ETV Bharat / state

ଧାନ ବିକ୍ରି ନ ହେବାରୁ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

author img

By

Published : Mar 1, 2021, 9:15 PM IST

tumusingha of dhenkanal
ଧାନ ବିକ୍ରି ନ ହେବାରୁ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

କାମାକ୍ଷାନଗର ବ୍ଲକ ତୁମିଶିଙ୍ଗା କୃଷି ସମବାୟ ସମିତି ପରିସରରେ ଉତ୍ତେଜନା l ଧାନ ବିକ୍ରି ନହେବା ସହ ଟୋକନ କଟିଯିବାରୁ ଅଧିକାରୀଙ୍କୁ ତାଲା ପକାଇବା ସହ ରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ। ଅଧିକ ପଢନ୍ତୁ...

ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମିଶିଙ୍ଗା କୃଷି ସମବାୟ ସମିତି ପରିସରରେ ଉତ୍ତେଜନା l ଧାନ ବିକ୍ରି ନହେବା ସହ ଟୋକନ କଟିଯିବାରୁ ଅଧିକାରୀଙ୍କୁ ତାଲା ପକାଇବା ସହ ରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ।

ଧାନ ବିକ୍ରି ନ ହେବାରୁ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

କାମାକ୍ଷାନଗର ବ୍ଲକ ତୁମିଶିଙ୍ଗା କୃଷି ସମବାୟ ସମିତିରେ ଧାନ ବିକ୍ରି ନହେବା ଓ ଟୋକନ କଟିଯିବା ଯୋଗୁଁ ସମବାୟ ସମିତି କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ଚାଷୀ l ଏହା ସହିତ ସମବାୟ ସମିତିର ସମ୍ପାଦକ ଓ ଅନ୍ୟ କର୍ମଚାରୀଙ୍କୁ ତାଲା ପକାଇ ଦେଇଛନ୍ତି l ଚାଷୀ ମାନେ ଠିକ ରେ ଧାନ ବିକ୍ରି ନ କରିପାରିବାରୁ ଓ ବାରମ୍ବାର ଏ ସମ୍ପର୍କ ରେ ଅଭିଯୋଗ କଲା ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ଆଜି କାର୍ଯ୍ୟାଳୟ ପରିସରରେ ତାଲା ପକାଇବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ଅଟକ ରଖିଛନ୍ତି l ଜାନୁଆରୀ ମାସରୁ ଦିଆଯାଇଥିବା ଟୋକନ ପାଇଥିବା ଚାଷୀମାନଙ୍କର ଏ ପର୍ଯ୍ୟନ୍ତ ଧାନ ଯାଇପାରିନାହିଁ l ବର୍ତ୍ତମାନ ମାର୍ଚ୍ଚ ମାସ ଆରମ୍ଭ ହେବାକୁ ବସିଥିଲା ବେଳେ ଫେବୃଆରୀ ମାସରେ ଚାଷୀ ପାଇଥିବା ଟୋକନରୁ ମଧ୍ୟ ଧାନ ସଂଗ୍ରହ କରାଯାଇନାହିଁ l ଯାହା ଫଳରେ ଚାଷୀ ମାନେ ନିଜ ଧାନ ବିକ୍ରିକୁ ନେଇ ସନ୍ଦେହରେ ଅଛନ୍ତି l ଏ ସମ୍ପର୍କରେ ସମବାୟ ସମିତିର ସମ୍ପାଦକଙ୍କୁ ପଚାରିବାରୁ ସେ ଏ ସମସ୍ୟା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି l ଉପରୁ ଟାର୍ଗେଟ ଆସିଲେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି କହିଛନ୍ତି l

ଦୀର୍ଘ ୨ ଘଣ୍ଟାଧରି ସମବାୟ ସମିତି ତାଲା ପକାଇବା ପରେ ମଧ୍ୟ କୌଣସି ଉଚ୍ଚପଦସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଫଳରେ ଚାଷୀ ବାଧ୍ୟ ହୋଇ ଭାଲୁମୁଣ୍ଡା -ଆଲୁଅଝରଣ ରାସ୍ତା ଉପରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଘଟଣାସ୍ଥଳରେ ତୁମିସିଙ୍ଗା ଥାନା ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.