ETV Bharat / state

ଧାନ ବିଲ କାଦୁଅରେ ଫସି ହାତୀ ଛୁଆ ମୃତ

author img

By ETV Bharat Odisha Team

Published : Sep 20, 2023, 12:17 PM IST

ଢେଙ୍କାନାଳ ମେରାମୁଣ୍ଡଳୀ ସେକ୍ସନ ଅନ୍ତର୍ଗତ ତାଳଡଙ୍ଗା ଗ୍ରାମ ନିକଟରେ ଧାନ ବିଲ କାଦୁଅରେ ଫସି ଏକ ହାତୀ ଛୁଆ ମୃତ । ଅଧିକ ପଢନ୍ତୁ

elephant cube dies
elephant cube dies

elephant cube dies

ଢେଙ୍କାନାଳ: ଧାନ ବିଲ କାଦୁଅରେ ଫସି ହାତୀ ଛୁଆ ମୃତ । ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ମେରାମୁଣ୍ଡଳୀ ସେକ୍ସନ୍‌ ଅନ୍ତର୍ଗତ ତାଳଡଙ୍ଗା ଗ୍ରାମ ନିକଟରେ ଘଟିଛି ଅଘଟଣ । ମୃତ ହାତୀ ଛୁଆର ବୟସ ପ୍ରାୟ ବର୍ଷେ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ଏନେଇ ବନ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆର ମୃତଦେହକୁ ଉଦ୍ଧାର କରିଥିବା ଜଣାପଡିଛି । ସେହିପରି ହାତୀ ଛୁଆର ମୃତ୍ୟୁର ସଠିକ କାରଣ କଣ ଜଣା ପଡ଼ିନଥିଲେ ମଧ୍ୟ ହାତୀ ପଲଙ୍କ ସାଥିରେ ଥିବା ଏହି ହାତୀ ଛୁଆଟିର କାଦୁଅ ଓ ଦଳାଚକଟା ଯୋଗୁଁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ସୂଚନା ଥାଉକି, ଗତ ଦୁଇଦିନ ହେଲା ଏହି ଅଞ୍ଚଳରେ ଏକ ହାତୀ ପଲ ଉପଦ୍ରବ ଜାରି ରଖିଛନ୍ତି । ଏହି ହାତୀପଲରେ ଛୁଆ ଓ ଦନ୍ତା ହାତୀ ମିଶି ୩୦ରୁ ଉର୍ଦ୍ଧ୍ବ ହାତୀ ରହିଛନ୍ତି । ଫଳରେ ଏହି ଅଞ୍ଚଳର ନଗାରୀ, ତାଳଡଙ୍ଗା, ସୁରଭି, ବିଡୋ, ମୋଟଙ୍ଗା, ହଳଦିଆ ବାହାଳ, ଉପରପାଳ ଆଦି ଗ୍ରାମବାସୀମାନେ ଏହି ହାତୀ ପଲଙ୍କୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Watch: ସୁନ୍ଦରଗଡରେ ଆତଙ୍କ ଖେଳାଇଛି ଦନ୍ତା, ଭାଙ୍ଗୁଛି ଘର

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ଜିଲ୍ଲାର ପରଜଙ୍ଗା ଥାନା ମହାବିରୋଡି ରେଞ୍ଜର ସାନ୍ଦା ଫାଣ୍ଡି ନିକଟରେ ଏକ ଗୋଠଛଡ଼ା ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା । ଗତ ୬ ତାରିଖ ସନ୍ଧ୍ୟା ସମୟରେ ସାନ୍ଦା ଫାଣ୍ଡି ନିକଟ ଦେଇ ଏକ ଦନ୍ତା ହାତୀ ହଠାତ୍‌ ପଶି ଆସିଥିଲା । ଏହା ଦେଖି ଫାଣ୍ଡି ସମ୍ମୁଖରେ ଥିବା ଲୋକମାନେ ଭୟଭୀତ ହୋଇ ଏଣେତେଣେ ପଳାଇ ଥିଲେ । ଏହି ଘଟଣା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀଟିର ଗତିବିଧି ଉପରେ କଡ଼ା ନଜର ରଖିଥିଲା ।

ଏହା ମଧ୍ୟ ପଢନ୍ତୁୃ- Watch: ଦନ୍ତା ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ, ଆକ୍ରୋଶର ଶିକାର ହେଲେ ବନ କର୍ମଚାରୀ

ସେପଟେ ଦନ୍ତା ହାତୀ ଆତଙ୍କରେ ଆତଙ୍କିତ ହୋଇ ରହିଛନ୍ତି ବଣାଇ ଅଞ୍ଚଳବାସୀ । ବାରମ୍ବାର ହାତୀ ଆସିବା କାରଣରୁ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ଲୋକଙ୍କ ଘର ଦ୍ବାର ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରିଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କିଛି ଦିନ ପୂର୍ବେ ଦୁଇଟି ଦନ୍ତା ହାତୀ ଉପରପଡା ଏବଂ କେନ୍ଦ୍ରିକଳା ଅଞ୍ଚଳରେ ପଶି ଆସିଥିଲେ । ସେଠାରେ ଦୁଇଟି ଘର ଭାଙ୍ଗିବା ସହ ଚାଉଳ ନଷ୍ଟ କରିଦେଇଥିଲେ ।

ସେହିପରି ଅନ୍ୟପକ୍ଷରେ ପୁଣି ବଣାଇ ଟାଉନ ମଧ୍ୟରେ ମଧ୍ୟ ଏହି ହାତୀ ପଶି ଆସିଥିବା ଦେଖିବାକୁ ମିଳିଥିଲା । ବଣାଇ ଟାଉନ ଭିତରେ ପଶି ଯାଇଥିବା ଯୋଗୁଁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଏନେଇ ହାତୀକୁ ଘଉଡାଇବାକୁ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ଚେଷ୍ଟା କରିଥିଲେ । ତେବେ ଗତ କିଛିଦିନ ହେବ ଏହି ଦୁଇଟି ହାତୀ ବଣାଇ ଟାଉନ, କେନ୍ଦ୍ରିକଳା, ବାବୁ ନୂଆଗାଁ,ତାଳ ବାହାଳି,ଦରେଇକଳା, ମୂଷାପୋଷ ସହ କୁଳିପୋଷ ରେଞ୍ଜର ବିଭିନ୍ନ ଗ୍ରାମରେ ଆତଙ୍କ ଖେଳାଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.