ETV Bharat / state

ହାତୀ ଆକ୍ରମଣରେ ଚାଷୀ ଗୁରୁତର

author img

By

Published : Dec 6, 2020, 4:23 PM IST

Updated : Dec 6, 2020, 5:14 PM IST

ହାତୀ ଆକ୍ରମଣରେ ଚାଷୀ ଗୁରୁତର
ହାତୀ ଆକ୍ରମଣରେ ଚାଷୀ ଗୁରୁତର

ଢେଙ୍କାନାଳରେ ବଢିଚାଲିଛି ହାତୀ ଆକ୍ରମଣ । ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ 4 ଜଣ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ଜିଲ୍ଲାସ୍ଥିତ ପରଜଙ୍ଗ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ଗତ ସପ୍ତାହରେ ହାତୀ ଆକ୍ରମଣରେ ତିନିଜଣ ଗୁରୁତର ହୋଇଥିବାବେଳେ ଆଜି(ରବିବାର) ପୁଣି ଆଉଜଣେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି ।


ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ବସୋଇ ଗ୍ରାମର ମାଗୁଣି ସାହୁ ନାମକ ଜଣେ ବ୍ୟକ୍ତି ବିଲକୁ ଯାଉଥିଲେ । ଏହିସମୟରେ ମାଗୁଣି ହାତୀ ସମ୍ମୁଖରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଡରେ ଟେକି କଚାଡି ଦେଇଛି । ଫଳରେ ମାଗୁଣି ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ହାତୀ ଆକ୍ରମଣରେ ଚାଷୀ ଗୁରୁତର

ତେବେ ମାଗୁଣିଙ୍କର ଅଣ୍ଟା ଏବଂ ହାତ ଭାଙ୍ଗି ଯାଇଥିବା ଜଣାପଡିଛି । ଅନ୍ୟପଟେ ଗତ 7 ଦିନ ମଧ୍ୟରେ ଏ ହେଉଛି ହାତୀ ଆକ୍ରମଣର ତୃତୀୟ ଘଟଣା । ଗତ ସପ୍ତାହରେ ହାତୀ ଆକ୍ରମଣରେ 3 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Dec 6, 2020, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.