ETV Bharat / state

ଏକାଠି ଯୋଡିହେବ କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦୀ

author img

By

Published : Mar 8, 2021, 11:58 AM IST

ଏକାଠି ଯୋଡିହେବ କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦୀ
ଏକାଠି ଯୋଡିହେବ କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦୀ

ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର । ଏକାଠି ଯୋଡ଼ିହେବ କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦୀ ସମେତ 6ଟି ପର୍ଯ୍ୟଟନସ୍ଥଳୀ ।

ଢେଙ୍କାନାଳ: ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର । ଏକାଠି ଯୋଡ଼ିହେବ କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦୀ ସମେତ 6ଟି ପର୍ଯ୍ୟଟନସ୍ଥଳୀ । ରାଜ୍ୟ ସରକାରଙ୍କ ଇକୋ ଟୁରିଜିମ ପ୍ରକଳ୍ପ ପର୍ଯ୍ୟଟକମାନଙ୍କ ପାଇଁ ଆଣିବ ପର୍ଯ୍ୟାପ୍ତ ସୁଯୋଗ ।

ଏକାଠି ଯୋଡିହେବ କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦୀ

ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ତଥା ଶୈବପୀଠ ଢେଙ୍କାନାଳର କପିଳାଶ , ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟପୀଠ ମହିମା ଗାଦୀ ଯୋରନ୍ଦା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସପ୍ତଶଯ୍ୟାକୁ ନେଇ ଢେଙ୍କାନାଳରେ ପର୍ଯ୍ୟଟକମାନଙ୍କ ପାଇଁ ଦୀର୍ଘ ବର୍ଷର ସ୍ବର୍ଣ୍ଣ ତ୍ରିଭୁଜ ଯୋଜନାର ଆଉ ଟିକିଏ ଆଗକୁ ବଢ଼ିଛନ୍ତି ରାଜ୍ୟ ସରଜାର । ପର୍ଯ୍ୟଟକ ମାନଙ୍କୁ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳୀମାନଙ୍କୁ ଆହୁରି ଆକୃଷ୍ଟ କରାଇବା ସହିତ ଖୁବ ସହଜରେ ବୁଲି ମଜା ଉଠାଇବା ପାଇଁ ସ୍ବତନ୍ତ୍ର ଭାବେ ସଂଯୋଗୀକରଣ କରିବାକୁ ଇକୋ ଟୁରିଜିମ ପ୍ରକଳ୍ପ ମାଧ୍ୟମରେ ଉଦ୍ୟମ କରାଯାଉଛି । ଏପରିକି ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କପିଳାଶ, ସପ୍ତଶଯ୍ୟା ଓ ଯୋରନ୍ଦା ମହିମା ଗାଦୀ ସମେତ ଦଣ୍ଡାଧାର ଓ ଦଦରାଘାଟିକୁ ଏହି ଇକୋ ଟୁରିଜିମ ପ୍ରକଳ୍ପରେ ଯୋଡିଛନ୍ତି ସରକାର ।

ଫଳରେ ଢେଙ୍କାନାଳକୁ ଆସୁଥିବା ପର୍ଯ୍ୟଟକମାନେ ଖୁବ ସହଜରେ ଏହି ସବୁ ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ଅନେକ ସୁବିଧା ସୁଯୋଗର ମଜା ଉଠିବେ ବୋଲି ଜଣାପଡିଛି । ଏସମ୍ପର୍କରେ ରାଜ୍ୟ ସରକାର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ରାଜ୍ୟ ଇସ୍ପାତ,ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.