ETV Bharat / state

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅସହାୟ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Jun 8, 2022, 3:29 PM IST

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅସହାୟ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅସହାୟ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅସହାୟ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢନ୍ତୁ

ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅସହାୟ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଭଙ୍ଗା କାଚବୋତଲକୁ ନିଜ ଦେହର ବିଭିନ୍ନ ଜାଗାକୁ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରିଛି ଟାଉନ ପୋଲିସ ।

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅସହାୟ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ସୂଚନା ଅନୁସାରେ, ସଦର ଥାନା କୋଇଲିପଙ୍ଗିର ସସ୍ମିତା ରାଉତ ୟୁପିର ଝାନସୀରେ ନିଜ ସ୍ବାମୀଙ୍କ ସହ ରହୁଥିଲେ । ହେଲେ କୌଣସି କାରଣରୁ ସ୍ବାମୀ ତାଙ୍କୁ ଛାଡି ଦେବାରୁ ସେ ନିଜ ଦୁଇ ପିଲାଙ୍କୁ ଧରି କୋଇଲିପଙ୍ଗି ଗାଁର ଏକ ସରକାରୀ ଜାଗାରେ ଘର କରି ରହି ଆସୁଛନ୍ତି । ପର ଘରେ କାମ କରି ନିଜର ଦୁଇ ପିଲାଙ୍କ ସହ ନିଜର ମଧ୍ୟ ଗୁଜୁରାଣ ମେଣ୍ଟାଉଛନ୍ତି ସେ ।

ହେଲେ ଗାଁର କିଛି ଲୋକେ ତାଙ୍କୁ ବାରମ୍ବାର ଅଶାଳୀନ ବ୍ୟବହାର କରିବା ସହ ତାଙ୍କୁ ଏଠାରୁ ବାହାର କରିଦେବା ଲାଗି ଉଦ୍ୟମ କରି ଆସୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି । ଏ ସମ୍ପର୍କରେ ସେ ଭାପୁର ଫାଣ୍ଡି, ସଦର ଥାନା, ଏସପି ଓ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ହେଲେ ଗୁହାରି କେହି ନ ଶୁଣିବାରୁ ଗତ କିଛି ମାସ ପୂର୍ବେ ଅନୁରୂପ ଭାବେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ।

ଏହାପରେ ପୋଲିସ ଓ ତହସିଲ ପକ୍ଷରୁ କୋଇଲିପଙ୍ଗି ଯାଇ ମହିଳାଙ୍କ ସମେତ ସରକାରୀ ଜାଗା ଦାଖଲ କରିଥିବା ଅନ୍ୟ ଲୋକମାନଙ୍କୁ ଉଚ୍ଛେଦ ପାଇଁ ତାଗିଦ କରିଥିଲେ । ଯାହା ଏବେ ମହିଳାଙ୍କ ପାଇଁ କାଳ ହୋଇଛି । ଏଥିପାଇଁ ଏହି ମହିଳାଙ୍କୁ ଦାୟୀ କରି ପ୍ରତିଶୋଧ ପରାୟଣ ହୋଇ ମଙ୍ଗଳବାର ତାଙ୍କ ଘରେ ପଶି କେତେକ ଲୋକ ତାଙ୍କୁ ମାଡ଼ ମାରିବା ସହ ନାନା ଅମାନୁଷିକ ନିର୍ଯାତନା ଦେଇଛନ୍ତି । ଏନେଇ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ପୁଣି ପୋଲିସ ତଦନ୍ତ ଆରମ୍ଭ କରିଛି l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.