ETV Bharat / state

ଆଜିଠାରୁ ପ୍ରସିଦ୍ଧ ଢେଙ୍କାନାଳର ଲକ୍ଷ୍ମୀପୂଜା ମହୋତ୍ସବ ଆରମ୍ଭ

author img

By

Published : Oct 19, 2021, 8:45 PM IST

ଆଜିଠାରୁ ପ୍ରସିଦ୍ଧ ଢେଙ୍କାନାଳର ଲଷ୍ମୀପୂଜା ମହୋତ୍ସବ ଆରମ୍ଭ
ଆଜିଠାରୁ ପ୍ରସିଦ୍ଧ ଢେଙ୍କାନାଳର ଲଷ୍ମୀପୂଜା ମହୋତ୍ସବ ଆରମ୍ଭ

କିଛି ମୁହୂର୍ତ୍ତ ଅପେକ୍ଷା, ଧରାପୃଷ୍ଠକୁ ଓହ୍ଲାଇବେ ମା' ଧନଦାତ୍ରୀ । ଆଜିଠାରୁ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆରମ୍ଭ ହେବ । ୧୧ ଦିନ ଧରି କୋଭିଡ୍‌ କଟକଣା ମଧ୍ୟରେ ୩୮ଟି ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ । ମା'ଙ୍କ ଆଗମନକୁ ନେଇ ଭକ୍ତିଭାବରେ ପୁରି ଉଠିଛି ଢେଙ୍କାନାଳ । ଅଧିକ ପଢ଼ନ୍ତୁ...

ଢେଙ୍କାନାଳ: କିଛି ମୁହୂର୍ତ୍ତ ଅପେକ୍ଷା, ଧରାପୃଷ୍ଠକୁ ଓହ୍ଲାଇବେ ମା' ଧନଦାତ୍ରୀ । ଆଜିଠାରୁ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆରମ୍ଭ ହେବ । ୧୧ ଦିନ ଧରି କୋଭିଡ୍‌ କଟକଣା ମଧ୍ୟରେ ୩୮ଟି ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ । ମା'ଙ୍କ ଆଗମନକୁ ନେଇ ଭକ୍ତିଭାବରେ ପୁରି ଉଠିଛି ଢେଙ୍କାନାଳ । କେବଳ ମା'ଙ୍କ ଆବାହନକୁ ଅପେକ୍ଷା କରି ରହିଛନ୍ତି ଭକ୍ତବୃନ୍ଦ ।

ଆଜିଠାରୁ ପ୍ରସିଦ୍ଧ ଢେଙ୍କାନାଳର ଲଷ୍ମୀପୂଜା ମହୋତ୍ସବ ଆରମ୍ଭ


କୁମାର ପୂର୍ଣ୍ଣିମା ରାତିରୁ ଆରମ୍ଭ ହେଉଛି ରାଜ୍ୟର ଅନ୍ୟତମ ଗଣପର୍ବ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା । ଚଳିତ ବର୍ଷ ଆଜି(ସୋମବାର) ରାତିରୁ ମା' ଲକ୍ଷ୍ମୀଙ୍କୁ ଆବାହନ କରାଯିବ । ୧୧ଦିନ ଧରି ପାଳିବେ ମା'ଙ୍କ ଦର୍ଶନ କରିବେ ଢେଙ୍କାନାଳବାସୀ । ଆସନ୍ତା ୨୯ ତାରିଖରେ ମା'ଙ୍କୁ ମେଲାଣି ଦିଆଯିବ । ଚଳିତ ବର୍ଷ ଢେଙ୍କାନାଳ ସହରର ୩୮ଟି ମଣ୍ଡପରେ ମା' ଧନଦାତ୍ରୀଙ୍କ ମୃଣ୍ମୟୀ ମୂର୍ତ୍ତି ପାରମ୍ପରିକ ରୀତିନୀତିରେ ପୂଜା ପାଇବେ ।

ଢେଙ୍କାନାଳର ଲକ୍ଷ୍ମୀପୂଜା ପରମ୍ପରା ମୁତାବକ ସୁନିଆଁ ଦିନ ମା' ଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ସମୂହ ପୂଜା ପ୍ରତିଷ୍ଠାନ ବ୍ରାହ୍ମଣୀନଦୀ କୂଳରୁ ଶୁଭ ମାଟି ଅନୁକୂଳ କରିସାରିଛନ୍ତି । ସେପଟେ ମା'ଙ୍କ ଆଗମନକୁ ନେଇ ସଜେଇ ହୋଇ ଅପେକ୍ଷା କରି ରହିଛି ପୂଜା ମଣ୍ଡପ । ପୂଜା କମିଟି ମା'ଙ୍କ ଆବାହନ ପାଇଁ ପୂଜାର୍ଚ୍ଚନା ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁଣି କୋଭିଡ କଟକଣାରେ ମା' ପୂଜା ପାଇବେ । ଏହାକୁ ନେଇ ପୂଜା କମିଟି ଦୁଃଖ ପ୍ରକାଶ କରିଛି । ପରମ୍ପରା ବଜାୟ ରଖିବା ପାଇଁ ଢେଙ୍କାନାଳରେ ରୀତିନୀତିରେ କରାଯିବ ଲକ୍ଷ୍ମୀପୂଜା ।


ମହାମାରୀ କୋଭିଡ ସଂକ୍ରମଣ ଆଶଙ୍କା ରହିଥିବାରୁ ଚଳିତ ବର୍ଷ ପୂଜା ବଜାର ପାଇଁ ଢେଙ୍କାନାଳ ପ୍ରଶାସନ କଡ଼ା କଟକଣା ଜାରି କରିଛି । ସାଧାରଣ ଦର୍ଶନ ଉପରେ ରୋକ ଲଗାଯାଇଥିବା ବେଳେ ଆବଦ୍ଧ ମଣ୍ଡପରେ ଲକ୍ଷ୍ମୀ ପୂଜା କରାଯିବ । କୋଭିଡ କଟକଣା ମୁତାବକ ପୁରୋହିତଙ୍କ ସମେତ ମାତ୍ର ୭ଜଣ କର୍ମକର୍ତାଙ୍କୁ ନେଇ ପୂଜା କରାଯିବ । ବାହାର ସାଜସଜ୍ଜା ଓ ଆଲୋକ ସାଜସଜ୍ଜା ଉପରେ କଟକଣା ଲାଗିଛି । ସେହିଭଳି ଚଳିତ ବର୍ଷ ମଧ୍ୟ ମିଳିତ ଭସାଣି ଉପରେ ରୋକ୍‌ ଲଗାଇଛି ପ୍ରଶାସନ । ତଥାପି କଟକଣା ମାନି ମା'ଙ୍କ ଏହି ପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ।ବିଧି ମୁତାବକ ପରମ୍ପରା ଓ ରୀତିନୀତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ଅଧ୍ୟକ୍ଷ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.