚାନ୍ଦି ମେଢ କୁହାଯାଉଥିବା ଢେଙ୍କାନାଳର ମଉଡମଣୀ ପୂଜା ପ୍ରତିଷ୍ଠାନ ମୀନା ବଜାର ପକ୍ଷରୁ ଗତ ୧୯୬୧ ମସିହାରୁ ପ୍ରସ୍ତିତି ଚାନ୍ଦି ମେଢ ଚଳିତ ବର୍ଷ ଏକ କ୍ବୁଣ୍ଟାଲ ୭୦ କିଲୋ ଓଜନରେ ପହଞ୍ଚିଛି । ଯାହାର ଆନୁମାନିକ ମୂଲ୍ୟ ୯୩ ଲକ୍ଷ ୩୫ ହଜାର ଟଙ୍କା ବୋଲି ଜଣାପଡିଛି । ଅପର ପକ୍ଷରେ ଏହି ମଣ୍ଡପରେ ମା' ରାଜଲକ୍ଷ୍ମୀଙ୍କ ସୂନା ମୁକୁଟ, ହାର, କିରୀଟି ଓ ଚିତା ଆଦି ଠାରୁ ସଖିଙ୍କର ହାର ଆଦି ସୂନା ଅଳଙ୍କାରର ଓଜନ ଅନୁନ୍ୟ ସାଢେ ଚାରି କିଲୋଗ୍ରାମର ଥିବାବେଳେ ତାର ମୂଲ୍ୟ ୧୮ ଲକ୍ଷରୁ ଉର୍ଦ୍ଧ୍ବ ବୋଲି ପୂଜା ମଣ୍ଡପର କର୍ମକର୍ତ୍ତା ଦାବି କରନ୍ତି । ସେହିପରି ଢେଙ୍କାନାଳ ଲକ୍ଷ୍ମୀପୂଜାର ଦ୍ବିତୀୟ ଚାନ୍ଦି ମେଢ କୁହାଯାଉଥିବା କୈବଲ୍ୟ ବଜାର ପକ୍ଷରୁ ପ୍ରସ୍ତୁତ ଚାନ୍ଦି ମେଢର ଓଜନ ଏକ କ୍ବୁଣ୍ଟାଲ ୩୦ କିଲୋର ଓ ସୂନା ମୁକୁଟର ଓଜନ ଦେଢ କିଲୋ ବୋଲି ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଓ ୬ ଲକ୍ଷ ହେବ ବୋଲି ପୂଜା ମଣ୍ଡପ ପକ୍ଷରୁ କର୍ମକତା ପ୍ରକାଶ କରନ୍ତି।
ବାଇଟ-୨:କୃଷ୍ଣଚନ୍ଦ୍ର ଦେବତା,କର୍ମକର୍ତ୍ତା,ମିନା ବଜାର ପୂଜାପ୍ରତିଷ୍ଟାନ
ଭିଓ-୩: ସେହିପରି ଗତ ବର୍ଷ ଠାରୁ ପୂରାତନ ପୂଜା ପ୍ରତିଷ୍ଠାନ ଗଣେଷ ବଜାର ଓ ଗୁଡିଆଳୀ ପ୍ରତିଷ୍ଠାନ ପକ୍ଷରୁ ମା'ଙ୍କ ପାଇଁ ମେଢ ପ୍ରସ୍ତୁତ କରିଛନ୍ତି । ଚଳିତ ବର୍ଷ ଗଣେଷ ବଜାରର ମେଢ ଓ ମା'ଙ୍କ ପ୍ରସ୍ତୁତ ସିଂହାସନରେ ୩ କ୍ବୁଣ୍ଟାଲ ଚାନ୍ଦି ଲାଗିଥିବା ଯାହାର ମୂଲ୍ୟ ଦେଢ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଛି । ତେବେ ଗୁଡିଆନାଳୀ ପୂଜା ମଣ୍ଡପର ଚାନ୍ଦି ମେଢରେ ଏକ କ୍ବୁଣ୍ଟାଲ ୪୦ କିଲୋ ଅର୍ଥାତ ୭୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ମଣ୍ଡପର କର୍ମକର୍ତ୍ତା କୁହନ୍ତି । କହିବାକୁ ଗଲେ ଚଳିତ ବର୍ଷ ଢେଙ୍କାନାଳ  ଗଜଲକ୍ଷ୍ମୀପୂଜାରେ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚାନ୍ଦିରେ ମା' ଶୋଭା ପାଉଥିବା ବେଳେ ୨୫ ଲକ୍ଷ ଟଙ୍କାର ସୂନା ଅଳଙ୍କାରରେ ଆଭୁଷଣ ହୋଇଛନ୍ତି ।
ବାଇଟ- ୩:ବିଶ୍ବନାଥ ବେହେରା,ଗଣେଶ ବଜାର ପୂଜାପ୍ରତିଷ୍ଟାନ
ବାଇଟ-୪:ସଂଜିବ ଶତପଥୀ,ସଂପାଦକ,ଗୁଡିଆନାଳୀ ପୂଜା କମିଟି
Conclusion:ଫାଭିଓ: ଚଳିତ ବର୍ଷ ପୂଜା ବଜାରରେ ଚାନ୍ଦି ମେଢ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ବର୍ଷକୁ ବର୍ଷ ଢେଙ୍କାନାଳର ଏହି ଏୌତିହାସିକ ଗଜଲକ୍ଷ୍ମୀପୂଜା ତାର କାୟା ବିସ୍ତାର କରିଚାଲିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରର ଦର୍ଶକମାନେ ଏହି ପୂଜା ବଜାର ପ୍ରତି ବେଶ ମାତ୍ରାରେ ଆକର୍ଶିତ ହେଉଛନ୍ତି। ଚଳିତ ବର୍ଷ  ଜନସମାଗମ ୧୦ ଲକ୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯିବା ଏହି ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ସର୍ବଭାରତୀୟ ସ୍ତରରେ ଏୈତିହ୍ୟ ଆଉ ପରମ୍ପରାକୁ ନେଇ ତାର କାୟା ବିସ୍ତାର କରିସାରିଛି କହିଲେ ଭୁଲ ହେବ ନାହିଁ ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.