ETV Bharat / state

ଢେଙ୍କାନାଳରେ ଧୂମଧାମରେ ଚାଲିଛି ଧନଦାତ୍ରୀଙ୍କ ପୂଜା, ମଣ୍ଡପରେ ଲାଗୁଛି ଗହଳି

author img

By

Published : Oct 14, 2022, 10:40 AM IST

ଲଷ୍ମୀ ବଜାରର ଦହି ପଖାଳ ଶ୍ରଦ୍ଧାଳୁଙ୍କ ଆକର୍ଷଣ
ଲଷ୍ମୀ ବଜାରର ଦହି ପଖାଳ ଶ୍ରଦ୍ଧାଳୁଙ୍କ ଆକର୍ଷଣ

କୁମାର ପୂର୍ଣ୍ଣିମା ରାତିରୁ ମାଙ୍କୁ ଆବାହନ କରାଯାଇଥିବାବେଳେ ଚଳିତ ବର୍ଷ ୧୧ଦିନ ଧରି ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ଜାରି ରହିବ । ଆଜି ଗୁରୁବାରରେ ମାଙ୍କ ମହାଭୋଗ ସାଙ୍ଗକୁ ପୂଜା ପ୍ରତିଷ୍ଠାନ ମାନଙ୍କ ପକ୍ଷରୁ ପ୍ରସାଦ ସେବନର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

ଢେଙ୍କାନାଳ: ରବିବାର ଠାରୁ ଆରମ୍ଭ ହୋଇଯାଇଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହରର ପ୍ରତିଟି ପୂଜା ମଣ୍ଡପ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଧୁମଧାମରେ ଚାଲିଛି ଲକ୍ଷ୍ମୀ ପୂଜା । କୁମାର ପୂର୍ଣ୍ଣିମା ରାତିରୁ ମା’ଙ୍କୁ ଆବାହନ କରାଯାଇଥିବାବେଳେ ଚଳିତ ବର୍ଷ ୧୧ଦିନ ଧରି ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଜାରି ରହିବ । ଗତକାଲି (ଗୁରୁବାର)ରେ ମା’ଙ୍କ ମହାଭୋଗ ସାଙ୍ଗକୁ ପୂଜା ପ୍ରତିଷ୍ଠାନ ମାନଙ୍କ ପକ୍ଷରୁ ପ୍ରସାଦ ସେବନର ଆୟୋଜନ କରାଯାଇଛି ।

ଲଷ୍ମୀ ବଜାରର ଦହି ପଖାଳ ଶ୍ରଦ୍ଧାଳୁଙ୍କ ଆକର୍ଷଣ

ଗତ ଦୁଇ ବର୍ଷର କୋଭିଡ କଟକଣା ଓ ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ପୂଜା ବଜାରରେ ଦର୍ଶକଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଆଗକୁ ଆଉ ମାତ୍ର ୫ଦିନ ପୂଜା ରହିଥିବାରୁ ପୂଜା ବଜାର ବେଶ ସରଗରମ ହେବାରେ ଲାଗିଛି । ଆକର୍ଷଣୀୟ ସାଜସଜ୍ଜାରେ ପୂଜା ମଣ୍ଡପ ଆକର୍ଷିତ ହେଉଥିବାବେକେ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସମ୍ପୂର୍ଣ୍ଣ ଢେଙ୍କାନାଳ ସହର ଛାଉଣୀ ହୋଇ ରହିଛି । ଗତକାଲି ପୂଜାର ପଞ୍ଚମ ଦିନ ହୋଇଥିବାବେଳେ ମା’ ଲକ୍ଷ୍ମୀଙ୍କ ପ୍ରିୟ ବାର ଗୁରୁବାର । ଫଳରେ ସକାଳୁ ସକାଳୁ ପୂଜା ମଣ୍ଡପ ମାନଙ୍କରେ ମାଙ୍କର ସ୍ୱତନ୍ତ୍ର ରୀତି ନୀତିରେ ହୋମ ଯଜ୍ଞ କରାଯାଇଛି । ଆଉ ମା’ଙ୍କ ମହାଭୋଗ ସାଙ୍ଗକୁ ପୂଜା ପ୍ରତିଷ୍ଠାନ ମାନଙ୍କ ପକ୍ଷରୁ ପ୍ରସାଦ ସେବନର ଆୟୋଜନ କରାଯାଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ବିଶେଷ କରି ଗୁଡିଆନାଳୀପୂଜା ପ୍ରତିଷ୍ଠାନ ପକ୍ଷରୁ ମେଗା ପ୍ରସାଦ ସେବନରେ ପ୍ରାୟ ୫ ହଜାର ଶ୍ରଦ୍ଧାଳୁ ସାମିଲ ଥିବାବେଳେ କଲେଜ ବଜାର, କୈବଲ୍ୟ ବଜାର, କୁଞ୍ଜକାନ୍ତ ଆଦି ପ୍ରତିଷ୍ଠାନ ମାନଙ୍କର ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିଲା । ଏସବୁ ମଧ୍ୟରେ ପ୍ରତ୍ୟେକ ବର୍ଷପରି ଲକ୍ଷ୍ମୀ ବଜାରର ଗୁରୁବାର ଅବସରରେ ମା’ଙ୍କ ଦହି ପଖାଳ ପରମ୍ପରା ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ନିଆରା ଅନୁଭୂତି ।

ଏନେଇ ଲକ୍ଷ୍ମୀବଜାର କାର୍ଯ୍ୟକାରୀ ସଭାପତି କହିଛନ୍ତି ଯେ,"ଆମର ଏହି ପରମ୍ପରା ୨୫ ବର୍ଷ ହେଲା କରିଆସୁଛି । ଢେଙ୍କାନାଳର ଆଉ କେଉଁ ମଣ୍ଡପରେ ଏହି ଦହି ପଖାଳ ବ୍ୟବସ୍ଥା କରାଯାଏ ନାହିଁ । ଆଜି ୩ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । କିନ୍ତୁ ଅନେକ ଲୋକ ଫେରିଯାଇଥିଲେ । ତେଣୁ ଆମେ ବହୁତ ଦୁଃଖିତ । ୨ ବର୍ଷ ପରେ ଲୋକମାନେ ଏହି ଦହି ପଖାଳ ଖାଇ ଆନନ୍ଦିତ ଅଛନ୍ତି ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.